ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଟିଚର୍ସ ପ୍ରିମିୟମ ଲିଗ୍ ୨୦୨୪ ସିଜନ୍ ୧ ଉଦଘାଟିତ

ଟିଚର୍ସ ପ୍ରିମିୟମ ଲିଗ୍ ୨୦୨୪ ସିଜନ୍ ୧ ଉଦଘାଟିତ

କଲମପୁର -୭/୧୨(ମସିହା ) କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ପ୍ରାଇମେରୀ ଟିଚର୍ସ ଆସୋସିଏସନ୍ ଆନୁକୁଲ୍ୟରେ ଟିଚର୍ସ ପ୍ରିମିୟମ ଲିଗ୍ ୨୦୨୪ ସିଜନ୍ ୧ ପ୍ରତିଯୋଗିତା କଲମପୁର ମିନି ଷ୍ଟଡିୟମ ଠାରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି, ଏଥିରେ ମିନଗୁର ବ୍ଲାଷ୍ଟର୍ସ ଏକାଦଶ, ବରଗାଁ ହଣ୍ଟର ଏକାଦଶ, କଲମପୁର ଲାୟନ ଏକାଦଶ, ମଣ୍ଡଳ ମାର୍ବଲ ଏକାଦଶ,ଚୁରାଗାଁ ରାଇଜିଙ୍ଗ ଏକାଦଶ ଓ ବିଜମରା ଫାଇଟର ଏକାଦଶ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି, ଉଦଘାଟନୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ ବିଡିଓ ବିଜୟ କୁମାର ମାଣ୍ଡାଙ୍ଗି, ଗୋଷ୍ଠୀ ଶିକ୍ଷା ଅଧିକାରୀଣୀ ମଧୁସ୍ମିତା ନାଏକ, ବ୍ଲକ ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ବେହେରା ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ , ଆଜିର ଖେଳରେ ପ୍ରଥମ ମ୍ୟାଚ ମିନଗୁର ଓ ବରଗାଁ ଏକାଦଶ ମଧ୍ୟରେ ହୋଇଥିଲା ସେଥିରେ ମିନଗୁର ବିଜୟୀ ହୋଇଛି, ସେହିଭଳି ଚୁରାଗାଁ ଓ ବିଜମରା ଏକାଦଶ ମଧ୍ୟରେ ଚୁରାଗାଁ ବିଜୟ ଲାଭ କରିଥିବା ବେଳେ ମିନଗୁର ଓ ମଣ୍ଡଳ ଏକାଦଶ ମଧ୍ୟରେ ମଣ୍ଡଳ ବିଜୟ ଲାଭ କରିଛି, ଆସୋସିଏସନ୍ର ସଭାପତି ସନାତନ ଭଞ୍ଜ ସଂପାଦକ ଶୁଭେନ୍ଦୁ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି ପ୍ରତିଯୋଗିତାରେ ନିତେଶ ପଣ୍ଡା, ସୁଶିଲ ପଟ୍ଟନାୟକ,ଲୋକେଶ ମାଝି,ଥବିର ( ବଣ୍ଟୁ) ଖମାରୀ ଖେଳ ପରିଚାଳନା କରିଥିଲେ,ଆସନ୍ତାକାଲି ଉଦଯାପିତ ହେବ ବୋଲି ଆୟୋଜକ କର୍ମକର୍ତ୍ତା ମାନଙ୍କ ଠାରୁ ସୂଚନା ମିଳିଛି।

ପରମାନନ୍ଦ ଠାକୁର ଙ୍କ ରିପୋର୍ଟ୍ 

Related posts

କୁଜଙ୍ଗ ବ୍ଲକର ପଙ୍କପାଳ ଠାରେ ବିକାଶ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ

Sunil Chandra Nayak

ଗୋପାଳପୁର କନ୍ୟା ଆଶ୍ରମର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

Sunil Chandra Nayak

ଜିଲ୍ଲା କ୍ରିକେଟ ସଂଘର ନୂତନ ଦାଇତ୍ୱ ବଣ୍ଟନ

masiha

Leave a Comment

error: Content is protected !!