ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାମୁଁ ଘରକୁ ଯାତ୍ରା ଦେଖି ଯାଇଥିବା ବେଳେ ଖୋଲା କୂଅରେ ପଡି ୧୨ ବର୍ଷ ବାଳକର ମୃତ୍ୟୁ

କାମାକ୍ଷାନଗର(ମ ସୀ ହା)24/4/23 //  ମାମୁଁ ଘର ଗାଁକୁ ଯାତ୍ରା ଦେଖିବାକୁ ଯାଇଥିବା ବେଳେ ଅଘଟଣ । ବିଳମ୍ବିତ ରାତିରେ ଯାତ୍ରା ଚାଲିଥିବା ବେଳେ ଖୋଲା କୂଅରେ ପଡି ଜଣେ ନାବାଳକର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କାମାକ୍ଷାନଗର ଥାନା ସରଦେଇପୁର ଗାଁରେ । ମୃତ ନାବାଳକ ଜଣଙ୍କ ତୁମୁସିଙ୍ଗା ଥାନା ବୋଲୁଅ ଗାଁର ବିରଞ୍ଚି ନାୟକଙ୍କ ୧୨ ବର୍ଷୀୟ ପୁଅ ଶୁଭମ ନାୟକ । ଗତକାଲି ଶୁଭମ ମାମୁଁ ଘରକୁ ନିଜ ପରିବାର ଲୋକଙ୍କ ସହିତ ଯାତ୍ରା ଦେଖିବାକୁ ଯାଇଥିଲେ । ବିଳମ୍ବିତ ରାତିରେ ଯାତ୍ରା ଚାଲିଥିବା ବେଳେ ପରିଶ୍ରା କରିବାକୁ ଆସିଥିବା ବେଳେ ପାଖରେ ଥିବା ଏକ ଖୋଲା କୂଅରେ ଖସି ପଡ଼ିଥିଲେ । ପରିବାର ଲୋକେ ବିଳମ୍ବିତ ରାତିରେ ବହୁ ଖୋଜା ଖୋଜି କରିଥିଲେ ମାତ୍ର ଶୁଭମଙ୍କ କୌଣସି ପତ୍ତା ପାଇ ନ ଥିଲେ । ଆଜି ସକାଳେ ଗ୍ରାମବାସୀ ଶୁଭମଙ୍କ ମୃତ ଦେହ କୂଅରେ ଭାସୁଥିବାର ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କ ମୃତ ଦେହ କୂଅରୁ ଉଦ୍ଧାର କରାଯାଇଥିଲା । ଏ ନେଇ ଖବର ପାଇ କାମାକ୍ଷାନଗର ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ମେଡିକାଲକୁ ପଠାଇବା ସହ ଅଧିକ ତଦନ୍ତ ଜିରି ରଖିଛି । ଶୁଭମଙ୍କ ମୃତ୍ୟୁକୁ ନେଇ ମାମୁଁ ଘର ସରଦେଇପୁର ଓ ନିଜ ଗାଁ ବୋଲୁଅରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ନୂଆପଡା ଜିଲ୍ଲାରେ ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ସମାରୋହ ପାଳିତ l ମାନ୍ୟବର ମନ୍ତ୍ରୀ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ , ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦାନ କରି ଦୁଇ ମହାମାନବଙ୍କୁ ପୁଷ୍ପମାଲ୍ୟ ସହିତ ଶ୍ରଦ୍ଧାସୁମନ ଅର୍ପଣ କଲେ 

Sunil Chandra Nayak

ରଥଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

masiha

ଓଡିଶା ଆଦର୍ଶ ବିଦ୍ୟାଳୟ ଟିମନପୁର ଠାରେ ପ୍ରତିଷ୍ଠା ଦିବସ ସ୍ପାର୍କ ୨୦୨୬ ପାଳିତ 

Sunil Chandra Nayak

Leave a Comment

error: Content is protected !!