ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାଲୁ ଆକ୍ରମଣରେ ଜଣେ ମୃତ 

ଭାଲୁ ଆକ୍ରମଣରେ ଜଣେ ମୃତ 

ଡାବୁଗାଁ, ୧୧/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ମେଦନା ଗ୍ରାମରେ ଭାଲୁ ଆକ୍ରମରେ ବୁଧବାର ଜଣେ ପୁରୁଷଙ୍କ ମୃତ୍ୟୁ ଘଟିଛି | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ଅଧୀନ ମେଦନା ଗ୍ରାମର ବନମାଳୀ ମାଝି (୫୪) ଆଜି ସକାଳ ୫ ଘ. ସମୟରେ ଗ୍ରାମ ପାଖ ଜମିକୁ ଶୌଚ ପାଇଁ ଯାଇଥିଲେ | ସେହି ସମୟରେ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା | ଗ୍ରାମର ମନସିଂ ମାଝି, ଯୁଧିଷ୍ଠି ମାଝି ଓ ଲକି ମାଝି ସେହି ସ୍ଥାନକୁ ଯାଉଥିବା ବେଳେ ଦୂରରୁ ଦେଖିଥିଲେ ଯେ ବନମାଳୀକୁ ଭାଲୁ ଆକ୍ରମଣ କରିଛି | ସେ ସଙ୍ଗେ ସଙ୍ଗେ ପାଟି କରି ବାରୁ ଗ୍ରାମର ଲୋକେ ଆସି ଭାଲୁ ଟିକୁ ଗୋଡାଇ ଥିଲେ | ଯାହାଦ୍ୱାରା ଭାଲୁ ଟି ଜଙ୍ଗଲ ମଧ୍ୟକୁ ଚାଲି ଯାଇଥିଲା | ପରେ ବନମାଳୀକୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଏନେଇ ମୃତକର ସାନ ଭାଇ ହିରେଣ୍ୟ ମାଝି ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ଏଏସଆଇ ଚନ୍ଦ୍ର ଶେଖର ହଜାରୀ ଡାକ୍ତରଖାନା ରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକ ଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଡାବୁଗାଁ ଥାନା କେସ ନଂ ୩୬/୨୪ ରେ ଏକ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

୯୭ ବର୍ଷୀୟା ଧର୍ମ ପରାୟଣ ବୃଦ୍ଧା ଙ୍କ ଦେହାନ୍ତ ଅଞ୍ଚଳରେ ଶୋକର ଛାୟା

Sunil Chandra Nayak

ଅସତୀ ତୁଳସୀ ସତୀ ଚଉରା ମଞ୍ଚସ୍ଥ 

Sunil Chandra Nayak

ବାରିପଦା ଠାରେ ପାଳିତ ହେଲା ୫୧ତମ ବିଶ୍ୱ ଆନ୍ତର୍ଜାତୀୟ ମହିଳା ଦିବସ 

masiha

Leave a Comment

error: Content is protected !!