ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪  ସପ୍ତମ ଦିନ ସମ୍ପର୍କ ର ନାଟକ ଜନ୍ମମାଟି ମଞ୍ଚସ୍ଥ

ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ 

ସପ୍ତମ ଦିନ ସମ୍ପର୍କ ର ନାଟକ ଜନ୍ମମାଟି ମଞ୍ଚସ୍ଥ

ରାଉରକେଲା: ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ପୃଷ୍ଠପୋଷକତାରେ ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ ର ସପ୍ତମ ଦିବସରେ ସମ୍ପର୍କ ର ନାଟକ ଜନ୍ମମାଟି ମଞ୍ଚସ୍ଥ ହୋଇଯାଇଛି। ବିଭୁପ୍ରସାଦ ନାୟକ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ ଯୋଗ ଦେଇଥିବା ବେଳେ ଆରଏସପି ର ପ୍ରାକ୍ତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ସମ୍ମାନିତ ଅତିଥି ଭାବେ ସଚେତନ ନାଗରିକ ମଞ୍ଚ ର ସଭାପତି ଇଂ ବିମଳ କୁମାର ବିଶି, ଓଡ଼ିଶା ନାଟ୍ୟ ସଂଘ ର ସାଧାରଣ ସମ୍ପାଦକ ଶୁଭକାନ୍ତ ପାଢ଼ୀ , ସମାଜସେବୀ ମହେନ୍ଦ୍ର ମହାନ୍ତି ପ୍ରମୁଖ ଯୋଗଦେଇ ଥିଲେ। ଅନ୍ୟ ବିଶିଷ୍ଟ ଅତିଥି ଙ୍କ ମଧ୍ୟରେ ନଳିନୀ ପ୍ରଭା ପଟ୍ଟନାୟକ , ଭାରତ ଭୁଷଣ ମହାନ୍ତି, ବିଷ୍ଣୁ ମହାନ୍ତି, ଶର୍ମିଷ୍ଠା କବିଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ। ଏକତ୍ର ପକ୍ଷରୁ ପ୍ରଦୀପ କୁମାର ପଣ୍ଡା ସ୍ବାଗତ ଅଭିଭାଷଣ ଓ ଅତିଥି ଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ପ୍ରଜ୍ଞାନନ୍ଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ ନାଟକ ମାଧ୍ୟମରେ କଳାକାର ମାନେ ସମାଜରେ ବାସ୍ତବ ଚିତ୍ରକୁ ଦର୍ଶାଇଥାନ୍ତି। ଯାହା ପ୍ରେକ୍ଷ୍ୟାଳୟରୁ ଗଲାପରେ ମଧ୍ୟ ଦର୍ଶକମାନଙ୍କ ମନରେ ସ୍ବତନ୍ତ୍ର ଛାପ ଛାଡ଼ି ଥାଏ । ନାଟ୍ୟକାର ପଦ୍ମଶ୍ରୀ ମନୋରଞ୍ଜନ ଦାସଙ୍କ ରଚିତ ଓ ଭାସ୍କର ଚନ୍ଦ୍ର ମହାପାତ୍ର ଙ୍କ ନିର୍ଦ୍ଦେଶନାରେ ଏହି ନାଟକର ବିଷୟବସ୍ତୁ ହେଲା ଗାନ୍ଧିଜୀ କହିଥିଲେ ଯେ ପର୍ଯ୍ୟନ୍ତ ଗାଁ ର ସର୍ବାଙ୍ଗିନ ଉନ୍ନତି ହୋଇନାହିଁ ସେ ପର୍ଯ୍ୟନ୍ତ ଦେଶର ପ୍ରଗତି ସମ୍ଭବ ନୁହେଁ। ଦୁଃଖର ବିଷୟ ସ୍ବାଧୀନତାର ୭୭ ବର୍ଷ ପରେ ବି ଭାରତର ଗାଁ ଗୁଡିକ ଆଶାନୁରୂପ ଉନ୍ନତି ହୋଇପାରିନାହିଁ। ଗାଁ ର ଶିକ୍ଷିତ ପିଲା ମାନେ ସହରର ବାହ୍ୟ ଚାକଚକ୍ୟରେ ଆକର୍ଷିତ ହୋଇ ସହରକୁ ଯାଉଛନ୍ତି। ଗାଁ ରେ ରହୁଛନ୍ତି ଅର୍ଦ୍ଧ ଶିକ୍ଷିତ, ବୟସ୍କ ଓ ଛୋଟ ପିଲାମାନେ। କଠିନ ପରିଶ୍ରମ କରି ଏଠିକାର କୃଷକ ଯେଉଁ ଉନ୍ନତି କରୁଛି,ଅର୍ଦ୍ଧଶିକ୍ଷିତ ତା ପ୍ରତି ଇର୍ଷାନ୍ବିତ ହୋଇ ତା’ର ସର୍ବନାଶ କରିବାକୁ ଆଗେଇ ଆସୁଛନ୍ତି । ଅନ୍ୟପଟେ ବାତ୍ୟା,ବନ୍ୟା,ଅନାବୃଷ୍ଟି ରେ ଶ୍ରୀ ହୀନ ହୋଇଉଠୁଛି ଜନ୍ମମାଟି। ତେବେ ଗାଁ ରୁ ଯାଇଥିବା ପିଲାମାନେ ସତରେ କ’ଣ ଫେରି ଗାଁ କୁ ଶସ୍ୟଶ୍ୟାମଳା କରିବେ ? ଏହିଭଳି କାହାଣୀକୁ ନେଇ ନାଟକଟି ଗତିଶୀଳ ହୋଇଛି। ଏଥିରେ ସର୍ବଶ୍ରୀ ବିଜୟ ପାତ୍ର, ଭାସ୍କର ମହାପାତ୍ର, ମୁରଲୀଧର ଦାଶ, ବିବେକାନନ୍ଦ ଦାଶ, ସୁରେନ୍ଦ୍ର ପାଢ଼ୀ, ପୁଷ୍ପଲତା ବିଶୋଇ, ସୁଦେଷ୍ଣାରାଣୀ ରାଉତ, ସସ୍ମିତା ବେକ୍, ସୁରଭି ରଣା,ଗ୍ରୀଷ୍ମା, ମୋହିନୀ,ସ୍ପନ୍ଦିତା, ଶ୍ରେୟାଶ୍ରୀ,ପ୍ରାପ୍ତୀ ଓ ସୁଗୁନ ପ୍ରମୁଖ ଅଭିନୟ କରିଥିବା ବେଳେ ସଂଗୀତ ରେ ଶକ୍ତିପ୍ରସାଦ ମିଶ୍ର, ମଞ୍ଚସଜ୍ଜାରେ ପ୍ରଳୟ ଶତପଥୀ, ଋପସଜ୍ଜାରେ ମାମା ଚିତ୍ରାଳୟ, ଆଲୋକ ରେ ରାଜେଶ ଶତପଥୀ,ମଞ୍ଚ ପରିଚାଳନାରେ ସଞ୍ଜୀବ ଚାନ୍ଦ ପ୍ରମୁଖ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ପ୍ରଦୀପ ନାୟକ, ଅକ୍ଷୟ ଧଳ, ଡ଼ଃ ସମର ମୁଦାଲି, ରମେଶ ମହାନ୍ତି ,ଡ଼ା କୃପାସିନ୍ଧୁ ନାୟକ, ପ୍ରବୀର ଜେନା,ଆଲୋକ ବୋଷ, ସଭାପତି ରାଜୀବ ପାଣି ଓ ସମ୍ପାଦକ ସୁଦେଶ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ମଞ୍ଚ କାର୍ଯ୍ୟକ୍ରମ ରେ କଲ୍ୟାଣୀ ଦାସ ଓ ସନ୍ଧ୍ୟା ପଟ୍ଟନାୟକ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବୋର୍ଡ଼ା ତରଫରୁ ଜାତୀୟ ବିଜ୍ଞାନ ଦିବସ ପାଳିତ

Sunil Chandra Nayak

ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟର ତଳି ଅଞ୍ଚଳ ତରିଆ ମୁହାଭଟ୍ଟା ରେ ପୁଣି ବାଘ ଆତଙ୍କ

Sunil Chandra Nayak

ପେଷା ସାମ୍ବାଦିକତା ନିଶା ଗୀତ 

masiha

Leave a Comment

error: Content is protected !!