ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ମହିଳା ଓ ଘରୋଇ ହିଂସା ନିରାକରଣ ସଚେତନତା ପକ୍ଷ ପାଳିତ

ଜିଲ୍ଲା ସ୍ତରୀୟ ମହିଳା ଓ ଘରୋଇ ହିଂସା ନିରାକରଣ ସଚେତନତା ପକ୍ଷ ପାଳିତ 

ନୂଆପଡା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ମଙ୍ଗଳବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ ମହିଳା ଓ ଘରୋଇ ହିଂସା ନିରାକରଣ ସଚେତନତା ପକ୍ଷ -୨୦୨୪ ପାଳିତ ହୋଇ ଯାଇଛି। ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଗୁରୁପ୍ରସାଦ ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ l

 ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତତ୍ଵାବଧାରକ ଡଃ ଲଳିତ କୁମାର ବିଶି , ଜିଲ୍ଲା ପରିବାର କଲ୍ୟାଣ ଅଧିକାରୀ ଡଃ ଉମାକାନ୍ତ ମେହେର,ଡିପି ଏମ୍ ଓ -ଦିଲ୍ଲୀପ ଦୁବେ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସଂଗୀତା ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ଦିବସ ଉପଲକ୍ଷେ ପ୍ରଥମେ ଡଃ ଜେନା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ସବୁଜ ପତାକା ଦେଖାଇ ବିଭିନ୍ନ ନର୍ସିଂ ମହାବିଦ୍ୟାଳୟର ଛାତ୍ରୀ ମାନଙ୍କୁ ନେଇ ଏକ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ lଏହି ଶୋଭାଯାତ୍ରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବାହାରି ବିଭିନ୍ନ ମହିଳା ସୁରକ୍ଷା ସଚେତନତା ସ୍ଲୋଗାନ ସହିତ ଏକତା ଛକ, ଗାୟତ୍ରୀ ମନ୍ଦିର ଛକ ଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ତାଲିମ କେନ୍ଦ୍ରଠାରେ ପହଞ୍ଚିଥିଲା l ତତ୍ପରେ ଅନୁଷ୍ଠିତ ସଭାରେ ମହିଳା ଓ ଘରୋଇ ହିଂସା ନିରାକରଣ ସଚେତନତା ପକ୍ଷ ପାଳନ ଅବସରରେ ଆମେ ସମସ୍ତେ ମହିଳା ମାନଙ୍କ ଅଧିକାର ବିଷୟରେ ଜାଣିବା, ବୁଝିବା ଓ ଅନ୍ୟ ମାନଙ୍କୁ ବୁଝାଇବା ସହିତ ସମାଜରେ ଜନସଚେତନା ସୃଷ୍ଟି କରିବା ଉପରେ ଅତିଥି ମାନେ ଗୁରୁତ୍ୱାରୋପ କରିଥିଲେ l ହିଂସା ଓ ଉତ୍ପୀଡନ ମୁକ୍ତ ସମାଜରେ ସମ୍ମାନର ସହ ବଞ୍ଚିବା ପାଇଁ ସମସ୍ତ ମହିଳା ଓ ଝିଅ ମାନଙ୍କର ମୌଳିକ ଅଧିକାର ଅଛି l ସେଥିରୁ କେହି ସେମାନଂକୁ ବଞ୍ଚିତ କରି ପାରିବେ ନାହିଁ l ମହିଳା ବା ଝିଅ ଚାଲାଣ, ଅପହରଣ, ଯୌତୁକ ସମ୍ବନ୍ଧୀୟ ନିର୍ଯାତନା, ଏସିଡ ଫିଙ୍ଗା, ଡାହାଣୀ ସନ୍ଦେହରେ ନିର୍ଯ୍ୟାତନା ଇତ୍ୟାଦି କୁପ୍ରଥା ସମାଜରୁ ବିଲୋପ କରିବାକୁ ପଡ଼ିବ l ସଭାକୁ ସମ୍ବୋଧିତ କରି ମୁଖ୍ୟ ଅତିଥି ଜିଲ୍ଲାପାଳ କହିଲେଯେ ପୁରୁଷ ଓ ମହିଳା ପରସ୍ପର ପରିପୂରକ lସମସ୍ତଙ୍କ ସାମୁହିକ ଉଦ୍ୟମରେ ଜିଲ୍ଲାରୁ ଲିଙ୍ଗ ବିଭେଦ ଓ ବାଲ୍ୟ ବିବାହ ସମ୍ପୂର୍ଣ ଲୋପ କରିବାକୁ ପଡ଼ିବ l ଜିଲ୍ଲାର ସମସ୍ତ ଔଷଧ ଦୋକାନ ଯାଞ୍ଚ କରି ଅବୈଧ ଭ୍ରୁଣ ହତ୍ୟା ଔଷଧ ବିକ୍ରୀ ଉପରେ କଟକଣା ଲାଗିବା ଉଚିତ l କୌଣସି ବି ଜାଗାରେ ମହିଳା ବା ଝିଅ ମାନଂକ ଉପରେ ଅତ୍ୟାଚାର ଖବର ପାଇଲେ ସମାଜର ଯେ କୌଣସି ବ୍ୟକ୍ତି ତାକୁ ପୋଲିସ୍ କିମ୍ବା ପ୍ରଶାସନ ର ଦୃଷ୍ଟିକୁ ଆଣନ୍ତୁ l ଡ଼ାକ୍ତର ତଥା ସ୍ଵାସ୍ଥ୍ୟ କର୍ମଚାରୀ ମାନେ ଈଶ୍ୱର ଙ୍କ ଦ୍ଵିତୀୟ ଅବତାର l ସେମାନେ ନିସ୍ୱାର୍ଥପର ଭାବରେ ସେବା ଯୋଗାଇଲେ ସମାଜର କଲ୍ୟାଣ ହେବ l ଆଜିକାର ସଭାରେ ନୂଆପଡା ସମସ୍ତ ବ୍ଲକ୍ ର ଚିକିତ୍ସା ଅଧିକାରୀ, ହିସାବ ପରିଚାଳକ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ଅଧିକାରୀ ବୃନ୍ଦ, ନସିଂ ମହାବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀବୃନ୍ଦ, ଛାତ୍ରଛାତ୍ରୀ ଏବଂ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ କିଶୋର ଚନ୍ଦ୍ର ପଟେଲ ପରିଚାଳନା କରିଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରାଜ୍ୟସ୍ତରୀୟ ଶିଶୁ ସାହିତ୍ୟ ଓ ସାରସ୍ୱତ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

masiha

ନବରଙ୍ଗ ପୁର ଜିଲ୍ଲା ଓ ୟୁ ଜେ କର୍ମକର୍ତ୍ତା ଚୟନ ସହ ପୂର୍ଣ୍ଣାଙ୍ଗ ହେଲା ନିର୍ବାଚନ ପ୍ରକ୍ରିୟା

Sunil Chandra Nayak

ସହରବାସୀଙ୍କ ଦୀର୍ଘଦିନର ଦାବୀ ପୂରଣ , କଟକ ରେଳଷ୍ଟେସନକୁ ଓଏମପି-ଶିଖରପୁର ହେବ ମୁଖ୍ୟ ପ୍ରବେଶ ଦ୍ବାର

Leave a Comment

error: Content is protected !!