ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁରରେ ପୁରାତନ ଛାତ୍ରମାନଙ୍କ ମିଳନ ଉତ୍ସବ ପାଳିତ 

ନବରଙ୍ଗପୁରରେ ପୁରାତନ ଛାତ୍ରମାନଙ୍କ ମିଳନ ଉତ୍ସବ ପାଳିତ 

ନବରଙ୍ଗପୁର:(୧୪|୧୨)(ରବି ନାରାୟଣ ମହାନ୍ତି ନବରଙ୍ଗପୁର ଜିଲ୍ଲା ପି ଏମ୍ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରାଙ୍ଗଣ ପରିସରରେ ଆଜି ପୁରାତନ ଛାତ୍ର ମିଳନ ଉତ୍ସବ ଅନୁଷ୍ଟିତ ହୋଇଯାଇଛି l ଉକ୍ତ ମିଳନ ଉତ୍ସବରେ ୫୦ ରୁ ଉର୍ଦ୍ଧ୍ବ ଛାତ୍ର ଅଂଶ ଗ୍ରହଣ କରିଥିଲେ l ଏହି ଅବସରରେ ଉକ୍ତ ବିଦ୍ୟାଳୟର ପ୍ରାଚାର୍ଯ୍ୟ ହିତେଶ କୁମାର ବର୍ମା ପୁରାତନ ଛତ୍ରମାନଙ୍କୁ ସର୍ବଦା ସାମାଜ ସେବା ଓ କର୍ତ୍ତବ୍ୟନିଷ୍ଠ ହୋଇ କାର୍ଯ୍ୟ କରିବା ପାଇଁ ଆହ୍ଵାନ କରିଥିଲେ l ବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଶ୍ରୀ ପ୍ରଦୀପ କୁମାର ହୋତା ବେଶ୍ ସୁନ୍ଦର ଭାବେ ମଞ୍ଚ ପରିଚାଳନା କରିଥିବା ବେଳେ ଶ୍ରୀ ଶ୍ରୀମନ୍ତ କୁମାର ତ୍ରିପାଠୀ ଧନ୍ୟବାଦ ପ୍ରଦାନ କରିଥିଲେ l ସଭାରେ ପୁରାତନ ଛାତ୍ର ସଂଘ ର ସଭାପତି, ସମ୍ପାଦକ ସହ ଅନ୍ୟ ସଦସ୍ୟ ମାନଙ୍କ ର ନିର୍ବାଚନ ହୋଇଥିଲା l ଶେଷରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା l    

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନ୍ୟୁଜ 

Related posts

ରାୟଗଡ ମୁଖ୍ୟ ଡାକ୍ତରଖାନାରେ ସିଟି ସ୍କାନ ବ୍ୟବସ୍ଥାକୁ ଉଦଘାଟନ କଲେ ଜିଲ୍ଲାପାଳ 

masiha

ଭଗବାନ ବିର୍ସା ମୁଣ୍ଡା ଙ୍କ ଜନ୍ମ ବାର୍ଷିକ ଉପଲକ୍ଷେ ଜିଲା ସ୍ତରୀୟ ଜନଜାତୀୟ ଗୌରବ ଦିବସ ପାଳନ ସହ ଡାବୁଗାଁ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଉଦଘାଟିତ

Sunil Chandra Nayak

ପ୍ରଜାପିତା ବ୍ରହ୍ମାକୁମାରୀଜ୍‌ଙ୍କ ପକ୍ଷରୁ ବଡବିଲ ଓ ଯୋଡାରେ ରକ୍ଷାବନ୍ଧନ ପାଳନ

Sunil Chandra Nayak

Leave a Comment

error: Content is protected !!