ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ପଞ୍ଚଦିବସୀୟ ମାଁ ଦୁଲାରଦେଇ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ 

ପଞ୍ଚଦିବସୀୟ ମାଁ ଦୁଲାରଦେଇ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ 

ଡାବୁଗାଁ, ୧୩/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ଚଚରାଗୁଡା ପଞ୍ଚାୟତ ଅଧୀନ କୁସୁମବନ୍ଧ ଗ୍ରାମ ମିନି ଷ୍ଟାଡିୟମ ଠାରେ ପଞ୍ଚଦିବସୀୟ ମାଁ ଦୁଲାରଦେଇ ଫୁଟବଲ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି | ଏହି ଟୁର୍ଣ୍ଣାମେଣ୍ଟ ରେ ୧୬ ଟି ଦଳ ଭାଗ ନେଇଥିଲେ | ଆଜି ଫାଇନାଲ ମ୍ୟାଚଟି ସିୱାଇଏ- ଜଟାବାଲ ଓ ଦଲଦଲି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା | ଏଥିରେ ଦଲଦଲି ଦଳ ପେନାଲ୍ଟି ସର୍ଟ ରେ ୪-୨ ପଏଣ୍ଟରେ ବିଜୟୀ ହୋଇଥିବା ବେଳେ ସିୱାଇଏ- ଜଟାବାଲ ଦଳ ପରାଜିତ ହୋଇଥିଲା | ଏଥିରେ ରେଫରି ଭାବେ ଆରିଶେଷରେ ଆୟୋଜିତ ସଭାରେ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଜିଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ସମ୍ମାନୀତ ଅତିଥି ବ୍ଲକ ଅଧ୍ୟକ୍ଷା ବୀଣା ମାଝି ଯୋଗଦେଇ ବିଜୟୀ ଦଳକୁ ୧୩ ହଜାର ଟଙ୍କା ସହ ଟ୍ରଫି ଓ ପରାଜିତ ଦଳ କୁ ୧୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ | ଏଥିରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବିଜେଡି ବରିଷ୍ଠ ନେତା ଏମ୍. ଆପ୍ପା ରାଓ, ଚଚରାଗୁଡା ପଞ୍ଚାୟତ ସରପଞ୍ଚ ରଞ୍ଜୁ ଭତ୍ରା, ନାଏବ ସରପଞ୍ଚ ଯୁଧିଷ୍ଠିର ତନ୍ତୀ, କାର୍ତ୍ତିକ ଭତ୍ରା, ଶିବ ପ୍ରସାଦ ମିଶ୍ର, ୱାର୍ଡ ସଭ୍ୟା ହିରାବତୀ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ | ଟୁର୍ଣ୍ଣାମେଣ୍ଟ କମିଟି ସଭାପତି ହିରାଧର ପୂଜାରୀ, ଇଉପିଏ ସଭାପତି କୁମ୍ଭପାଣି ମାଝି, ସମ୍ପାଦକ ମନୋଜ କୁମାର ମାଝି, କୋଷାଧ୍ୟକ୍ଷ ମିଶ୍ର ମାଝି ଓ ଅନ୍ୟ ମାନେ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଭଗବାନ ବିର୍ସା ମୁଣ୍ଡା ଫୁଟବଲ୍ ମହାକୁମ୍ଭ ଉଦଯାପିତ

Sunil Chandra Nayak

ଅନ୍ତର୍ଜାତୀୟ ପାରା-ବ୍ୟାଡମିଣ୍ଟନ ଖେଳାଳିଙ୍କୁ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ କିଟ୍ ପ୍ରଦାନ

Sunil Chandra Nayak

ରାଇରଙ୍ଗପୁର ଇଣ୍ଡୋର ଷ୍ଟାଡିୟମରେ ଦୁଇ ଦୀବସୀୟ ରାଇରଙ୍ଗପୁର ବ୍ଯାଡମିଣ୍ଟନ ପ୍ରିମିୟମ ଲିଗ ୨୦୨୫ ଅନୁଷ୍ଠିତ

masiha

Leave a Comment

error: Content is protected !!