ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦକ୍ଷିଣ ଓଡିଶା ‘ଓଡିଶା ବିକାଶ ପରିଷଦ ଗଠନ’ ଯୁଗାନ୍ତକାରୀ ନିଷ୍ପତ୍ତି – ନବରଙ୍ଗପୁର ବିଧାୟକ

ଦକ୍ଷିଣ ଓଡିଶା ‘ଓଡିଶା ବିକାଶ ପରିଷଦ ଗଠନ’ ଯୁଗାନ୍ତକାରୀ ନିଷ୍ପତ୍ତି – ନବରଙ୍ଗପୁର ବିଧାୟକ 

ନବରଙ୍ଗପୁର:(୩।୧୨।୨୦୨୪) ରାଜ୍ୟ ବିଜେପି ସରକାର ଦକ୍ଷିଣ ଓଡିଶା ବିକାଶ ପରିଷଦ ଗଠନ ନିଷ୍ପତ୍ତିକୁ ସ୍ଵାଗତ କରିବା ସହ ଏହାଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ନିର୍ଦ୍ଦେଶରେ ଗଠିତ ଟାସ୍କ ଫୋର୍ସ ଆସନ୍ତା ଅଳ୍ପ ଦିନ ମଧ୍ୟରେ ପୂର୍ଣ୍ଣାଙ୍ଗ ଓ ଚୁଡାନ୍ତ ରିପୋର୍ଟ ରାଜ୍ୟ ସରକାର ଙ୍କୁ ପ୍ରଦାନ କରିବ। ଏହିପରିଷଦ ଦ୍ଵାରା ସବୁ କ୍ଷେତ୍ରରେ ଅବହେଳିତ ଓ ପଛୁଆ ରହିଥିବା ଦକ୍ଷିଣ ଓଡିଶାର ସର୍ବାଙ୍ଗୀନ ବିକାଶ ହେବ । ଏହି ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ,ଗମନାଗମନ, ଜଳସେଚନ, ପରିବହନ, କୃଷି, ଶିଳ୍ପ, ପର୍ଯ୍ୟଟନ ର ବିଶେଷ ଉନ୍ନତି ହୋଇପାରିବ । ଏହା ସହିତ ଏହି ଦକ୍ଷିଣ ଓଡିଶାର ଭାଷା, ସାହିତ୍ୟ, କଳା, ସଂସ୍କୃତି, ପରମ୍ପରା ର ସୁରକ୍ଷା ପାଇଁ ସ୍ଵତନ୍ତ୍ର ପଦକ୍ଷେପ ନିଆଯାଇପାରିବ । ଏହି ଅଞ୍ଚଳର ଖଣିଜ ସଂପଦର ସଦୁପଯୋଗ ହେବ । ଏହି ପରିଷଦରେ ନବରଙ୍ଗପୁର ଜିଲ୍ଲାର ଦୁଇଜଣ ପ୍ରତିନିଧି ଙ୍କୁ ସାମିଲ କରାଯାଇଛି । ପରିଷଦର ଅଧ୍ୟକ୍ଷ ଭାବରେ ରାଜ୍ୟର କ୍ୟାବିନେଟ ମନ୍ତ୍ରୀ ତଥା ଉମରକୋଟ ର ବିଧାୟକ ନିତ୍ୟାନନ୍ଦ ଗଣ୍ଡ,ଓ ସଦସ୍ୟ ଭାବରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଙ୍କୁ ନିଯୁକ୍ତି ଦିଆଯିବା ସବୁଠାରୁ ଉଲ୍ଲେଖନୀୟ ବିଷୟ । ଏଥିପାଇଁ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଉଛି ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଆବାସ ଗୃହ ପାଇବାର ମାପକାଠି ରେ ଯୋଗ୍ୟ ହେଲେନି ପଦ୍ମା ଓ ଚଞ୍ଚଳା ! ଏମାନଙ୍କ ବିକଳ ଗୁହାରି ଶୁଣିଲେନି ଅଧିକାରୀ , ପ୍ରତିଶ୍ରୁତି ଦେଇ ପ୍ରତିଶ୍ରୁତି ଭୁଲିଗଲେ

Sunil Chandra Nayak

ସାଇବର ସୁରକ୍ଷା ସଚେତନ ରଥ କୁ ଭବ୍ୟ ସମ୍ବର୍ଦ୍ଧନା

masiha

ଉତ୍କଳ ଆଲୁମିନା ରାୟଗଡା ଜିଲ୍ଲାରେ ସଡ଼କ ନିରାପତ୍ତାରେ ବୃଦ୍ଧି ଘଟାଇବାକୁ ପୋଲିସ ପ୍ରଶାସନକୁ ରୋଡ ବ୍ୟାରିୟର ପ୍ରଦାନ କଲା

masiha

Leave a Comment

error: Content is protected !!