ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧୬ ରୁ ୧୯ ସିଂସାରି — ଧୋଡ୍ରା ରାସ୍ତା ବନ୍ଦ   ଭାରତ ମାଳା ଓଭରବ୍ରିଜ ନିର୍ମାଣ 

୧୬ ରୁ ୧୯ ସିଂସାରି — ଧୋଡ୍ରା ରାସ୍ତା ବନ୍ଦ 

 ଭାରତ ମାଳା ଓଭରବ୍ରିଜ ନିର୍ମାଣ 

ନବରଙ୍ଗପୁର:(୧୪|୧୨)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ସିଂସାରି ଠାରୁ ଧୋଡ୍ରା ମଧ୍ୟରେ ଭି ଏସ୍ ପଦର ଗ୍ରାମ ନିକଟରେ ଭାରତମାଳା ପ୍ରକଳ୍ପ ରାସ୍ତାର ଭି ୟୁ ପି(ଓଭର୍ ବ୍ରିଜ)ନିର୍ମାଣ କରାଯିବ l ଏଥିପାଇଁ ସଂସାରୀ ଠାରୁ ଧୋଡ୍ରା ରାସ୍ତା ଦେଇ ଯାନବାହାନ ଚଳାଚଳ ୪ଦିନ ପାଇଁ ବନ୍ଦ ରହିବ l ଭାରତମାଳା ରାସ୍ତା କାର୍ଯ୍ୟ କରୁଥିବା ୟୁ ଏମ୍ ଏସ୍ ଏଲ୍ କମ୍ପାନୀ ପକ୍ଷରୁ ଏଥିପାଇଁ ଡାବୁଗାଁ ଥାନା, ଉମରକୋଟ ତହସିଲ,ଉମରକୋଟ ଥାନା କୁ ପୂର୍ବ ସୂଚନା ପ୍ରଦାନ କରାଯାଇଛି l ଚଳିତ ମାସ ୧୬ ରୁ ୧୯ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ l ଓଭରବ୍ରିଜ ନିର୍ମାଣ ହେବାକୁ ଥିବାବେଳେ ଏହି ୪ ଦିନ ଅଂଚଳବାସୀଙ୍କ ସହଯୋଗ କାମନା କରାଯାଇଛି l ନିର୍ମାଣ କାର୍ଯ୍ୟ ସମୟରେ ରାସ୍ତା ଉପରେ ଯାତାୟତ କରୁଥିବା ଲୋକଙ୍କ ପାଇଁ ବିପଦ ଥିବାରୁ ୩୦ ମିଟର ଦୂରରେ କମ୍ପାନୀ ପକ୍ଷରୁ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଇଛି l ଯେଉଁ ରାସ୍ତାରେ ଭାରିଯାନ ବ୍ୟତୀତ ଛୋଟ ଗାଡି ଯିବା ଆସିବା କରି ପାରିବ ବୋଲି କରାଯାଇଛି l ନିର୍ମାଣ କାର୍ଯ୍ୟ ସକାଳ ୧୦ ଟା ରୁ ଅପରାହ୍ଣ ୩ ଟା ପର୍ଯ୍ୟନ୍ତ ଚାଲିବ l ସୁଚନା ଯୋଗ୍ୟ, ରାୟପୁର ଠାରୁ ବିଶାଖାପାଟଣା ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଭାରତ ମାଳା ପ୍ରକଳ୍ପ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିବା ବେଳେ ଅନ୍ତିମ ପର୍ଯ୍ୟାୟରେ ରହିଛି l ରାସ୍ତା ନିର୍ମାଣ ହେଲେ ନବରଙ୍ଗପୁର ଜିଲ୍ଲା ବାସୀ ରାୟପୁର ଓ ବିଶାଖାପାଟଣା କୁ କମ୍ ସମୟରେ ଯିବା ଆସିବା କରିବା ସହ ବାଣିଜ୍ୟ କାରବାର ବଢିବ l ( ମ ନି ସ ) 

Related posts

ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡ଼ିଆ ନାମ ଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା

Sunil Chandra Nayak

ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଙ୍କୁ ନବ ବର୍ଷ ଶୁଭେଚ୍ଛା ସହ ଦାବୀ ପତ୍ର ଦେଲେ ଇନ୍ଦ୍ରାବତୀ ବୁଡି ଅଞ୍ଚଳ ଗଣ ପରିଷଦ 

Sunil Chandra Nayak

ରାଇରଙ୍ଗପୁର ଠାରେ ରାଜ୍ୟ ସ୍ତରୀୟ ରାସାୟନିକ ବିପର୍ଯ୍ୟୟ ପରିଚାଳନା ସମ୍ଭନ୍ଧୀୟ ମକଡ୍ରିଲ ଅନୁଷ୍ଠିତ

masiha

Leave a Comment

error: Content is protected !!