ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିକାଶ ସ୍କୁଲର କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ନବାକାଂକ୍ଷା ଅନୁଷ୍ଠିତ 

ବିକାଶ ସ୍କୁଲର କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ନବାକାଂକ୍ଷା ଅନୁଷ୍ଠିତ

ରାଉରକେଲା: ମୂରଲୀ କ୍ରୀଷ୍ଣା ଫାଉଣ୍ଡେସନ, କ୍ରୀଷ୍ଣା ବିକାଶ ଗୃପ, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବିକାଶ ଆବାସିକ ବିଦ୍ୟାଳୟ, ବିକାଶ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ, ବରଗଡ଼ ର ମିଳିତ ଆନୁକୂଲ୍ୟରେ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ନବାକାଂକ୍ଷା ସ୍ଥାନୀୟ ଭଞ୍ଜଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଦଶମ ଓ ଦ୍ବାଦଶ ଶ୍ରେଣୀରେ ପଢ଼ୁଥିବା ମେଧାବୀ ଛାତ୍ରଛାତ୍ରୀ, ସିବିଏସଇ ଓ ଓଡ଼ିଆ ମାଧ୍ୟମିକ ବିଦ୍ୟାଳୟ ମାନଙ୍କ ର ଅଧ୍ୟକ୍ଷ, ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ, ସମାଜର ବିଶିଷ୍ଟ ବ୍ୟକ୍ତି ଓ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନର କାର୍ଯ୍ୟକାରୀ ଅଧ୍ୟକ୍ଷ ଶିଶିର ପ୍ରସାଦ ରାଉଳଙ୍କ ଅଧ୍ୟକ୍ଷତା ରୋ କ୍ବିଜ ପ୍ରତିଯୋଗିତା କରାଯାଇ ସେଥିରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଦଶାରୀ ମୁରଲୀ କ୍ରିଷ୍ଣା କ୍ୟାରିୟର କାଉନସେଲିଂ ମାଧ୍ୟମରେ ଛାତ୍ର ଛାତ୍ରୀ ମାନଙ୍କୁ କିପରି ଭଲପାଠ ପଢିବ, ତାଙ୍କର ସଂକଳ୍ପିତ ସ୍ବପ୍ନ କିପରି ସିଦ୍ଧି ଲାଭ କରିବ ତଥା ଚରିତ୍ର ଗଠନରେ ସହାୟକ ହେବ ସେ ସମ୍ପର୍କରେ ମତ ରଖିଥିଲେ। ବିକାଶ ଆବାସିକ ବିଦ୍ୟାଳୟ ର ଅଧ୍ୟକ୍ଷ ଚିତ୍ତରଞ୍ଜନ ପତି ଅନୁଷ୍ଠାନର ଆଭିମୁଖ୍ୟ ଓ ବିଗତ ୩ବର୍ଷର ଫଳାଫଳ ସମ୍ପର୍କରେ ଆଲୋଚନା କରିଥିବା ବେଳେ ନିର୍ଦ୍ଦେଶକ ଡ ସମରେନ୍ଦ୍ର ନାଥ ପଣ୍ଡା ସର୍ବଭାରତୀୟ ସ୍ତରରେ ବିକାଶ ସ୍କୁଲର ଛାତ୍ର ଛାତ୍ରୀ ମାନେ କିପରି କୃତିତ୍ୱ ହାସଲ କରିଥିଲେ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲର ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କ୍ରୀଷ୍ଣା ବିକାଶ ଗ୍ଲୋବାଲ ସ୍କୁଲର ଅଧ୍ୟକ୍ଷ ଡ ମନୋଜ କୁମାର ତ୍ରିପାଠୀ ସ୍ବାଗତ ଭାଷଣ ଓ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଏମଡି ବିବେକ ଦସାରୀ, ଟ୍ରଷ୍ଟି ଦସାରୀ ରମା ତୁଳସୀ ପ୍ରମୁଖ ଉପସ୍ଥିତ ଥିଲାବେଳେ ଶେଷରେ ନାରାୟଣ ରଥ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିକାଶ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ ତରଫରୁ ନିଃଶୁଳ୍କ ଚକ୍ଷୁ ଓ ଦନ୍ତ ଚିକିତ୍ସା ପ୍ରଦାନ କରାଯାଇଥିଲା। ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ଓ ସମ୍ମାନିତ ଅତିଥି ଭାବେ ଡିଆଇଜି ନିତେଶ ୱାଧୱାନୀ ଯୋଗଦେଇ ବିଦ୍ୟାଳୟର ଶିକ୍ଷା ପ୍ରତି ପ୍ରତିବଦ୍ଧତା କୁ ପ୍ରଶଂସା କରିଥିଲେ। ଛାତ୍ର ସକ୍ଷମ ସୈ।ର୍ଯ୍ୟ ଓ ଛାତ୍ରୀ ଶ୍ରେୟଶ୍ରୀ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ଉତ୍ସବ ମଞ୍ଚ ପ୍ରସ୍ତୁତି ପାଇଁ ସ୍ଥାପନ ହେଲା ଶୁଭ ଖୁମ୍ବ  ଏ ବର୍ଷ ମଞ୍ଚ ରୂପେ ଝଲସିବ ଘୁମର ଜଳ ପ୍ରପାତ ଓ ଘୁମେଶ୍ୱର ଶୈବ ପୀଠ 

masiha

ବନ୍ୟା ଆଶ୍ରୟସ୍ଥଳୀରେ ବିପର୍ଯ୍ୟୟ ପରିଚାଳନା ମକ୍ ଡ୍ରିଲ

masiha

ମାଝୀ/ନାୟକେ/ମୁଣ୍ଡା/ଦେହୁରୀଙ୍କୁ ନେଇ ଆଇନ୍ ସଚେତନତା ଶିବିର

Sunil Chandra Nayak

Leave a Comment

error: Content is protected !!