ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ପଞ୍ଚାୟତ ସମିତି ର ପ୍ରଥମ ସମିତି ବୈଠକ ଅନୁଷ୍ଠିତ

କୋକସରା,୨୦/୪- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ନବ ନିର୍ବାଚିତ ଜନ ପ୍ରତିନିଧି ମାନଙ୍କୁ ନେଇ ବୁଧବାର ଚଳିତ ଆର୍ଥିକ ବର୍ଷ ପାଇଁ ପ୍ରଥମ ସମିତି ବୈଠକ ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ୨୨ ପଞ୍ଚାୟତ ର ନିର୍ବାଚିତ ସମିତି ସଭ୍ୟ ସଭ୍ୟା, ସରପଞ୍ଚ, ଜିଲ୍ଲା ପରିଷଦ ସଦସ୍ୟ ସମେତ ବ୍ଲକ ର ଶିକ୍ଷା, ସ୍ଵାସ୍ଥ୍ୟ, ପାନୀୟଜଳ, କୃଷି, ଉଦ୍ୟାନ, ଶିଶୁ ବିକାଶ ,ବିଦ୍ୟୁତ, ଜଳ ସେଚନ ବିଭାଗ ର ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ସମିତି ବୈଠକ କୁ ଜିପିଓ ନାରାୟଣ ଭୋଇ ପରିଚାଳନା କରିଥିବା ବେଳେ ସ୍ଥାନୀୟ ଧର୍ମଗଡ଼ ବିଧାୟକ ମୌଷଧି ବାଗ, ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ, ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ବିଡ଼ିଓ ମନୀଷା ଦାସ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ତ୍ରିନାଥ ବାଗ, ବୈଜୟନ୍ତି ପୁଝାରି ସମେତ ୨୨ ପଞ୍ଚାୟତ ର ସମିତି, ସରପଞ୍ଚ ଉପସ୍ଥିତ ରହିଥିଲେ। ଏହି ବୈଠକ ଆରମ୍ଭ ରେ ପରିଚୟ ପର୍ବ ଅନୁଷ୍ଠିତ ହୋଇଥିବା ବେଳେ ସମସ୍ତ ନିର୍ବାଚିତ ପ୍ରତିନିଧି ମାନେ ନିଜର ପରିଚୟ ଓ ବ୍ଲକ ର ସାମଗ୍ରିକ ବିକାଶ ଧାରା ରେ ସେମାନେ ସହଯୋଗ କରିବେ ବୋଳି ମତ ରଖିଥିଲେ। ଧର୍ମଗଡ଼ ବିଧାୟକ ମୌଷଧି ବାଗ ସମସ୍ତ ଜନ ପ୍ରତିନିଧି ଙ୍କୁ ବ୍ଲକ ପ୍ରଶାସନ ସହିତ ସମନ୍ୱୟ ରଖି ବିକାଶଧାରା କୁ ଆଗକୁ ନେବାକୁ ପରାମର୍ଶ ଦେଇଥିଲେ। ଏହି ବୈଠକରେ ବ୍ଲକ ଓ ପଞ୍ଚାୟତ ସ୍ତରରେ ଆସୁଥିବା ବିଭିନ୍ନ ଅନୁଦାନ କୁ ଉନ୍ନୟନ ଓ ବିକାଶ ପାଇଁ ଖସଡ଼ା ପ୍ରସ୍ତୁତ ପାଇଁ ସମସ୍ତ ଙ୍କ ପରାମର୍ଶ ନିଆଯାଇଛି। ବୈଠକରେ ବ୍ଲକ ରେ ରହିଥିବା ପାନୀୟ ଜଳ, ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ ସେବା, ଜଳସେଚନ, କୃଷି, ଉଦ୍ୟାନ କୃଷି, ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ, ଆବାସ ଯୋଜନା, ମଧୁବାବୁ ପେନସନ ସମେତ ଅନ୍ୟାନ୍ୟ ଉନ୍ନୟନ ଉପରେ ସମୀକ୍ଷା କରାଯାଇଛି। ମ ନି ସ

Related posts

ବିଜୟ କୁମାର ଜେନା ଙ୍କ କବିତା ବୟସ

ଅପର୍ତ୍ତି ସେଠୀ ଙ୍କ କବିତା ଏଣ୍ଡୁଅ ଉବାଚ

Sunil Chandra Nayak

କଳାହାଣ୍ଡି ଜିଲ୍ଲାରେ ଦାଦନ ଦୁଃଖ – ପୁଣି ଏକ ଦାଦନ ଶ୍ରମିକ ର ଗୋଆ ରେ ମୃତ୍ୟୁ ,  ଅର୍ଥାଭାବ ରୁ ଫେରି ପାରିଲା ନାହିଁ ଶବ।।।

Sunil Chandra Nayak

Leave a Comment

error: Content is protected !!