ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଡ ଧୁମ ଧାମ ରେ ଶୁଭାରମ୍ଭ ହେଲା ଚଇତି ୨୦୨୪. “ସୌରlଲିପି ଉତ୍ପତି ସ୍ଥଳ ଅକ୍ଷର ବ୍ରହ୍ମ ମନ୍ଦିରରୁ ଉଠିଲା ଶୁଭ କଳସ” 

ବଡ ଧୁମ ଧାମ ରେ ଶୁଭାରମ୍ଭ ହେଲା ଚଇତି ୨୦୨୪.

“ସୌରlଲିପି ଉତ୍ପତି ସ୍ଥଳ ଅକ୍ଷର ବ୍ରହ୍ମ ମନ୍ଦିରରୁ ଉଠିଲା ଶୁଭ କଳସ” 

ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକର ମାରୀଚଗୁଡା ଠାରେ ଚଇତି -୨୦୨୪ ଶୁଭାରମ୍ଭ ହୋଇଛି l ମରିଚ଼ଗୁଡ଼ା ଗ୍ରାମରେ ସୌରା ଆଦିବାସୀ ମାନଙ୍କର ଭାଷାର ଉତ୍ପତିସ୍ଥଳ ଓ ମୂଖ୍ୟ ଉପାସନା ପୀଠ ଅକ୍ଷର ଧାମ୍‌ ମନ୍ଦିରରେ ସ୍ଥାନୀୟ ପୂଜକଙ୍କ ଦ୍ୱାରା ହୋମ ଯଜ୍ଞ ଓ ପୂଜାର୍ଚନା କରାଯାଇଥିଲା l ଏଥିରେ ରାୟଗଡ଼ା ଜିଲ୍ଲାର ୧୧ଗୋଟି ବ୍ଲକକୁ ୧୧ଟି କୋଳସ ସହ ଆଜ୍ଞାମାଳ ଆଣି ପଦ୍ମପୁର ସୁନାରି ଘାଇ ଛକ ନିକଟରେ ଖିଲାମୁଣ୍ଡା ମାଙ୍କ ପାଖରେ ଏକତ୍ରିତ ହୋଇ ଏକ ହଜାର ରୁ ଉର୍ଦ୍ଧ୍ଵ ଲୋକଙ୍କର ଭିଡ଼ ଦେଖିବାକୁ ମିଳିଥିଲା ଖମାପଦର ନାଳରୁ ପୂର୍ଣ୍ଣ ଜଳ ଆଣି କଳସ ଯାତ୍ରା କରାଯାଇଥିଲା ବିଶେଷ କରି ରାୟଗଡ଼ା ଜିଲ୍ଲା ପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ନିର୍ଦ୍ଦେଶକ୍ରମେ ଅକ୍ଷର ଧାମ ରୁ ଆଜ୍ଞାମାଳ ଆଣି ବି ଏନ୍‌ ହାଇସ୍କୁଲ ପଡିଆ ରେ ରଖାଯାଇଥିଲା ସେଠାରେ ଆଖପାଖ ବିଭନ୍ନ ସ୍କୁଲର ଛାତ୍ର ଛାତ୍ରି ମାନେ ସାଂସ୍କୃତିକ ଶୋଭlଯାତ୍ରା କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା l ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଆଦିବାସୀ କଳାକାର ସାମିଲ ହୋଇ ରଙ୍ଗlରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ଦେଖିବାକୁ ମିଳିଥିଲା l ଆଜିର କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ କୋରାପୁଟ ଲୋକ ସଭା ମାନ୍ୟବର ସାଂସଦ ଶ୍ରୀଯୁକ୍ତ ସପ୍ତଗିରି ଉଲ୍ଲାକା, ସମ୍ମାନୀତ ଅତିଥି ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ, ରାୟଗଡ଼ା ବିଧାୟକ ଆପଲ ସ୍ୱାମୀ କାଡ୍ରକା, ବିଷମକଟକ ମାନ୍ୟବର ବିଧାୟକ ନୀଳମାଧଵ ହିକକା, ରାୟଗଡ଼ା ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ଵତୀ ମାଝି,ରାୟଗଢ଼ା ଅତିରିକ୍ତ ଜିଲ୍ଲାପାଳ, ଶ୍ରୀ ଭାସ୍କର ରଇତ, ରାୟଗଡ଼ା ମୂଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡି , ଗୁଣପୁର ଉପଜିଲ୍ଲାପାଳ ସୁଶ୍ରୀ କିରନଦୀପ କୌର ସହୋତା, ସମାଜ ସେବି ତଥା ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ଶିବ ପଟ୍ଟନାୟକ,ବ୍ଲକ ସ୍ତରୀୟ ଚଇତି ସଂଯୋଜକ ତଥା ପ୍ରକଳ୍ପ ନିର୍ଦ୍ଦେଶକ ଜଳ ବିଭିଜିକା ମିଶନ ଡଃ ଦୟାନିଧି ବାଗ,ଓଡ଼ିଶାର ପୂର୍ବତନ ମୂଖ୍ୟ ମନ୍ତ୍ରୀ ଡକ୍ଟର ଗିରିଧାରି ଗମାଙ୍ଗ, ରାମନାଗୁଡ଼ା ସମିତି ଅଧ୍ୟକ୍ଷ,ରାବିଶଙ୍କର ଗମାଙ୍ଗ, ଚନ୍ଦ୍ରପୁର ବ୍ଲକର ଅଧ୍ୟକ୍ଷ କୈନ କିମ୍ଵାକା, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସନ୍ତୋଷ ସୁନା, ଗୁଣପୁର ବ୍ଲକ ପୌର ଉପାଧ୍ୟକ୍ଷ ଶିବନାରାୟଣ ଗୌଡ଼, ପଦ୍ମପୁର ବ୍ଲକ ଅଧ୍ୟକ୍ଷା,ମଣିମାଳା ଶବର,ରାୟଗଡ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଟୁନି ହୁଇକା, ଗୁଡ଼ାରୀ ବ୍ଲକ ଅଧ୍ୟକ୍ଷା ସହ ଅନ୍ୟ ବ୍ଲକର ବ୍ଲକ ଅଧ୍ୟକ୍ଷା ଓ ଜିଲ୍ଲାପରିଷଦ ସଭ୍ୟ ସଭ୍ୟା, ପଦ୍ମପୁର ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ଶିବ ପ୍ରସାଦ ପଟ୍ଟନାୟକ ଉପସ୍ଥିତରେ ଆଜିର ବ୍ଲକ ସ୍ତରୀୟ ଚଇତି ଉଦଘାଟନ ସମାରୋହ ଅନୁଷ୍ଠିତ ହୋଇଥିଲା l ଏଥିରେ ଚଇତି ରଥ ଉଧଘାଟନ ଓ ଚଇତି ପୋଷ୍ଟର ଉନ୍ମୋଚନ କରାଯାଇଥିଲା l ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଭନ ପ୍ରତିଯୋଗିତାରେ କୃତୀ ପ୍ରତଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଲଗାଣ ବର୍ଷାରେ ଭୁଶୁଡ଼ିଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର

Sunil Chandra Nayak

ମାଛ ମାରିବାକୁ ଯାଇ ନଦୀରେ ୨୪ ବର୍ଷୀୟ ଯୁବକ ମୃତ 

masiha

ଧର୍ମପରାୟଣ ମହିଳାଙ୍କ ପରଲୋକ

masiha

Leave a Comment

error: Content is protected !!