ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪  ଦଶମ ଦିନ ମହୁମାଛି ର ଆବିଷ୍କାର ବିଭ୍ରାଟ ଓ ତିତିଲି ଫାଉଣ୍ଡେସନ ର ଡବା ନାଟକ ମଞ୍ଚସ୍ଥ …..

ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ 

ଦଶମ ଦିନ ମହୁମାଛି ର ଆବିଷ୍କାର ବିଭ୍ରାଟ ଓ ତିତିଲି ଫାଉଣ୍ଡେସନ ର ଡବା ନାଟକ ମଞ୍ଚସ୍ଥ …..

ରାଉରକେଲା: ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ପୃଷ୍ଠପୋଷକତାରେ ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ ର ଦଶମ ଦିବସରେ ପ୍ରଥମ ନାଟକ ମହୁମାଛି ର ଆବିଷ୍କାର ବିଭ୍ରାଟ ଓ ଦ୍ବିତୀୟ ନାଟକ ତିତିଲି ଫାଉଣ୍ଡେସନ ର ଡବା ମଞ୍ଚସ୍ଥ ହୋଇଯାଇଛି। ଝିଲିମା ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁପରିଚିତ ଡାକ୍ତର ପ୍ରଫୁଲ୍ଲ ମହାପାତ୍ର ଯୋଗ ଦେଇ କହିଲେ ଯେ,ପଞ୍ଚମବେଦ ସୃଷ୍ଟି କରିଥିଲେ ବ୍ରହ୍ମl l ନାଟକ ଅଳ୍ପକେ ବହୁ କଥା କହେ l ନାଟକ ସମାଜରେ ପରିବର୍ତ୍ତନ ଆଣିବା ପାଇଁ ମାର୍ଗ ଦର୍ଶକ ହେବ ବୋଲି ଡ଼ ମହାପାତ୍ର କହିଥିଲେ l ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଭାରତୀୟ ଜୀବନ ବୀମା ନିଗମ ର ବରିଷ୍ଠ ଅଧିକାରୀ ବିଶେଶ୍ୱର ନାୟକ କହିଲେ ଯେ, ନାଟକ ସମସ୍ତଙ୍କୁ ଏକ ସୂତ୍ରରେ ବାନ୍ଧି ରଖିଥାଏ l ଏହା ଆମର କଳା ସଂସ୍କୃତିକୁ ଅଧିକ ସୁଦୃଢ କରିବ ବୋଲି ସେ ଦୃଢ଼ ଆଶା ବ୍ୟକ୍ତ କରିଥିଲେ l 

ଏକତ୍ର ପକ୍ଷରୁ ବିଶିଷ୍ଠ ଶିକ୍ଷାବିତ୍ତ ଡ଼ କିଶୋରୀ ଦାଶ ସ୍ବାଗତ ଅଭିଭାଷଣ ଓ ଅତିଥି ଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ନାଟ୍ୟକାର ପ୍ରଫୁଲ୍ଲ କୁମାର ସେଠି ଧନ୍ୟବାଦ ଅର୍ପଣ କରିଥିଲେ।

 ମହୁମାଛି ର ନାଟ୍ୟକାର ଦେବାଶିଷ ବାନାର୍ଜୀ ଙ୍କ ରଚିତ ଓ ଆଲୋକ ବୋଷ ଙ୍କ ନିର୍ଦ୍ଦେଶନାରେ ଏହି ନାଟକର ବିଷୟବସ୍ତୁ ହେଲା ଯେବେ କୈାଣସି ରାଜ୍ୟର ଶାସକ ବ୍ୟକ୍ତିଗତ ଭୋଗ ବିଳାସ ରେ କାମନା ରଖି ଚନ୍ଦା ମୁଣ୍ଡରେ କେଶ ଗୁଜୁରାଇବା ପାଇଁ ରାଜକୋଷରୁ ଅଜସ୍ର ଅର୍ଥ ବ୍ୟୟ କରି ଗବେଷଣା ସକାଶେ ବୈଜ୍ଞାନିକ ନିଯୁକ୍ତ କରନ୍ତି ସେତେବେଳେ ମନ୍ତ୍ରୀମଣ୍ଡଳର ଦୁର୍ନୀତି ଗ୍ରସ୍ତ ସଦସ୍ୟ ମାନେ କିଭଳି ଗବେଷଣା ବିଫଳ କରିବାକୁ ଆରମ୍ଭ କରିଦିଅନ୍ତି,ଆଉ ପରିଣାମ ସ୍ବରୂପ ଭିନ୍ନ ଧରଣର ଗୋଟେ ଅପ୍ରତ୍ୟାଶିତ ଆବିଷ୍କାର ଅଚାନକ ହୋଇଯାଏ, ଯାହା ରାମରାଜ୍ୟ ର ପରିକଳ୍ପନା ଅସମ୍ଭବ ନୁହେଁ। ସାମ୍ପ୍ରତିକ ପରିସ୍ଥିତି ରେ ହେଉଥିବା ପ୍ରଜା ଉତ୍ପୀଡନ ସହିତ ଅବିଚାର ଦୂର କରିବାର ସ୍ବପ୍ନ କିପରି ଫଳବତୀ ହୋଇପାରେ, ତା’ର ଏକ ଚିତ୍ର ହେଉଛି ଆବିଷ୍କାର ବିଭ୍ରାଟ। ଏହି ନାଟକରେ ପ୍ରସନ୍ନ କୁମାର ମାଦଳା,ତାରକନାଥ ମହାପାତ୍ର, ଅଭିରାମ ପ୍ରଧାନ,ଲଳିତ କୁମାର ଦାସ, ଲଳିତ ସୁନ୍ଦର ଜେନା, ଶିବପ୍ରସାଦ ମହାନ୍ତି, ଅଲ୍ୟଳ କୁମାର ବେହେରା, ସତ୍ୟ ନାରାୟଣ ପ୍ରଧାନ,ଆଲୋକ ବୋଷ ଓ ବନ୍ଦିତା ମହାନ୍ତି ପ୍ରମୁଖ ଅଭିନୟ କରିଥିବା ବେଳେ ସଂଗୀତ ରେ ପୁଲିନ ରାଉତରାୟ ଓ ନରସିଂହ ପାଣିଗ୍ରାହୀ, ମଞ୍ଚସଜ୍ଜାରେ ପ୍ରଳୟ ଶତପଥୀ,ମଞ୍ଚ ସଂଯୋଜନାରେ ବିଭୁଦ୍ଦପ୍ରସାଦ ନାୟକ, ପରିଚାଳକ ଭାବେ ରମାକାନ୍ତ ମହାରଣା ଦାୟିତ୍ଵ ନିର୍ବାହ କରିଥିଲେ । 

  ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ତିତିଲି ଫାଉଣ୍ଡେସନ ତରଫରୁ ନାଟ୍ୟକାର ମୋହିତ ଚାଟାର୍ଜୀ ଓ ନିର୍ଦ୍ଦେଶକ ପଲ୍ଲବ ଚାଟାର୍ଜୀ ଙ୍କ ନିର୍ଦ୍ଦେଶନାରେ ନାଟକ ଡବା ମଞ୍ଚସ୍ଥ ହୋଇଯାଇଛି। ଏହି ନାଟକର ବିଷୟବସ୍ତୁ ହେଲା ଜଣେ ବୃଦ୍ଧ ହାତରେ ମସ୍ତିସ୍କ ସଦୃଶ୍ୟ ଡବା ରହିଛି । ସେ ଭେଟୁଛନ୍ତି ଜଣେ ବିଷାଦଗ୍ରସ୍ଥ ଯୁବ ଚଳଚ୍ଚିତ୍ର ନିର୍ମାତାଙ୍କୁ । ମସ୍ତିଷ୍କ ର ସାମର୍ଥ୍ୟ ସମ୍ପର୍କରେ ବୁଝାଇଛନ୍ତି ଯୁବକ ଙ୍କୁ। ବିନାମୂଲ୍ୟରେ ସେ ଡବାଟିକୁ ଦେଖିବାକୁ ଚାହିଁଛନ୍ତି। ବୃଦ୍ଧଙ୍କର ବିଶ୍ବାସ, ଏହି ଡବା ଯୁବକଙ୍କ ଭାଗ୍ୟ ବଦଳାଇ ଦେଇପାରିବ। କିନ୍ତୁ ନା, ଯୁବକ ସେ ଡବା ରେ କଣ ଅଛି ନଜାଣି ନେବାକୁ ରାଜି ନୁହଁନ୍ତି। ଏମିତି ସମୟରେ ବୃଦ୍ଧ ଆଉଜଣେ ବିଫଳ ଯୁବ ଚିତ୍ରକର ଙ୍କୁ ଭେଟିଛନ୍ତି। ସମ୍ବଳ ଅଭାବରୁ ସେ ସଫଳ ହୋଇପାରି ନାହାନ୍ତି । ସେ କିନ୍ତୁ ସଫଳତା ହାସଲ କରିବା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ। ବୃଦ୍ଧ ତାଙ୍କୁ ଡବାଟିକୁ ଉପହାର ଦେବାକୁ ଚାହିଁଛନ୍ତି। ସେ କହିଛନ୍ତି ରୁଦ୍ଧ ମନ ସର୍ଜନାର ଆଲୋକ ଦେଖି ପାରେନା। ମନ ଖୋଲିଦଲେ ସୃଷ୍ଟି ର ସୈ।ନ୍ଦର୍ଯ୍ୟ ଦେଖିହେବ । ତେବେ ଏହି ଦ୍ବନ୍ଦରୁ ଡବା ଦୂରେଇ ପାରିଛି କି ନାହିଁ, ଏହିଭଳି କାହାଣୀକୁ ନେଇ ଗତିଶୀଳ ହୋଇଛି ନାଟକ । ଏଥିରେ ପଲ୍ଲବ ଚାଟାର୍ଜୀ, ଦେବବ୍ରତ ଗାଙ୍ଗୁଲି, ସୈାରଭ ଚକ୍ରବର୍ତ୍ତୀ, କୈାସିକ ବେରା ଅଭିନୟ କରିଥିବା ବେଳେ ସଂଗୀତ ରେ ରତ୍ନା ବାନାର୍ଜୀ ମଞ୍ଚସଜ୍ଜାରେ ଶିବାନୀ ମିତ୍ର ଅଛନ୍ତି।ଅନ୍ୟମାନଙ୍କ ମଧ୍ୟରେ ଏକତ୍ର ପକ୍ଷରୁ ସର୍ବଶ୍ରୀ ପ୍ରଦୀପ ନାୟକ, ଅକ୍ଷୟ ଧଳ, ସରୋଜ ଶଙ୍ଖୁଆ, ରମେଶ ମହାନ୍ତି ,ଡ଼ା କୃପାସିନ୍ଧୁ ନାୟକ,ସୁରେନ୍ଦ୍ର ପାଢ଼ୀ, ପ୍ରବୀର ଜେନା, ସଭାପତି ରାଜୀବ ପାଣି ଓ ସମ୍ପାଦକ ସୁଦେଶ ନାୟକ, ସୁମନ ଦତ୍ତ, ପପୁ ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ମଞ୍ଚ କାର୍ଯ୍ୟକ୍ରମ ରେ କଲ୍ୟାଣୀ ଦାସ ଓ ସନ୍ଧ୍ୟା ପଟ୍ଟନାୟକ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କ୍ଷୁଦ୍ର ଚଳଚ୍ଚିତ୍ର ‘ପାପଗର୍ଭ’ର ବୃହତ୍ ସଫଳତା

Sunil Chandra Nayak

ଜୀସାର୍ଥକ ରେ ମାର୍ଚ୍ଚ ୧୯ ତାରିଖ ସଂଧ୍ୟା ୬.୩୦ ରେ “ବାହାଘର ଡଟ୍ କମ୍ ”  

Sunil Chandra Nayak

୪୬ ବର୍ଷ ପରେ ପୁନଃ ପ୍ରଦର୍ଶନ ହେଲା “ସମର୍ପଣ” ୪୫ କଳାକାର ସମ୍ବର୍ଦ୍ଧିତ

masiha

Leave a Comment

error: Content is protected !!