ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ବଡ଼ନୀ ଗ୍ରାମରେ ସାମୁହିକ ଲକ୍ଷ୍ମୀପୂଜା ଅନୁଷ୍ଠିତ 

ବଡ଼ନୀ ଗ୍ରାମରେ ସାମୁହିକ ଲକ୍ଷ୍ମୀପୂଜା ଅନୁଷ୍ଠିତ 

ନବରଙ୍ଗପୁର (ତା ୧୨/୧୨)(ରବି ନାରାୟଣ ମହାନ୍ତି)-ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପାଲିଆ ଗ୍ରାମ ପଂଚାୟତର ବଡ଼ନୀ ଗ୍ରାମଠାରେ ଚାଲିଥିବା ଲକ୍ଷ୍ମୀପୂଜା ଆଜି ସମାପିତ ହୋଇଯାଇଛି |ଗ୍ରାମର ନୁଆଁପଡାର ସଧବା ମହିଳାମାନେ ଏକତ୍ରିତ ହୋଇ ସାମୁହିକ ଭାବେ ମହାଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଛି |ଆଜକୁ ପାଞ୍ଚବର୍ଷ ପୂର୍ବେ ନୁଆଁପଡା ସାହିର ଗଉଡ଼ୁଣୀ ମହିଳାମାନେ ଏକତ୍ରିତ ହୋଇ ଏହି ପୂଜାକାର୍ଯ୍ୟଟି ସାମୁହିକ ଭାବେ କରି ମହାଲକ୍ଷ୍ମୀଙ୍କ ପୂଜା ଆରମ୍ଭ କରିଥିଲେ |ସମ୍ପୂର୍ଣ୍ଣ ଭକ୍ତି ଓ ନିଷ୍ଠାର ସହ ପ୍ରତିବର୍ଷ ମାର୍ଗଶୀର ମାସରେ ମହିଳାମାନେ ଏକତ୍ରିତ ହୋଇ ସାମୁହିକ ପୂଜା କରି ଆସୁଛନ୍ତି |ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଲଝରୀ ଗ୍ରାମର ତାରିଣୀ ସାଧକ ଜବରସିଂ ଗୌଡ଼ ମହିଳା ମାନଙ୍କୁ ବ୍ରତ ଦଉଡି ପ୍ରଦାନ କରିବା ସହ ପୂଜାକାର୍ଯ୍ୟ ସମାପନ କରିଛନ୍ତି |ମଙ୍ଗଳବାର ଦିନ ସମସ୍ତ ମହିଳା ପୁଷ୍କରିଣୀରୁ ଜଳ ଆଣି କଳସ ସ୍ଥାପନ କରିବା ପରେ ଦୁଇଦିନ ଧରି ଲକ୍ଷ୍ମୀ ପୁରାଣ ଶୁଣିଥିଲେ ଓ ବ୍ରତର ନିତିନିୟମ ଅନୁସାରେ ବ୍ରତ ପାଳନ କରିଥିଲେ |ଆଜି ଭୋର ସକାଳୁ ପୂଜକ ପାଣି ଛଡେଇଵା ପରେ ସମସ୍ତେ ନିଜ ନିଜ ପୂଜା ସାମଗ୍ରୀ ଧରି ନିଜ ନିଜ ଗୃହକୁ ପ୍ରତ୍ୟାବର୍ତ୍ତନ କରିଥିଲେ |ଶେଷଦିନରେ ସମସ୍ତେ ଏକତ୍ରିତ ହୋଇ ପ୍ରସାଦ ସେବନ କରିଥିଲେ ଓ ସାହିଲୋକଙ୍କୁ ମଧ୍ୟ ପ୍ରସାଦ ବାଣ୍ଟିଥିଲେ |ସାହିର ସଇତ ଗୌଡ଼, ଚମ୍ପା ଗୌଡ଼, ନମିତା ଗୌଡ଼, ସପୁର ଗୌଡ଼, ପାଞ୍ଚ ଗୌଡ଼, ଜୟନ୍ତୀ ଗୌଡ଼, ଦୁତି ଗୌଡ଼,ସୁଭଦ୍ରା ଗୌଡ଼,ସୁମିତ୍ରା ଗୌଡ଼, ଖମେ ଗୌଡ଼, ଧନମତି ଗୌଡ଼, ଫୁଲମତି ଗୌଡ଼, ଦେବକୀ ଗୌଡ଼, ବୃନ୍ଦା ଗୌଡ଼ ଚନ୍ଦ୍ରିକା ଗୌଡ଼, ଚୁଡା ଗୌଡ଼, ବେଳ ଗୌଡ ଓ ଭାଗ୍ୟ ଗୌଡ଼ଙ୍କ ସମେତ ସମସ୍ତ ଗୌଡୁଣୀ ମହିଳା ମାନେ ଏହି ଲକ୍ଷ୍ମୀପୂଜାରେ ସାମିଲ ରହିଥିଲେ |

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

Related posts

ମା ମଙ୍ଗଳାଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଦିବସ ମହାଆଡମ୍ବରେ ପାଳିତ 

ଗୋକୁଳଧାମ ଭାଗବତ ଟୁଙ୍ଗି ର ଭାଗବତ ସପ୍ତାହ ଓ ବାର୍ଷିକୋତ୍ସବ ପାଇଁ କଳସ ଯାତ୍ରା

Sunil Chandra Nayak

ଗୋପାଳ ଶ୍ରୀକ୍ଷେତ୍ର ରେ ଘୋଷଯାତ୍ରା:ଦିନତାମମ ରୌଦ୍ର ପ୍ରକୋପ ରଥଟଣା ବେଳେ ଇନ୍ଦ୍ର ଦେବଙ୍କ କୃପାବର୍ଷା

Sunil Chandra Nayak

Leave a Comment

error: Content is protected !!