ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବ୍ୟବସ୍ଥା ମଧ୍ୟରେ ଓଡେଶୁ ଗାଁ 

ଅବ୍ୟବସ୍ଥା ମଧ୍ୟରେ ଓଡେଶୁ ଗାଁ 

ବନ୍ଧୁଗାଁ ତା ୬/୧୨/୨୪ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କେ ଯାଗୁଗୁଡା ପଞ୍ଚାୟତ ଓଡ଼େଶୁ ଗାଁ ଆଜି ପର୍ଯ୍ୟନ୍ତ ସରକାରଙ୍କ ଅନେକ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହୋଇ ରହିଛି। ଗାଁର ଚତୁପାର୍ଶ୍ଵରେ ପାହାଡ ପୁଣି ବିରାଟ ଗର୍ତ୍ତ ଉପରେ ଓଡେଶୁ ଗାଁଟି ରହିଛି। ପଞ୍ଚାୟତ ରୁ ୭ କି :ମି ପୁଣି ବ୍ଲକ କାର୍ଯ୍ୟଳୟ ଠାରୁ ପ୍ରାୟ ୨୪ କି: ମି ଦୂରରେ ଓଡେଶୁ ଗାଁ ରହିଥିବା ବେଳେ ଗାଁରେ ୨୩ ଘର ପରିବାର ରହି ଆସୁଛନ୍ତି। ଗତ ପଞ୍ଚାୟତ ସ୍ତରୀୟ ନିର୍ବାଚନରେ ସମିତି ସଭ୍ୟ ଭାବେ ଦାସ ମେଲେକା ଏହି ଗାଁ ରୁ ନିର୍ବାଚିତ ହୋଇ ପଞ୍ଚାୟତ ସମିତିକୁ ଯାଇ ଥିଲେ। ନିଜ ଗାଁରେ ରହିଥିବା ଥିବା ପିଇବା ପାଣି ସମସ୍ୟା କୁ ନେଇ ବ୍ଲକ ଓ ଜିଲ୍ଲା ପ୍ରଶାସନକୁ ଗୁହାରି କରି ସମାଧାନ କରିବା ପାଇଁ ଅନେକ ଥର ଚେଷ୍ଟା କରି ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କିଏ ଶୁଣି ନାହାନ୍ତି। ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ମିଣ୍ୟାକା ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା ଙ୍କୁ ମଧ୍ୟ ପିଇବା ପାଣି ସମସ୍ୟା ସମାଧାନ ନିମନ୍ତେ ଗୁହାରି କରିଥିଲେ ହେଁ କେବଳ ପ୍ରତିଶ୍ରୁତି ଦେଇ ଆଜି ପର୍ଯ୍ୟନ୍ତ ଅଟକି ରହିଛି। ଗାଁରୁ ମାଆ ମାନେ ପ୍ରାୟ ୬୦ ମିଟର ତଳେ ଥିବା ବିରାଟ ଗର୍ତ୍ତ ତଳେ ବହି ଆସିଥିବା ଝର ରୁ ପାଣି ବହୁ କଷ୍ଟରେ ଆଣି ବ୍ୟବହାର କରୁଛନ୍ତି। କିଛି ବର୍ଷ ତଳେ ସରକାରଙ୍କ ତରଫରୁ ଏକ ନଳକୂପ ଖନନ ହୋଇଥିଲେ ମଧ୍ୟ ତାହିଁରୁ ଦୁର୍ଗନ୍ଧ ପାଣି ବାହାରୁଛି। ନିଜେ ପରିଧାନ କରୁଥିବା ମଇଳା ପୋଷାକ ସଫା କରିବା ପାଇଁ ପ୍ରାୟ ଦୁଇ କି :ମି ଚାଲି ଯିବାକୁ ପଡୁଛି।ସ୍କୁଲ ଥିଲା ସ୍କୁଲ ବନ୍ଦ ହୋଇଯିବାରୁ ମାତ୍ର ଦୁଇଟି ପିଲା ଏକ କିଲୋମିଟର ଦୂର ରାସ୍ତା ଚାଲି ବିଲାମାଳ ଗାଁ ସ୍କୁଲ ଯାଇ ପାଠ ପଢନ୍ତି। ଅଙ୍ଗନୱାଡ଼ି କେନ୍ଦ୍ର ନାହିଁ ବିପଦ ସଙ୍କୁଳ ଅବସ୍ଥାରେ ଥିବା ସ୍କୁଲ ଘରେ ଅଙ୍ଗନୱାଡ଼ି କେନ୍ଦ୍ର ଚାଲିଛି। ଗାଁ ପାଇଁ ଥିବା ରାସ୍ତା ଠିକାଦାର ଅଳ୍ପ ଦିନ ତଳେ ମରାମତି କରି ଥିଲେ ମଧ୍ୟ ତାର ଦୁଇ ଦିନ ମଧ୍ୟରେ ପିଚୁ ବାହାରି ରାସ୍ତା ସମ୍ପୂର୍ଣ ନଷ୍ଟ ହୋଇଯାଇଛି । ଗାଁରେ ଜଣେ ରକ୍ତ ହୀନତା ଶିଶୁ ବୁଲୁଥିବା ଦେଖିବାକୁ ମିଳିଛି।ଥିବା ଠିକାଦାରଙ୍କ ହାତରେ ଆର ଡି ବିଭାଗ ଯନ୍ତ୍ରୀ ରହିଥିବା ବେଳେ ରାସ୍ତାର ଅବସ୍ଥା ସଙ୍କଟାପନ୍ନ ଅବସ୍ଥାରେ ରହିଛି। ଆଜି ଆମ ଗଣମାଧ୍ୟମ ଗାଁରେ ପହଞ୍ଚି ବା ପରେ ଗାଁରେ ଥିବା ସମିତି ସଭ୍ୟ ଙ୍କ ସମେତ ସୁଧୀର ମାଣ୍ଡିଙ୍ଗି, ଓରାଲୁ ମେଲେକା, ଆମୁଡ଼ି ମେଲେକା, ସେମନ୍ତି ମାଣ୍ଡିଂ, ଓ ନିଲୋଶ ମେଲେକା ମାଆ ମାନେ ସେମାନଙ୍କ ଦୁଃଖ ଜଣାଇ ସରକାରଙ୍କୁ ଗୁହାରି ଜଣାଇବା ପାଇଁ ଅନୁରୋଧ କରିଥିଲେ।

  ସଞ୍ଜୀବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ବେନଗାଁ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦବଙ୍ଗଗିରି, ବାକି ଥିବା ଭତ୍ତା ଟଙ୍କା କହିଲେ ବୃଦ୍ଧା ଙ୍କୁ ଦେଖାଉଛନ୍ତି ନାଲି ଆଖି

Sunil Chandra Nayak

ନୂଆଗାଁର ହୁଟୁବସାହି ବିପର୍ଯ୍ୟସ୍ତ ରାସ୍ତା ନେଇ ଗ୍ରାମବାସୀ ହନ୍ତସନ୍ତ 

Sunil Chandra Nayak

ଶିଶୁଗଳ୍ପ ପ୍ରତିଯୋଗିତାର ଫଳାଫଳ ପ୍ରକାଶ, ପ୍ରଥମ ସ୍ଥାନରେ ବିଶ୍ବବିଦ୍ୟାଳୟ ଛାତ୍ର

Sunil Chandra Nayak

Leave a Comment

error: Content is protected !!