ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନଜାତୀୟ ଯୁବ ଆଦାନ ପ୍ରଦାନ କାର୍ଯ୍ୟକ୍ରମ

ଜନଜାତୀୟ ଯୁବ ଆଦାନ ପ୍ରଦାନ କାର୍ଯ୍ୟକ୍ରମ

ଭବାନୀପାଟଣା :- ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧିନରେ ଥିବା ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ମାଇ ଭାରତ ଓ CRPF ୬୪ ବେଟାଲିଆଁନଙ୍କ ମିଲିତ ଉଦ୍ୟମରେ ୧୬ତମ ଜନଜାତିୟ ଯୁବ ଆଦାନ ପ୍ରଦାନ କାର୍ଯ୍ୟକ୍ରମ ନେହେରୁ ଯୁବ କେନ୍ଦ୍ର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ବିଶାଖାପାଟଣା ଯାଇଥିବା ୪୦ ପ୍ରତିଭାଗୀ ଓ ମୁମ୍ବାଇ ଯାଇଥବା ୩୦ ପ୍ରତିଭାଗୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଭଗନେଇଥିବା ଯୁବକ ଯୁବତୀଙ୍କୁ ବିଭିନ୍ନ ଦର୍ଶନୀୟ ସ୍ଥାନ ପରିଭ୍ରମଣ କରିବା ସହ ଦକ୍ଷତା ବିକାଶ ତାଲିମ ସାଙ୍ଗକୁ ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ କରାଯାଇଥାଏ।ଏଥିରେ ବିଶାଖାପାଟଣା ଯାଇଥିବା ଦଳ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ମୁମ୍ବାଇ ଦଳ ତୃତୀୟ ସ୍ଥାନ ଅଧିକାର କରିଥିଲେ।ବକୃତା ପ୍ରତିଯୋଗିତା ରେ ବିଶାଖାପାଟଣା ଯାଇଥିବା ଝରଣା ମାଝୀ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ମୁମ୍ବାଇ ଯାଇଥିବା ବନ୍ଦିନୀ ମାଝୀ ତୃତୀୟ ସ୍ଥାନ ଅଧିକାର କରିଥିଲେ ଏବଂ କଳାହାଣ୍ଡି ପାଇଁ ଗୌରବ ଆଣିଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ବିବେକାନନ୍ଦ ମହାନନ୍ଦ,ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ପାଢ଼ୀ, ଡି.ପି.ଆର. ଓ ଶ୍ରୀ ହଳଧର ନିଆଲ ଓଡ଼ିଶା ଭାସ୍କର ଜିଲ୍ଲା ପ୍ରତିନିଧି ଶ୍ରୀ ଲଳିତ କାନୁନଗୋ, ୬୪ଇନିସ୍ପେକଟର ସି.ଆର. ପି. ଏଫ ପ୍ରବୀଣ ପଧାନ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ । ଅତିଥିମାନେ ଯୁବ ଆଦାନ ପ୍ରଦାନ କାର୍ଯ୍ୟକ୍ରମ ଆୟୋଜନ ର ତାତ୍ପର୍ଯ୍ୟ ଉପରେ ଉଲ୍ଲେଖ କରି ଏହାର ସଫଳ କାର୍ଯ୍ୟକାରିତା ଉପରେ ଯୁବକ ଯୁବତୀ ମାନଙ୍କ ପ୍ରମୂଖ ଭୂମିକା ଥିବା ଦର୍ଶାଇଥିଲେ ଏବଂ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ନେହେରୁ ଯୁବ କେନ୍ଦ୍ର ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ପ୍ରସନ୍ନ ମେହେର ଅଧ୍ୟକ୍ଷତା କରିଥିବା ବେଳେ ଲେଖାପାଳ ଦ୍ଵିତୀୟା ବନଛୋର ପରିଚାଳନା କରି ଧନ୍ୟବାଦ ଅର୍ପଣ କରିଥିଲେ। ( ମ ନି ସ )

Related posts

କ୍ଲିନ୍ ଆଣ୍ଡ ଗ୍ରୀନ୍ ର ସଡକ ସୁରକ୍ଷା ମାସ ପାଳନ 

masiha

ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ

ଛତୁଆକୁ ନେଇ ଚାଲିଛି ନାଟକ

Sunil Chandra Nayak

Leave a Comment

error: Content is protected !!