ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋରୁମହିଷାଣୀ ଥାନା ! ବିଲରେ ଧାନପିଟା ଯନ୍ତ୍ର ଓଲଟି ଯୁବକ ମୃତ

ଗୋରୁମହିଷାଣୀ ଥାନା ! ବିଲରେ ଧାନପିଟା ଯନ୍ତ୍ର ଓଲଟି ଯୁବକ ମୃତ

ମୟୂରଭଞ୍ଜ -୧୦/୧୨ ( ମସିହା)ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଡଙ୍ଗାପାଣି ଗ୍ରାମର ଜନୈକ ଯୁବକ ବିଲରେ ଥ୍ରେସର ଯୋଗେ ଧାନପିଟା କାମ ସାରି ଟ୍ରାକ୍ଟର ସାହାଯ୍ୟରେ ଥ୍ରେସରକୁ ଘରକୁ ଆଣୁଥିବା ସମୟରେ ଦୁର୍ଘଟଣା ରେ ଶିକାର ହୋଇ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଡଙ୍ଗା ପାଣି ଗ୍ରାମର ଚନ୍ଦ୍ରମୋହନ ପୂର୍ତ୍ତି ଧାନପିଟା ମେସିନ ନେଇ ବିଲକୁ ଯାଇଥିଲେ । ସଂଧ୍ୟାରେ ଘରକୁ ଫେରୁଥିବା ସମୟରେ ପ୍ରେସର ମେସିନ ରାସ୍ତାରେ ଓଲଟି ପଡିବା ଫଳରେ ମେସିନ ତଳେ ଚନ୍ଦ୍ର ମୋହନ ଚାପି ହୋଇଯାଇଥିବା ବେଳେ ଅନ୍ୟ ଦୁଇଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତାଙ୍କୁ ତୁରନ୍ତ ରାଇରଙ୍ଗପୁର ହସ୍ପିଟାଲକୁ ଅଣା ଯାଇଥିଲା ।ଡାକ୍ତର ମୃତ ଘୋଷଣା କରିଥିଲେ ।ଆଜି ମଙ୍ଗଳବାର ଦିନ ପୋଲିସ ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୨୫/୨୪ ରୁଜୁ କରି ମୃତୁ୍କର ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

 

Related posts

ଖୁଚୁରା ବିକ୍ରୟ କେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ ପାରୁଲ ପଟୱାରୀ

Sunil Chandra Nayak

ଜିଲ୍ଲାସ୍ତରୀୟ ଶ୍ରୀ ଜୟଦେବ ଜୟନ୍ତୀ ପାଳିତ

Sunil Chandra Nayak

ପ୍ରକାଶ ପାଇଲା କବିତା ପ୍ରତିଯୋଗିତା ଫଳାଫଳ, ଝାରସୁଗୁଡ଼ା ଜିଲ୍ଲାକୁ ମିଳିଲା ପ୍ରଥମ ସ୍ଥାନ

Leave a Comment

error: Content is protected !!