ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଦଭାବନା ସମାବେଶ ଅବସରରେ ନେତାଜୀ ସେବା ସଂଘଠନ ପକ୍ଷରୁ କମ୍ବଳ ବଣ୍ଟନ 

ସଦଭାବନା ସମାବେଶ ଅବସରରେ ନେତାଜୀ ସେବା ସଂଘଠନ ପକ୍ଷରୁ କମ୍ବଳ ବଣ୍ଟନ 

କଲମପୁର (ମସିହା )କଳାହାଣ୍ଡି ଜିଲ୍ଲା କଲମପୁର ସ୍ଥିତ ନେତାଜୀ ସେବା ସଂଗଠନ ଓ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନର ମିଳିତ ଆନୁକୂଲ୍ୟରେ ଡ. ଭୀମରାଓ ଆମ୍ବେଦକର ଷ୍ଚେଚ୍ୟୁ ନିକଟରେ ଭାରତରତ୍ନ ଡ. ଆମ୍ବେଦକରଙ୍କ ପୁଣ୍ୟତିଥି ସମାରୋହ ସହ ସଦଭାବନା ସମାବେଶ ଓ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି। ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷକ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ମୋହନ ସୁନ୍ଦର ପଣ୍ଡା ସଭାପତିତ୍ବ କରିଥିବା ବେଳେ ମୁଖ୍ଯ ଅତିଥି ଭାବେ କଲମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ମାଡାଙ୍ଗି, ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ଛତିଶଗଡ଼ ରାଜ୍ୟର ଜିଏସଟି କମିଶନର ଗଙ୍ଗାଧର ମାଝୀ, ଗୋଷ୍ଠୀ ଶିକ୍ଷା ଅଧିକାରୀଣୀ ମଧୁସ୍ମିତା ନାଏକ, ସିଡିପିଓ ନିର୍ବାସିନୀ ଦେଇ, ଶିକ୍ଷାବିତ ବସନ୍ତ ନାଏକ, ସତ୍ଯନାରାୟଣ ରାଜପୁତ, ସମାଜସେବୀ ଉଚ୍ଛବ ଚରଣ ସାହୁ, ଚତୁର୍ଭୁଜ ପଣ୍ଡା, ଘନଶ୍ୟାମ ନାଏକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମହେନ୍ଦ୍ରନାଥ ସାହୁ, ଯୁବକବି ରଜତ ବଂଶଲ, ଥାନା ଅଧିକାରୀ ଶେଖର ଚରଣ ଜେନା, ରାଜେଶ ଶର୍ମା, ପ୍ରିୟା ରାଜଗୁରୁ ପ୍ରମୁଖ ଯୋଗଦାନ କରି ବାବାସାହେବଙ୍କ ତ୍ୟାଗପୁତ ଜୀବନୀ ଉପରେ ଆଲୋକପାତ କରିବା ସହ ଶୋଷଣମୁକ୍ତ ସମାଜ ଗଠନରେ ତାଙ୍କର ଭୂମିକା ଅତ୍ଯନ୍ତ ଗୁରୁତ୍ବପୂର୍ଣ୍ଣ ଥିଲା ବୋଲି ମତପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପ୍ରଶାନ୍ତ କୁମାର ମାଝୀ ସଂଯୋଜନା କରିଥିବା ବେଳେ ଶଙ୍କର ପ୍ରସାଦ ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଂଗଠନ ସଭାପତି ସଂଜୀବ କୁମାର ଠାକୁର ଲକ୍ଷ୍ଯ ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ। ଯୁବ ସଂଗଠକ ଅବିନାଶ ମୁଣ୍ଡ କାର୍ଯ୍ୟକ୍ରମର ସବିଶେଷ ବିବରଣୀ ପ୍ରଦାନ କରିଥିବା ବେଳେ କୋଷାଧ୍ୟକ୍ଷ ଲଲିତ କୁମାର ବିଶି ଧନ୍ଯବାଦ ଅର୍ପଣ କରିଥିଲେ। ଏହି ଅବସରରେ କଲମପୁର ଏବଂ ଆଖପାଖ ଅଞ୍ଚଳର ୩୦୦ରୁ ଉର୍ଦ୍ଧ୍ବ ଦିବ୍ୟାଙ୍ଗ, ବିଧବା ଓ ଅସହାୟ ବୃଦ୍ଧବୃଦ୍ଧାଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମକୁ ସଂଗଠନ ଉପସଭାପତି ପ୍ରଦ୍ୟୁମ୍ନ ମହାନ୍ତି, ସଦସ୍ଯ ବେଦପ୍ରକାଶ ପଣ୍ଡା, ଗିରିଶ୍ବେର ସାହୁ, ଇଶ୍ବରୀ ରାଜପୁତ, କୈଳାସ ଚନ୍ଦ୍ର ସାହୁ, ଦୈତାରି ବାରିକ, ଶିବାଜୀ ଚିନ୍ଦା, ବିବେକାନନ୍ଦ ରଣା, ମୂରଲୀଧର ସାହୁ, ମୁକୁନ୍ଦ ଟେଣ୍ଡକାରୀ, ଦୁଷ୍ମନ୍ତ ଛତ୍ରିଆ, ହରେକୃଷ୍ଣ ସାହୁ ସମେତ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା ପ୍ରମୁଖ ସହଯୋଗ କରିଥିଲେ।

ପରମାନନ୍ଦ ଠାକୁର ଙ୍କ ରିପୋର୍ଟ୍ 

Related posts

ଲଡୁଗାଁ ଅଷ୍ଟଲକ୍ଷ୍ମୀ ପୂଜା ରେ ଜଗନ୍ନାଥ ମନ୍ଦିର ତୋରଣ ଦେଖିବାକୁ ପ୍ରବଳ ଜନ ସମାଗମ

Sunil Chandra Nayak

ରାଇରଙ୍ଗପୁର ଠାରେ ଅନୁଷ୍ଠିତ ହେଲା ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର, ମୋଟ ୯୦ ଟି ଅଭିଯୋଗର ହେଲା ଶୁଣାଣୀ

Sunil Chandra Nayak

ଦୁଇ ଶହ ପାଞ୍ଚ ଏକର ଜମିକୁ ଶିଳ୍ପ ପ୍ରତିଷ୍ଠା ପାଇଁ,ଜମି ଅଧିଗ୍ରହଣ ପାଇଁ ଜନଶୁଣାଣୀ ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!