ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିପଦର ବନ୍ଧୁ ସାଜିଛି ରଙ୍ଗବିହୀନ ହମ୍ପସ୍

ବିପଦର ବନ୍ଧୁ ସାଜିଛି ରଙ୍ଗବିହୀନ ହମ୍ପସ୍

ଖଇରା,୦୫/୧୨/୨୪ – କଥାରେ ଅଛି ବିପଦ ଏକା ଆସେନି ଯେତେବେଳେ ଆସେ ସାଙ୍ଗସାଥି ନେଇ ଆସେ । ଏଭଳି ଘଟଣାର ଦୃଶ୍ୟ ଏ ସମାଜରେ ଦୈନିକ ପ୍ରାୟ ଦେଖିବାକୁ ମିଳୁଛି । ରାସ୍ତାଘାଟ ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ତ ବିପଦ ଅଛି ହେଲେ ମଣିଷ ବା ପ୍ରଶାସନ ଦ୍ବାରା ଯେଉଁ ବିପଦ ସୃଷ୍ଟି କରାଯାଏ ତାହା ଅତ୍ୟନ୍ତ ନିନ୍ଦନୀୟ ଅଟେ ।

         ଜନସାଧାରଣଙ୍କ ଯାତାୟତ କିପରି ବିପଦ ମୁକ୍ତ ହେବ ସେଥିପାଇଁ ସରକାର କୋଟି କୋର୍ଟ ଅର୍ଥ ବ୍ୟୟବରାଦ କରି ନୂତନ ଚଉଡା ରାସ୍ତା ନିର୍ମାଣ କରୁଛନ୍ତି ଏବଂ ପୁରୁଣା ରାସ୍ତାକୁ ପ୍ରଶସ୍ତି କରଣ କରୁଛନ୍ତି କିନ୍ତୁ ଜନସାଧାରଣଙ୍କ ଜୀବନ ପ୍ରତି ଧ୍ଯାନ ଦେଉ ନାହାନ୍ତି । ଏହି ପରିପ୍ରେକ୍ଷୀରେ ବାଲେଶ୍ଵର ଜିଲ୍ଲା ସୋର-କୁପାରି ୫୭ ନମ୍ବର ରାଜ୍ୟ ରାଜପଥ ଏକ ଉଦାହରଣ । ଏହି ରାସ୍ତାରେ ଅସଂଖ୍ୟ ମାଳମାଳ ରଙ୍ଗ ବିହୀନ ହମ୍ପସ୍ । ରାଜ୍ୟର ବିଭିନ୍ନ ସ୍ଥାନକୁ ସଂଯୋଗ କରୁଥିବା ଏହି ରାସ୍ତାଟି ଏବେ ଏତେ ପରିମାଣରେ ବିପଦ ପୂର୍ଣ୍ଣ ସାଜିଛି ଯାହା ତୁଳନା କରି ହେବନାହିଁ । ଉକ୍ତ ରାସ୍ତାରେ ହମ୍ପସ୍ ନିର୍ମାଣ ପାଇଁ ସରକାରୀ ନିୟମ ଅଛି କି ନାହିଁ ଜଣା ନାହିଁ ହେଲେ ଏପରି ରଙ୍ଗ ବିହୀନ ହମ୍ପସ୍ ତିଆରି କରି ଲୋକଙ୍କ ଜୀବନ ସହିତ ଖେଳ ଖେଳିବା ଠିକ୍ କି ? ଅନେକ ସମୟରେ ହମ୍ପସ୍ ଜନିତ ଦୁର୍ଘଟଣା ମଧ୍ୟ ଦୃଷ୍ଟି ଗୋଚର ହେଉଛି । ଅନେକ ଯାନବାହନ ମଧ୍ୟ ରଙ୍ଗ ବିହୀନ ହମ୍ପସ୍ କୁ ଜାଣି ନପାରି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । 

          ବାଇକ୍ ଆରୋହୀଙ୍କ କଥା ନ କହିବା ଭଲ । ଦୃତଗତିରେ ଯାଉଥିବା ବାଇକ୍ ଆରୋହୀ ହମ୍ପସ୍ ଜାଣି ପାରୁ ନଥିବାରୁ ବାଇକ୍ ପଛରେ ବସିଥିବା ବ୍ଯକ୍ତିଙ୍କର ପ୍ରାଣ ମଧ୍ୟ ଚାଲି ଯାଉଛି । ଖଇରା ବ୍ଲକ ଖଇରା ବଜାର ବଣପାରିଆ ଛକ ଠାରୁ ଆଳଦା ଛକ ପର୍ଯ୍ୟନ୍ତ ମାଳମାଳ ରଙ୍ଗ ବିହୀନ ହମ୍ପସ୍ ଯାହାକି ନୂଆ ପୁରୁଣା ଆରୋହୀଙ୍କ ପାଇଁ ଅତ୍ୟନ୍ତ ବିପଦ ପୂର୍ଣ୍ଣ ଓ ଦୁର୍ଘଟଣା ଯୁକ୍ତ । ଏ ବିଷୟରେ ମତାମତ ନେବାପାଇଁ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି କାରଣରୁ ସମ୍ଭବ ହୋଇ ପାରି ନଥିଲା । ରଙ୍ଗ ବିହୀନ ହମ୍ପସ୍ ଉଠାଯାଉ ନଚେତ୍ ହମ୍ପସ୍ ରଙ୍ଗ କରାଯାଉ ବୋଲି ବହୁ ବୁଦ୍ଧିଜୀବୀ ମାନେ ଗଣମାଧ୍ୟମ ନିକଟରେ ଅଭିଯୋଗ କରିଛନ୍ତି ।।

ବାଲେଶ୍ଵର ଖଇରାରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟରେ ଗୁରୁ ଦିବସ ପାଳନ ଅବସରରେ ପ୍ରାକ୍ତନ ଓ ବର୍ତ୍ତମାନର ଛାତ୍ର- ଶିକ୍ଷକ ସମ୍ମିଳନୀ -୨୦୨୩ ଅନୁଷ୍ଠିତ 

masiha

ଚାଲ ଦେଖମା ଆମର କଳାହାଣ୍ଡି ପକ୍ଷରୁ କଳାହାଣ୍ଡି ର ୭୫ ଟି ଗାଁ ସହିତ ଯୋଡି ହେବେ ଗାଁ ମିତ

Sunil Chandra Nayak

ବହାନାଗା ଟ୍ରେନ ଦୂର୍ଘଟଣାରେ ମୃତକଙ୍କ ଆତ୍ମାର ସଦଗତି ପାଇଁ ଜୟ ତେନ୍ତୁଳିଖୁଣ୍ଟି ଗ୍ରୁପ କ୍ୟାଣ୍ଡଲ ଯାତ୍ରା

Leave a Comment

error: Content is protected !!