ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରଗଡ ଆଇଆଇଏଚଟି ଡିପ୍ଲୋମା ପାଠ୍ଯକ୍ରମ କୁ ସ୍ନାତକ କରିବା ସହ ବରଗଡ ବାଳିଜୋରି ବଜାରର ବିକାଶ କଥା ଲୋକସଭାରେ ଉଠାଇଲେ ବରଗଡ ସାଂସଦ 

ବରଗଡ ଆଇଆଇଏଚଟି ଡିପ୍ଲୋମା ପାଠ୍ଯକ୍ରମ କୁ ସ୍ନାତକ କରିବା ସହ ବରଗଡ ବାଳିଜୋରି ବଜାରର ବିକାଶ କଥା ଲୋକସଭାରେ ଉଠାଇଲେ ବରଗଡ ସାଂସଦ 

ବରଗଡ,୧୩ ୵ ୧୨ // ଆଜି ଲୋକସଭାର ଶୀତକାଳୀନ ଅଧିବେଶନ ସମୟରେ ୩୭୭ ଧାରା ଅଧିନିୟମ ଆଧାରରେ ବରଗଡ ଲୋକସଭା ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ବରଗଡରେ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରତିଷ୍ଠିତ,ହୋଇଥିବା ଭାରତୀୟ ହସ୍ତତନ୍ତ ବୟନ ଶିଳ୍ପ ଓ ଡିପ୍ଲୋମା ପାଠ୍ଯକ୍ରମରେ ସ୍ନାତକ ପାଠ୍ଯକ୍ରମ ଯୋଡିବା ସହ ବରଗଡ – ବରପାଲି ଜାତୀୟ ରାଜପଥ ନିକଟରେ ଅବସ୍ଥିତ ବାଳିଜୋରି ସମ୍ବଲପୁର କପଡା ବଜାରକୁ ଉନ୍ନତ ମାନର ବଜାର ସ୍ଥାପିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ତାଙ୍କ ଦାବୀରେ ଉଲ୍ଲେଖ କରିଛନ୍ତି ଯେ,ଶ୍ରୀ ସନ୍ତୋଷ ଗଙ୍ଗାୱାରଜୀ ଯେତେ ବେଳେ କେନ୍ଦ୍ର ସରକାରଙ୍କ ବୟନ ଶିଳ୍ପ ବିଭାଗର ମନ୍ତ୍ରୀ ଥିଲେ ୨୦୧୫ ମସିହାରେ ବରଗଡ ଜିଲ୍ଲା ଗସ୍ତରେ ଆସିଥିବା ସମୟରେ ବରଗଡ ଆଇଆଇଏଚଟି କୁ ସ୍ନାତକ ଡିଗ୍ରୀରେ ଅପଗ୍ରେଡ କରିବା ପାଇଁ ଘୋଷଣା କରିଥିଲେ । ସମ୍ବଲପୁରୀ ହେଣ୍ତଲୁମ ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାରେ ବିସ୍ତାରିତ ଥିବା କାରଣରୁ ଏହାଦ୍ୱାରା ଅନେକ ବୁଣାକାର ଲାଭାନ୍ୱିତ ହେବେ । ସାଂସଦ ଶ୍ରୀ ପୁରୋହିତ ବରଗଡ ର ବାଲିଜୋରୀ ବଜାର ଉପରେ କିଭଲି ୧୧ଟି ଜିଲ୍ଲାର ବୁଣାକାର ନିର୍ଭର କରୁଛନ୍ତି ଓ ଓଡିଶା ତଥା ଓଡିଶା ବାହାରର ଗ୍ରାହକ ଓ ବ୍ଯବସାୟୀ ମାନେ ଏହି ବଜାର ଉପରେ ନିର୍ଭର କରୁଥିବା ଦର୍ଶାଇ ଏହି ବଜାର ସାମଗ୍ରୀକ ବିକାଶ ପାଇଁ ମଧ୍ଯ ସାଂସଦ ଶ୍ରୀ ପୁରୋହିତ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ନିରୋଜ୍ କୁମାର ପାଣୀ ଙ୍କ ରିପୋର୍ଟ୍ 

Related posts

The 5th installation ceremony of Intract club of SSVM

Sunil Chandra Nayak

ଜାତୀୟ କୃଷି ବଜାର କୁ ନେଇ ପ୍ରଶିକ୍ଷଣ ଶିବିର

masiha

ମହୋତ୍ସବ କମିଟି ଓ ସାମ୍ୱାଦିକ ଙ୍କ ବୈଠକ

Sunil Chandra Nayak

Leave a Comment

error: Content is protected !!