ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅମିଶା କର ନିଟରେ ଟପ୍ପର, ଏମବିଏରେ ଗୋଲ୍ଡମେଡାଲ୍ କୃତିତ୍ବ ଲାଭ ପରେ ଶୁଭେଚ୍ଚାର ସୁଅ ଛୁଟୁଛି

ଅମିଶା କର ନିଟରେ ଟପ୍ପର, ଏମବିଏରେ ଗୋଲ୍ଡମେଡାଲ୍ କୃତିତ୍ବ ଲାଭ ପରେ ଶୁଭେଚ୍ଚାର ସୁଅ ଛୁଟୁଛି

ରାୟଗଡ:- ରାୟଗଡ ଜିଲ୍ଲା ଜେକେପୁର ଠାରେ ଜନ୍ମଗ୍ରହଣ କରିଥିବା ଅମିଶା କର, ମାତା ସନ୍ଧ୍ଯାରାଣୀ କର, ଅଧ୍ଯାପିକା, ପିତା ପ୍ରଫୁଲ କରଙ୍କ ଜ୍ଯେଷ୍ଠ କନ୍ଯା, ରାୟଗଡରେ ପ୍ରାଥମିକ ଶିକ୍ଷା ଲାଭପରେ ପିତାମାତ ଓ ସପରିବାରଙ୍କ ସହ ଝାସୁଗୁଡାରେ ରହି ଉଚ୍ଚଶିକ୍ଷା ଅଧ୍ଯୟନ କରିବା ପରେ ଭୁବନେଶ୍ବର ସ୍ଥିତ ସେଞ୍ଚୁରିଆନ୍ ଯୁନିଭରସିଟିର ବୈଷୟିକ ଓ ପରିଚାଳନା ଶିକ୍ଷାରେ ମାଷ୍ଟର ଅଫ୍ ବିଜନେସ୍ ଆଡମିନିଷ୍ଟ୍ରେସନ୍ ଏମବିଏରେ ଅଧ୍ଯୟନ କରୁଥିଲା | ଏହି ଅଧ୍ଯୟନ ବେଳେ ବିଭିନ୍ନ କାର୍ଯ୍ଯକ୍ରମ ଓ ଶିକ୍ଷାରେ ନିଜର କୃତିତ୍ବ ଓ ପାରଦର୍ଶିତା ଅର୍ଜନ କରି ଏମ୍ ବିଏରେ ୨୦୨୩ – ୨୦୨୪ ଶିକ୍ଷା ବର୍ଷରେ ଅମିଶା କର ଏମବିଏ ଶିକ୍ଷା ସମାପ୍ତ କରିଥିଲେ ଏବଂ ଏହି ଶିକ୍ଷାବର୍ଷରେ ଏମବିଏ ରେ ଟପ୍ପର ହୋଇଥିବାରୁ ସେଞ୍ଚୁରିଆନ୍ ୟୁନିଭରସିଟି ପକ୍ଷରୁ ଭୁବନେଶ୍ବର କ୍ଯାମ୍ପସ ପରିସରରେ ୨୦୨୪ ଡିସେମ୍ବର ୭ ତାରିଖ ଶନିବାର ଆୟୋଜିତ ୧୨ ତମ ସମାରୋହ ସମ୍ବର୍ଦ୍ଧନା ଉତ୍ସବ ସଭାରେ ପିଟାର ରେନଭିକ୍ ମେମୋରିଆଲ୍ ଆଓ୍ବାର୍ଡରେ ଅମିଶା କରଙ୍କୁ ତାଙ୍କ କୃତିତ୍ବ ପାଇଁ ମାନ୍ଯବର ମହାମହିମ ଓଡିଶା ରାଜ୍ଯପାଳ ଶ୍ରୀ ରଘୁବର ଦାସଙ୍କ କରକମଳରେ ଗୋଲଲ୍ଡମେଡାଲ ସମ୍ମାନରେ ସମ୍ମାନିତ କରାଯାଇଛି | ସୂଚନା ଅନୁଯାଇ ଜଣାପଡିଛି ଯେ, ଆସନ୍ତା ବର୍ଷ ଜାନୁଆରୀ ୨୬ ତାରିଖ ଦିନ ମହାମହୀମ ରାଷ୍ଟ୍ରପତିଙ୍କ ଦ୍ବାରା ସମ୍ବର୍ଦ୍ଧନା କରାଯିବାର ସୂଚନା ମିଳିଛି | ଅମିଶା ମାଟ୍ରିକରେ ୯୧ ଶତକଡା, ଯୁକ୍ତ ୨ରେ ୮୯ ଶତକଡା ଏବଂ ନିଟ୍ ରେ ଟପ୍ପର ହୋଇଥିଲା | ଏମବିଏରେ ଟପ୍ପ ହୋଇ ଗୋଲ୍ଡମେଡାଲ ପ୍ରାପ୍ତ ହୋଇଥବାରୁ ଗୁରୁଜନ, ପରିବାରବର୍ଗ ଓ ସମ୍ପର୍କୀୟ ତଥା ଶୁଭେଚ୍ଚ୍ଛୁ ଓ ବହୁମାନ୍ଯଗଣ୍ଯଙ୍କ ଠାରୁ ଶୁଭେଚ୍ଚା ର ଶୁଅଛୁଟୁଛି |

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଶୋଚନୀୟ ଅବସ୍ଥାରେ ଖଇରା ଦମକଳ ଅଫିସ୍ ରାସ୍ତା, କେବେ ପଡିବ ପ୍ରଶାସନର ଦୃଷ୍ଟି

Sunil Chandra Nayak

କେନାଲ ପାଣିରେ ବୁଡି ଯୁବକର ସଲିଳ ମୃତ୍ୟୁ 

masiha

ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ଉପରେ ଦିଲୀପ ରାୟଙ୍କ ପୋଷ୍ଟ କେବଳ ଲୋକ ଦେଖାଣିଆ: ବିଜେଡି

Sunil Chandra Nayak

Leave a Comment

error: Content is protected !!