ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦିବାସୀ ଭାଷା ସାନ୍ତାଳୀ ଓ ହୋ ମୁଣ୍ଡା ଭାଷାରେ ରେଳ ଷ୍ଟେସନ ଗୁଡିକରେ ନାମଫଳକ ଲେଖିବା ଓ ସୂଚନା ପ୍ରସାରଣ ପାଇଁ ଦାବି

ଆଦିବାସୀ ଭାଷା ସାନ୍ତାଳୀ ଓ ହୋ ମୁଣ୍ଡା ଭାଷାରେ ରେଳ ଷ୍ଟେସନ ଗୁଡିକରେ ନାମଫଳକ ଲେଖିବା ଓ ସୂଚନା ପ୍ରସାରଣ ପାଇଁ ଦାବି

 ମୟୂରଭଞ୍ଜ – ୪/୧୨ ( ମସିହା)ଭାରତୀୟ ସ°ବିଧାନରେ ସାନ୍ତାଳୀ ଭାଷା ଅଷ୍ଟମ ଅନୁସୂଚି ରେ ଶାମିଲ ହୋଇ ଥିବା ସତ୍ତ୍ୱେ ବାରମ୍ବାର ଦାବି ସତ୍ତ୍ୱେ ଭାରତୀୟ ରେଳ ପ୍ରଶାସନିକ ସ୍ତରରେ ଅବହେଳା କରୁଛନ୍ତି, ସାନ୍ତାଳୀ ଭାଷା ଏହା ଆଦିବାସୀ ଭାଷାର ଅଷ୍ଟମ ଅନୁସୂଚି ରେ ଶାମିଲ ହେବା ପରେ ବି ଅଣଦେଖା ଅତ୍ୟନ୍ତ ଦୁଖଃଦ ଓ ଚିନ୍ତାନୀୟ ବିଷୟ ଅଟେ। ରାଇରଙ୍ଗପୁର ଅଂଚଳରେ ସାନ୍ତାଳୀ-ଭାଷା ଓଲ-ଚିକି ଲିପି ନିର୍ମାତା ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମସ୍ଥଳୀ ହେବା ସତ୍ତ୍ୱେ ଟାଟା- ବାଦାମପାହାଡ଼ ରାଇରଙ୍ଗପୁର ଅଂଚଳର ରେଳ ଷ୍ଟେସନ ଗୁଡିକରେ ସାନ୍ତାଳୀ ଭାଷା-ରେ ନାମ ଫଳକ ଓ ଯାତ୍ରୀ ମାନଙ୍କର ସୁବିଧା ପାଇଁ ମାଇକ ଦ୍ୱାରା ସାନ୍ତାଳୀ ମୁଣ୍ଡା ହୋ -ମୁଣ୍ଡା ଭାଷାରେ ସୂଚନା-ପ୍ରସାରଣ କରିବା ପାଇଁ ଦୀର୍ଘ ଦିନରୁ ଦାବି କରି ଆସୁଛନ୍ତି।

ଆଦିବାସୀ ସାନ୍ତାଳୀ ହୋ -ମୁଣ୍ଡା ବହୁଳ କ୍ଷେତ୍ରରେ ପଶ୍ଚିମ-ବଙ୍ଗ, ଝାରଖଣ୍ଡ ଓ ଓଡ଼ିଶାରେ ମହାମହିମ ରାଷ୍ଟ୍ରପତି ମହୋଦୟା ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଦୃଷ୍ଟି-ଆକର୍ଷଣ କରିବା ପାଇଁ ରାଇରଙ୍ଗପୁର ରେଳ-ଷ୍ଟେସନ ମନେଜେରଙ୍କ ଜରିଆରେ ଦକ୍ଷିଣ-ପୂର୍ବ ରେଳ ମହାପ୍ରବନ୍ଧକ ଶ୍ରୀ ଅନିଲ କୁମାର ମିଶ୍ର କୋଲକାତା ଓ ଡି ଆର ଏମ ଚକ୍ରଧରପୁର ଙ୍କୁ ସାନ୍ଥାଳି ଏବଂ ହୋ-ମୁଣ୍ଡା ଭାଷାରେ ନାମ ଫଳକ ଲେଖିବା ଓ ସୂଚନା ପ୍ରସାରଣ / ଘୋଷଣା କରିବା ପାଇଁ ତଥା ରାଇରଙ୍ଗପୁର ବାଜ଼ାର ରେଳ ଫାଟକ ବଦଳରେ ଫ୍ଲୟଓଭର ବ୍ରିଜ ନିର୍ମାଣ ପାଇଁ ରେଳ ପ୍ରଶାସନକୁ ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତିଙ୍କ ଦ୍ୱାରା ଏକ ଲିଖିତ ଦୁଇ-ଦଫା ଦାବି ପତ୍ର ପ୍ରଦାନ କରିଛନ୍ତି। 

ଏହା ସହିତ ବାମନଘାଟି-ମୟୁରଭଞ୍ଜ ଜ଼ିଲ୍ଲାର ଦୀର୍ଘ ଦିନର ଜନସାଧାରଣଙ୍କ ରେଳ- ସଂଯୋଗୀକରଣ ଦାବି ପାଇଁ ତିନୋଟି ରେଳ-ପ୍ରକଳ୍ପ ବାଦାମପାହାଡ଼ -କେନ୍ଦୁଝର ଓ ଗୋରୁମାହିଷାଣି-ବାଙ୍ଗରିପୋଷି ତଥା ବୁଡାମରା-ଚକୁଳିଆ ନୂତନ ରେଳଲାଇନର ଭୂମିପୁଜ଼ା କରୁଥିବାରୁ ମୟୂଭଞ୍ଜବାସୀ ଓ ବାମନଘାଟି ରାଇରଙ୍ଗପୁର ଅଂଚଳର ଆଦିବାସୀ ଜନସାଧାରଣଙ୍କ ପକ୍ଷରୁ ବହୁତ-ବହୁତ ହୃଦୟରୁ ସାଧୁଭାଦ ଓ ଧନ୍ୟବାଦ ଜଣାଉଛୁ

ମୟୂରଭଞ୍ଜ ର ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ତରଫରୁ ଡା.ବି.ଆର. ଆମ୍ବେଦକର ଙ୍କ 132ତମ ଜୟନ୍ତୀ ପାଳିତ

Sunil Chandra Nayak

ଏସଆଇ ବି.କେ. ପଣ୍ଡା ଓଡ଼ିଶା ପୁଲିସ କର୍ମଚାରୀ ସଂଘର ସଂଗଠନ ସମ୍ପାଦକ

masiha

ଚାଷୀ ଙ୍କୁ ନାକଚଣା ବଣ୍ଟନ 

Sunil Chandra Nayak

Leave a Comment

error: Content is protected !!