ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ମଣ୍ଡେଇ ମହୋତ୍ସବ ୨୦୨୪ ଉପଲକ୍ଷେ କ୍ରିକେଟ ( ପୁରୁଷ) ଏବଂ ଦଉଡ଼ି ଟଣା (ମହିଳା) ପ୍ରତିଯୋଗିତା ଅନୁଷ୍ଠିତ 

ମଣ୍ଡେଇ ମହୋତ୍ସବ ୨୦୨୪ ଉପଲକ୍ଷେ କ୍ରିକେଟ ( ପୁରୁଷ) ଏବଂ ଦଉଡ଼ି ଟଣା (ମହିଳା) ପ୍ରତିଯୋଗିତା ଅନୁଷ୍ଠିତ 

ନବରଙ୍ଗପୁର;( ତା ୩.୧୨.୨୦୨୪)(ରବି ନାରାୟଣ ମହାନ୍ତି) ମଣ୍ଡେଇ ମହୋତ୍ସବ ୨୦୨୪ ଉପଲକ୍ଷେ ସ୍ଥାନୀୟ ନବରଙ୍ଗପୁର ଷ୍ଟାଡିୟମ୍ ଠାରେ ମଣ୍ଡେଇ କପ କ୍ରିକେଟ ( ପୁରୁଷ) ଓ ଦଉଡ଼ି ଟଣା ( ମହିଳା) ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ଡ ଶୁଭଂକର ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ କ୍ରିକେଟ ଏବଂ ଦଉଡ଼ି ଟଣା ପ୍ରତିଯୋଗିତା କୁ ଉଦ୍ ଘାଟନ କରିଥିଲେ। ସମ୍ମାନୀତ ଅତିଥି ରୂପେ ଆରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ ଏବଂ ନବୀନ ଚନ୍ଦ୍ର ନାୟକ, ଉପ ଜିଲ୍ଲାପାଳ ନବରଙ୍ଗପୁର ପ୍ରକାଶ ମିଶ୍ର ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପି ଏ, ଆଇଟିଡିଏ ରାଜୀବ ସାହୁ, ଡି ଏଫ୍ ଓ (ଟି) ପ୍ରସନ୍ନ କୁମାର ବେହେରା,ଡି ଆଇ ପି ଆର୍ ଓ ମନୋଜ କୁମାର ବେହେରା, ବି ଡି ଓ ତେନ୍ତୁଳିଖୁଣ୍ଟି ମନୋଜ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।ମଣ୍ଡେଇ କପ୍ କ୍ରିକେଟ ଟୁର୍ଣାମେଣ୍ଟ ପ୍ରଥମ ଦିନରେ ଜିଲ୍ଲା ପୋଲିସ ଟିମ୍ ଏବଂ ଜିଲ୍ଲା ବନବିଭାଗ ଟିମ୍, ରାଜନୈତିକ ଦଳ ଏବଂ ଜିଲ୍ଲା ସ୍ବାସ୍ଥ୍ୟ ଓ ଶିକ୍ଷା ବିଭାଗ,ଜିଲ୍ଲା ଓକିଲ ସଂଘ ଏବଂ ଜିଲ୍ଲା ସାମ୍ବାଦିକ ସଂଘ ମଧ୍ୟରେ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ସେଭଳି ଦଉଡ଼ି ଟଣା (ମହିଳା) ପ୍ରତିଯୋଗିତାରେ ଜିଲ୍ଲା ପୋଲିସ ଟିମ୍ ଏବଂ ଜିଲ୍ଲା ବନ ବିଭାଗ ଟିମ୍,ଜିଲ୍ଲା ଓକିଲ ସଂଘ ଏବଂ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ, ଓ ଏଲ ଏମ୍ ଏବଂ ଜିଲ୍ଲା ଶିକ୍ଷା ବିଭାଗ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଆଜିର ସୀମିତ ୧୦ ଓଭର କ୍ରିକେଟ ପ୍ରତିଯୋଗିତା ରେ ଜିଲ୍ଲା ପୋଲିସ ଟିମ୍,ଜିଲ୍ଲା ସ୍ୱାସ୍ଥ୍ୟ ଓ ଶିକ୍ଷଣ ବିଭାଗ ଓ ଜିଲ୍ଲା ଓକିଲ ସଂଘ ବିଜେତା ଘୋଷିତ ହୋଇଥିଲେ। ସେଭଳି ଦଉଡ଼ି ଟଣା (ମହିଳା) ପ୍ରତିଯୋଗିତାରେ ଜିଲ୍ଲା ପୋଲିସ ଟିମ୍,ଜିଲ୍ଲା ଶିକ୍ଷା ବିଭାଗ ଟିମ୍ ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଟିମ୍ ବିଜେତା ଘୋଷିତ ହୋଇଥିଲେ।ଜିଲ୍ଲା କ୍ରୀଡ଼ା ସଂଘର ସମ୍ପାଦକ ପ୍ରହ୍ଲାଦ ତ୍ରିପାଠୀ, ଉପ ସଭାପତି ଜି ବାଳକୃଷ୍ଣ ରାଓ,ସହକାରୀ ସଂପାଦକ ମନୋଜ ପଟ୍ଟନାୟକ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ରେଫରି ଅଶ୍ୱିନ କୁମାର ମାଝୀ, ଡି ପି ଇ ଓ ପ୍ରଭାତ ପଟ୍ଟନାୟକ କ୍ରୀଡ଼ା ପରିଚାଳନା କରିଥିଲେ। ( ମ ନି ସ )

Related posts

କୁଜଙ୍ଗ ବ୍ଲକର ପଙ୍କପାଳ ଠାରେ ବିକାଶ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ

Sunil Chandra Nayak

ଦୀପକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ , ଇଚ୍ଛାପୁରମ କୁ ପରାସ୍ତ କରି ହିଞ୍ଜିଳି ରୟାଲ କ୍ଳବ ଚମ୍ପିୟାନ

Sunil Chandra Nayak

ଚଳିତ ମାସ ୨୭ ଓ ୨୮ ତାରିଖରେ ପଞ୍ଚମ କଳାହାଣ୍ଡି ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା

masiha

Leave a Comment

error: Content is protected !!