ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ସ୍ନାତକ ମହିଳା ମହାବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ

ଧର୍ମଗଡ଼ ସ୍ନାତକ ମହିଳା ମହାବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ

ସ୍ଥାନୀୟ ଧର୍ମଗଡ଼ ସ୍ନାତକ ମହିଳା ମହାବିଦ୍ୟାଳୟ ଠାରେ ଉଚ୍ଚଶିକ୍ଷା ବିଭାଗ ଦ୍ଵାରା ପ୍ରାୟୋଜିତ ଛାତ୍ରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ କୋଡ଼ିଏ ଦିନଧରି ଆୟୋଜିତ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। କାର୍ଯ୍ୟକ୍ରମ ର ଅଧ୍ୟକ୍ଷା ମୂର୍ତ୍ତି ମଞ୍ଜରୀ ପଣ୍ଡା ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ କଲେଜ ପରିଚାଳନା କମିଟି ସଦସ୍ୟ ତଥା ଅବସରପ୍ରାପ୍ତ ବ୍ୟାଙ୍କ୍ ମୁଖ୍ୟପ୍ରବନ୍ଧକ ରଫିଉଦ୍ଦିନ୍ ଖାନ୍ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଉଦଯାପିତ ସଭାରେ ଉପସ୍ଥିତ ଛାତ୍ରୀ ମାନଙ୍କୁ ଆଜି ସମୟରେ ଆତ୍ମ ସୁରକ୍ଷା କୌଶଳ ଉପଯୋଗ କରି କିପରି ନିଜର ଆତ୍ମ ସୁରକ୍ଷା ସହ ନିଜ ପରିବାରର ତଥା ଦେଶର ବିକାଶରେ ସହଭାଗୀ ହେବେ ସେଥିପାଇଁ ଅଧ୍ୟକ୍ଷା ମହୋଦୟା ଓ ମୁଖ୍ୟ ଅତିଥି ଦୁହେଁ ମାର୍ଗଦର୍ଶନ କରିଥଲେ । କାର୍ଯ୍ୟକ୍ରମର ସଂଯୋଜକ ଅଧ୍ୟାପକ ସରୋଜ କୁମାର ମେହେର, ସହ ସଂଯୋଜିକା ଅଧ୍ୟାପିକା ଜୟନ୍ତୀ କୁମାରୀ ମୁଦୁଲି, ଅର୍ଚ୍ଚନା ଗୁଛି, ଲକ୍ଷପତି ନାଏକ,ହିମାଂଶୁ ସା, ଫୁଲ ହରିଜନ ପ୍ରମୁଖ ସହଯୋଗ ପ୍ରଦାନ କରିଥଲେ । ମାଷ୍ଟର ଟ୍ରେନର ମାଳତୀ ପଟେଲ, ଜଳି ପରାଭୋଏ, ଶିବାନୀ ଭାଟି ଓ ଧନିକା ନାଏକ ଏବଂ ଛାତ୍ରୀ ମାନଙ୍କୁ ଆତ୍ମ ରକ୍ଷା କୌଶଳ ତାଲିମ୍ ସମ୍ପର୍କିତ ମାନପତ୍ର ପ୍ରଦାନ କରାଯାଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

Swachhata Hi Seva 2025 Drive Launched at Rayagada DRM Camp office

Sunil Chandra Nayak

ନକଲି ଡାକ୍ତର ସାଜିଛନ୍ତି ନକଲି ସାମ୍ବାଦିକ…..

masiha

ସର୍ବୋଚ୍ଚ ନମ୍ବର ରଖି ଶ୍ରୁତୀ ପାଇଲେ ପ୍ରମିଳା ପଟ୍ଟନାୟକ ସ୍ମୁତି ସମ୍ମାନ 

masiha

Leave a Comment

error: Content is protected !!