ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାନସିକ ଅନଗ୍ରସର ବିଦ୍ୟାଳୟ ପରିଦର୍ଶନ କଲେ ମୋ ଅନୁଷ୍ଠାନ ସମ୍ପାଦକ

ମାନସିକ ଅନଗ୍ରସର ବିଦ୍ୟାଳୟ ପରିଦର୍ଶନ କଲେ ମୋ ଅନୁଷ୍ଠାନ ସମ୍ପାଦକ

ଖଇରା,୧୫/୧୨/୨୫ – ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ କଣ୍ଟାବଣିଆ ସ୍ଥିତ ମାନସିକ ଅନଗ୍ରସର ବିଦ୍ୟାଳୟ ପରିଦର୍ଶନ କଲେ ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା । ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କ ଠାରୁ ବିଦ୍ୟାଳୟରେ ରହୁଥିବା ପିଲା ମାନଙ୍କ ବିଷୟରେ ପଚାରି ବୁଝିଥିଲେ । ଛୋଟ ବଡ଼ ମିଶି ମୋଟ ୬୦ ଜଣ ପିଲା ଥିବାର ଜାଣିବାକୁ ମିଳିଛି । ବାସ୍ତବରେ ପିଲା ମାନଙ୍କୁ ଦେଖି ବହୁତ ଦୁଃଖ ଅନୁଭବ କରିଛନ୍ତି ସମ୍ପାଦକ ଶ୍ରୀ ବେହେରା । ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ତରଫରୁ ନିଜ ଜିଲ୍ଲା ସହିତ ରାଜ୍ୟର ବିଭିନ୍ନ ସ୍ଥାନ ଓ ଜିଲ୍ଲାରେ ସମାଜଜସେବା କାର୍ଯ୍ୟକ୍ରମ ଜାରି ରହିଛି । ଶୀତ ଦାଉରୁ ରକ୍ଷା ନିମନ୍ତେ ଅନୁଷ୍ଠାନ ନିଜର ସାମର୍ଥ୍ୟ ଅନୁସାରେ ଶୀତବସ୍ତ୍ର ଅର୍ଥାତ କମ୍ବଳ ସହିତ ଯାହାକିଛି ସମ୍ଭବ ପ୍ରଦାନ କରିଚାଲିଛି । ଏଥିପାଇଁ ପୂର୍ଣ୍ଣ ସହଯୋଗ କରୁଛନ୍ତି ସମାଜସେବୀ ତଥା ମୋ ଅନୁଷ୍ଠାନ କାର୍ଯ୍ୟକାରୀ ସଭାପତି ଭଉଣୀ କୁଞ୍ଜଲତା ମାହୁନ୍ତ । ତାଙ୍କ ସାହାଯ୍ୟ ଓ ସହଯୋଗ ପ୍ରକୃତ ପକ୍ଷେ ଅବର୍ଣ୍ଣନୀୟ । ସାହିତ୍ୟ, ସମ୍ବାଦ ଓ ସମାଜସେବାକୁ ପାଥେୟ କରି ଆଗେଇ ଚାଲିଛି । ଉକ୍ତ ସମାଜସେବା କାର୍ଯ୍ୟ ପାଇଁ ଅନୁଷ୍ଠାନ ବାହାରୁ କେହି କେହି ବି ସ୍ବଇଚ୍ଛାରେ ସାହାଯ୍ୟର ହାତ ବଢାଉଛନ୍ତି । ଆଗାମୀ ଦିନରେ ଉକ୍ତ ବିଦ୍ୟାଳୟର ପିଲା ମାନଙ୍କ ପ୍ରତି ଅନୁଷ୍ଠାନ ପକ୍ଷରୁ କି ପ୍ରକାର ସେବା ପ୍ରଦାନ କରାଯାଇ ପାରିବ ସଦସ୍ୟ/ସଦସ୍ୟା ମାନଙ୍କ ସହିତ ଆଲୋଚନା ପରେ ନିଷ୍ପତ୍ତି ନାହିଁଆଯିବ ବୋଲି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ବିଦ୍ୟାଳୟ ପରିଚାଳନା କମିଟିକୁ ଜଣାଇଛନ୍ତି ।।

ବାଲେଶ୍ଵର ଖଇରାରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ହରଗୌରୀ ଯୁବକ ସଂଘର ନୂତନ କମିଟି ଗଠିତ

masiha

ତେନ୍ତୁଳୀଖୁଣ୍ଟି ବ୍ଲକ ପରେ ମୈଦଲପୁର ଅଞ୍ଚଳରେ ହାତୀ

Sunil Chandra Nayak

ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଗଡିଲା 

masiha

Leave a Comment

error: Content is protected !!