ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ତେରେସିଂହା: ନରସିଂହପୁର ଲକ୍ଷ୍ମୀ ପୂଜା ଉଦଯାପିତ

ତେରେସିଂହା: ନରସିଂହପୁର ଲକ୍ଷ୍ମୀ ପୂଜା ଉଦଯାପିତ

କର୍ଲାମୁଣ୍ଡା (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ତେରେସିଂହା ଗ୍ରାମର ନରସିଂହପୁର ଲକ୍ଷ୍ମୀନାରାୟଣ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ହେଉଥିବା ଲକ୍ଷ୍ମୀ ପୂଜା ବା ଲକ୍ଷ୍ମୀ ସୁଆଙ୍ଗ ନାଟକ ଗୁରୁବାର ଉଦଯାପିତ ହୋଇଯାଇଛି l ଅନୁଷ୍ଠାନର ନାଟ୍ୟଗୁରୁ କୃଷ୍ଣଚନ୍ଦ୍ର ରଣାଙ୍କ ରଚିତ ଓ ନିର୍ଦ୍ଦେଶିତ ପୌରାଣିକ ନାଟକ ସମୁଦ୍ର ମନ୍ଥନ, ଲକ୍ଷ୍ମୀ ସ୍ଵୟଂମ୍ବର, ଲକ୍ଷ୍ମୀ ବିବାହ, ଚାଣ୍ଡାଳୁଣୀଙ୍କ ଲକ୍ଷ୍ମୀ ପୂଜା ନାଟକ ଗୁଡ଼ିକ ମଞ୍ଚସ୍ଥ ହୋଇଥିଲା l ଏଥିରେ ମୃଦଙ୍ଗ ବାଦକ ଗୁରୁ ଦୁର୍ବାସା ରଣା ସହଯୋଗ କରିଥିଲେ l ଚଳିତ ବର୍ଷ ଏହି ଅନୁଷ୍ଠାନ ଦ୍ବିତୀୟ ସଂକଳ୍ପର ଏକାଦଶ ବର୍ଷରେ ପଦାର୍ପଣ କରିଛି l ଗୁରୁବାର ଶେଷ ଦୁଇ ପାଳିରେ ହୋଇଥିବା ଏହି ସୁଆଙ୍ଗ ନାଟକରେ ବରୁଣ ରାଜା ଭୂମିକାରେ ଛନ୍ଦା ଚରଣ ରଣା, ଲକ୍ଷ୍ମୀ- ନିତ୍ୟାନନ୍ଦ ରଣା, ଜଗନ୍ନାଥ- ପୂର୍ଣ୍ଣଚନ୍ଦ୍ର ରଣା, ବଳରାମ- ସନ୍ତୋଷ ରଣା, ଚାଣ୍ଡାଳୁଣୀ- ତପବନ୍ତ ରଣା, ଦୂତ- ଶଶୀଧର ରଣା, ଶିବ- ଗୋବର୍ଦ୍ଧନ ରଣା, ଅନ୍ୟମାନଙ୍କ ମଧ୍ୟରେ ରଜନୀ ରଣା, ମନୋଜ ରଣା, ସଦାନନ୍ଦ ରଣା, ରମେଶ, ସୁରେଶ ରଣା, ଗୋପାଳ ରଣା, ପଙ୍କଜ ରଣା, ଅଜିତ ରଣାଙ୍କ ସମେତ ବହୁ କଳାକାର ସହଯୋଗ କରିଥିଲେ l ଏଥିରେ ଅନୁଷ୍ଠାନର ନରେଶ କୁମାର ରଣା କର୍ତ୍ତା ରହିଥିବା ବେଳେ ପୂଜକ ଗିରିଶ ଚନ୍ଦ୍ର ମିଶ୍ର ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ l ଅନୁଷ୍ଠାନର ସଭାପତି ଘନଶ୍ୟାମ ରଣା, ସମ୍ପାଦକ ନାଥ ରଣା, ମେନେଜର ଧନମତ ରଣାଙ୍କ ନେତୃତ୍ବରେ ସମସ୍ତ ସଦସ୍ୟ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଢେଙ୍କାନାଳ ମା କାମନାକାଳୀଙ୍କ ଦଣ୍ଡ ନୃତ୍ୟ ଆରମ୍ଭ

Sunil Chandra Nayak

୬୬ ବର୍ଷ ରେ ପଦାର୍ପଣ କଲା ଧର୍ମଗଡ ବସ୍ତିପଡା ସାର୍ବଜନୀନ ଦୂର୍ଗା ପୂଜା  ଆସନ୍ତା ଅକ୍ଟୋବର ୨ ରେ ମା ଭଣ୍ଡାର ଘରଣୀ ଙ୍କ ବାର୍ଷିକ ଦଶହରା

Sunil Chandra Nayak

ମନ୍ଦିର ମାଳା ମିଶନରେ ଯୋଡ଼ିହେବ ଉତ୍ତରାଖଣ୍ଡର ଅବହେଳିତ ଜଗନ୍ନାଥ ମନ୍ଦିର

Sunil Chandra Nayak

Leave a Comment

error: Content is protected !!