ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ମଣ୍ଡେଇ କ୍ରିକେଟ ମ୍ୟାଚ ଦ୍ଵିତୀୟ ଦିନ:ପ୍ରଶାସନ ଓ ପୋଲିସ ଟିମ ବିଜୟୀ 

ମଣ୍ଡେଇ କ୍ରିକେଟ ମ୍ୟାଚ ଦ୍ଵିତୀୟ ଦିନ:ପ୍ରଶାସନ ଓ ପୋଲିସ ଟିମ ବିଜୟୀ 

ନବରଙ୍ଗପୁର:(୪/୧୨/୨୦୨୪)( ନବରଙ୍ଗପୁର ଷ୍ଟାଡିୟମ ଠାରେ ମଣ୍ଡେଇ ଲୋକ ମହୋତ୍ସଵ ଉପଲକ୍ଷେ ମଣ୍ଡେଇ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ଦିନରେ ଜିଲ୍ଲା ପ୍ରଶାସନ ଓ ବଣିକ ସଙ୍ଘ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ଜିଲ୍ଲା ପ୍ରଶାସନ ୧୦ ଓଭର ରେ ୯୭ରନ ର ପିଛା କରି ବିଜୟୀ ହୋଇଛି। ଜିଲ୍ଲା ପ୍ରଶାସନ ଦଳର ଅଧିନାୟକ ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ରହିଥିବା ବେଳେ ଉପ ଅଧିନାୟକ ଭାବେ ତେନ୍ତୁଳିଖୁଣ୍ଟି ବିଡ଼ିଓ ମନୋଜ ପାଣିଗ୍ରାହୀ ଥିଲେ। ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି ପକ୍ଷରୁ ବିଡ଼ିଓ ମନୋଜ ପାଣିଗ୍ରାହୀ, ରବୀନ୍ଦ୍ର ସାହୁ ଏବଂ ଶିଶିର ସୁନା ଅଂଶଗ୍ରହଣ କରିଥିଲେ। ଉକ୍ତ ମ୍ୟାଚ ରେ ମନୋଜ ପାଣିଗ୍ରାହୀ ସର୍ବାଧିକ ୨୪ ରନ ଏବଂ ୨ ଟି ୱିକେଟ ନେଇ ମେନ ଅଫ ଦି ମ୍ୟାଚ ରହିଥିବା ବେଳେ ନନ୍ଦାହାଣ୍ଡି ବିଡ଼ିଓ କ୍ଷୀରୋଦ ସାହୁ ଭଲ ଖେଳ ର ପ୍ରଦର୍ଶନ କରିଥିଲେ । ଶିଶିର ସୁନା ସର୍ବାଧିକ ୩ ଟି ୱିକେଟ ହାସଲ କରିବାପରେ ସଫଳ ହୋଇଥିଲେ । ରବୀନ୍ଦ୍ର ସାହୁ ଶେଷ ଓଭର୍ ରେ ଆବଶ୍ୟକ ୧୪ ରନ କରି ଜିଲ୍ଲା ପ୍ରଶାସନ ଦଳକୁ ବିଜୟୀ କରାଇଥିଲେ ।ଉକ୍ତ ମ୍ୟାଚରେ ନବରଙ୍ଗପୁର ବିଡ଼ିଓ ସୁନିଲ ଖରା ଏବଂ ଡାବୁଗାଁ ତହସିଲଦାର ହରିଓମ ଭୋଇ ଉତ୍ତମ ଫିଲ୍ଡିଂ ର ପ୍ରଦର୍ଶନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ମୟକ ଓ ନବୀନ ଚନ୍ଦ୍ର ନାୟକ ଅତିଥି ଭାବେ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରି ଥିଲେ। ଏହାପରେ ପୋଲିସ ଟିମ ଓ ଜିଲ୍ଲା ଓକିଲ ସଂଘ ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଓକିଲ ସଂଘ ୧୦ ଓଭରରେ ୫୮ ରନ କରିଥିଲେ । ପୋଲିସ ଟିମ ୧୦ ଓଭରରେ ୬୪ ରନ କରି ବିଜୟୀ ହୋଇଛନ୍ତି ।

( ମ ନି ସ)

Related posts

ଆନ୍ତଃ କ୍ଲବ କ୍ରିକେଟ ମ୍ୟାଚ ଆରମ୍ଭ

masiha

ବହଳଦା ଏକଲବ୍ୟ ଵିଦ୍ଯାଳୟରେରେ ରାଜ୍ୟ ସ୍ତରୀୟ ୪ର୍ଥ ଦୌଡକୁଦ ପ୍ରତିଯୋଗିତା

masiha

କିକ୍ ବକ୍ସିଂ ରେ ସାଇ ଙ୍କୁ ବ୍ରୋଞ୍ଚ ମେଡାଲ 

Sunil Chandra Nayak

Leave a Comment

error: Content is protected !!