ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିର୍ମାଣାଧୀନ ପୋଲ ର ଡାଇଭର୍ଶନ ରାସ୍ତା କାଦୁଅ ପଚ ପଚ : ପଥ ଚାରୀ ବାଇକ ଅରୋହି ବେହାଲ 

ତେନ୍ତୁଳିଖୁଣ୍ଟି -୨୪/୦୪/୨୩/- ତେନ୍ତୁଳିଖୁଣ୍ଟି ବ୍ଳକର ମୂଷାମୁଣ୍ଡି ଗୁଡା ଠାରୁ କଣ୍ଟାଗାଁ  ଭାୟା ଅଞ୍ଚଳଗୁମା ଦେଇ ଯାଉଥିବା ପ୍ରଧାନ ମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ରାସ୍ତାରେ ଉମରି ଗ୍ରାମ ନିକଟରେ ନିର୍ମାଣ କରାଯାଉଛି ଏକ ପୋଲ ଯାହା କି ତିନି ଦୁଇ ମାସ ପୂର୍ବରୁ ଖରାପ ବ୍ରିଜ କୁ ଭାଙ୍ଗି ଦିଆଯାଇଛି । ଭାଙ୍ଗି କି ଚୁପ ଠିକାଦାର ,କାମ ଆରମ୍ଭ କରାଯାଇ ନାହିଁ l ଯିବା ଆସିବା କରିବା ପାଇଁ ଏକ ରାସ୍ତାର ବ୍ୟବସ୍ଥା କରିବା କଥା କିନ୍ତୁ ଅନ୍ଧ କୁ ଆଖି ଠାର ପରି ବିଲ ମଧ୍ୟ୍ୟରେ ଥିବା ହିଡ଼ ଗୁଡ଼ିକୁ ସମତୁଲ କରି ରାସ୍ତା ତିଆରି କରାଯାଇଛି, ଯାହା ଫଳରେ ସ୍ୱଳ୍ପ ବର୍ଷାରେ ପାଣି ଜମି ଯାତାୟାତରେ ଜମି ଭିତରେ କାଦୁଅ ପଚ ପଚ ହୋଇ ବହୁତ ହଇରାଣ ହେଉଥିବା ଦେଖିବାକୁ ମିଳୁଛି।ଅଲ୍ପ ବର୍ଷା ହେଲେ କାଦୁଅ ବ ହେଉଛି ଯଦ୍ୱାରା ଲୋକେ ନାନା ଅସୁବିଧା ଭୋଗୁଛନ୍ତି l ନବରଙ୍ଗପୁର ଯିବାକୁ ତିନି ଚାରି ଗୋଟି ପଞ୍ଚାୟତ ର ମୁଖ୍ୟ ରାସ୍ତା ,ଜନସାଧାରଣ ଜିଲ୍ଳା,ବ୍ଳକ ଅଫିସ  ଯିବା ପାଇଁ ମୁଖ୍ୟତଃ ଏହି ରାସ୍ତା ଉପରେ ନିର୍ଭର କରି ଥାଆନ୍ତି। ଅଧିକ୍ଷଣ ଯନ୍ତ୍ରୀ ଗ୍ରାମ୍ୟ ନିର୍ମାଣ ବିଭାଜନ ରାଜେଶ ରୋସନ କୁ ଏ ବିଷୟରେ ପଚାରିବାରୁ ସେ ପୋଲ ର ଅଟକଳ ମୂଲ୍ୟ 20ରୁ 25 ଲକ୍ଷ ହୋଇଥିବାବେଳେ ପାର୍ଶ୍ଵ ରାସ୍ତା ରେ ଆଜି ସକାଳୁ ବାଲି ପକେଇବା ବ୍ୟବସ୍ଥା କରୁଛୁ ବୋଲି କହିଛନ୍ତି। ଏହି କାମ ଟେଣ୍ଡର କାମ ଯିଏ ପାଇଛି ସେ ଗୁରୁତ୍ୱ ଦେଉ ନ ଥିବାରୁ ବିଳମ୍ବ ହେଉଛି ବୋଲି କହିଛନ୍ତି ।ଆର୍ଥିକ ସହାୟତା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ଭାରତ ସରକାର ଙ୍କ ଦ୍ୱାରା କୋଟି କୋଟି ଟଙ୍କା ଖର୍ଚ୍ଚ କରି ନିର୍ମାଣ କରାଯାଉଥିବା ରାସ୍ତାରେ ପୋଲ ର ପାର୍ଶ୍ୱ ରାସ୍ତା ନ ଥିବା ସାଧାରଣ ରେ ସନ୍ଧେହ ସୃଷ୍ଠି କରୁଛି l ମେ 15 ସୁଦ୍ଧା ପୋଲ ର ଛାତ କାମ ସାରିବା ପାଇଁ ନିର୍ଦ୍ଦେଶ ଥିବାବେଳେ ବର୍ତ୍ତମାନ ସୁଦ୍ଧା ଆଖି ଦୃଷ୍ଟିଆ କାର୍ଯ୍ୟ ହେଲା ଭଳିଆ ଦୃଷ୍ଟି ଗୋଚର ହେଉନାହିଁ l ପାଣି ପାଗ ଵିଭାଗ ଦ୍ୱାରା ତିନି ଚାରି ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସୂଚନା ଦେଉଥିବାବେଳେ ପ୍ରତ୍ୟେକ ଦିନ ବର୍ଷା ହେଉଛି ଯାହା ଦ୍ୱାରା ରାସ୍ତାରେ ପାଣିଜମି ଯାତାୟାତ ବିପଦ ପୁର୍ଣ୍ଣ ହେଉଛି lଶୀଘ୍ର ନିର୍ମାଣ ।ଧିନ ପୋଲ ପାଖରେ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ କରିବପାଇଁ ଉମୁରି ର ବାସିନ୍ଦା ରଘୁନାଥ ମାଝୀ କହିଛନ୍ତି ଏହି ରାସ୍ତା ବ୍ରିଜ କାମ କରିବାକୁ ପ୍ରଶାସନ ର ଆନ୍ର ରିକତା ନାହିଁ ବୋଲି କହିଛନ୍ତି ବ୍ରିଜ ଭାଂଗି କି ମାସ ମାସ ବିତିଲାଣି ମାତ୍ର ବ୍ରିଜ ରେ ଛାତ ପଡୁ ନାହିଁ ବୋଲି କହିଛନ୍ତି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ପ୍ରସିଦ୍ଧ କୁଲାଡ଼ ରଥଯାତ୍ରା ପ୍ରସ୍ତୁତି ବୈଠକ

Sunil Chandra Nayak

ଧର୍ମଗଡ ଠାରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୭୯ ତମ ସ୍ବାଧିନତା ଦିବସ ପାଳିତ

Sunil Chandra Nayak

ଚିପୁଲ୍ ଠାରେ ବ୍ଲକସ୍ତରୀୟ ନର୍ଲା ଡମ୍ବ ସମାଜର ଆମ୍ବେଦକର ବାଦିଙ୍କ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!