ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇଦ ଉଲ ଫିଦର ର ବନ୍ଧୁମିଳନରେ ପ୍ରେମ, ଶ୍ରଦ୍ଧା ଓ ଭାଇଚାରା

ତିର୍ତ୍ତୋଲ 24 /4 ଇସଲାମଧର୍ମ ର ରମଜାନ ଓଷା ପାଳନ ପରେ ଇଦ ଉଲ ଫିଦର ରେ ଖୁସି ମନେଇବା ଅବସରରେ ହିନ୍ଦୁ ମୁସଲିମ ମାନଙ୍କ ମଧ୍ୟରେ ଏକ ଅପୂର୍ବ ଭାଇଚାରା ଦେଖିବାକୁ ମିଳିଛି, ଜଗତସିଂହପୁର ଜିଲ୍ଲାର, ତିର୍ତ୍ତୋଲ ବ୍ଲକ ଅଧିନ ବିରିତୋଳ ପଞ୍ଚାୟତ ଅନ୍ତର୍ଗତ ରସୁଲପୁର ଗ୍ରାମରେ ! ଗତ ରବିବାର ଦିନ ବିରିତୋଳ ପଞ୍ଚାୟତ ର ସରପଞ୍ଚ ରମାମଣି ଦାସ ଙ୍କ ଆହ୍ୱାନ କ୍ରମେ ଓ ତିର୍ତ୍ତୋଲ ବ୍ଲକ ବିଜେଡିର ପୂର୍ବତନ ସଭାପତି ଅଶ୍ୱିନୀ ଦାସ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ହିନ୍ଦୁମୁସଲିମ ଙ୍କ ମଧ୍ୟରେ ଭାଇଚାରା କୁ ଅଧିକ ସୁଦୃଢ କରିବାପାଇଁ ଏକ ବନ୍ଧୁମିଳନ ଓ ଭାବବିନିମୟର ଆସର ଆୟୋଜନ କରାଯାଇଥିଲା !, ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ତିର୍ତ୍ତୋଲ ବ୍ଲକ ବିଜେଡି ସଭାପତି ତଥା ଜିଲ୍ଲାପରିଷଦ ଗଙ୍ଗାଧର ବିଶ୍ୱାଳ ଓ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସୁନୀଲ କୁମାର ବେହେରା , ଅକ୍ଷୟ କୁମାର ମହାନ୍ତି , ସମିତିସଭ୍ୟ ଜର ବକତ ଖାଁ , ଶେଖ ତହୁର ଅଲ୍ଲୀ , ଶେଖ ରିୟାଜ ଅହେମତ , ଶେଖ ସଵଦର ଅଲ୍ଲୀ , ନିୟାଜ ଅଲ୍ଲୀ , ନୁରୁଲ ଜମା ଖାଁ , ଇସ୍ତେକାର ଅହେମତ , ଶେଖ ମେହେବୁଦ ଅଲ୍ଲୀ , ଶେଖ ଆଜିକ ଉଦ୍ଦିନ , ସଦ୍ଦାମ ହୋସେନ , ଓ ୟାହିତ ଖାନ ପ୍ରମୁଖ ଯୋଗଦେଇ , ପରସ୍ପର ମଧ୍ୟରେ ପବିତ୍ର ଭାଇଚାରା କୁ ବଜାୟ ରଖିବା ପାଇଁ , ଆହ୍ୱାନ ଦେଇଥିଲେ , ପରେପରେ ବିରିତୋଳପଞ୍ଚାୟତ ର ବିକାଶ ପାଇଁ ଆମେ ସମସ୍ତେ ମିଳିମିଶି କାମକରିବା ବୋଲି ସଂକଳ୍ପ ନେଇଥିଲେ !

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ଢେପାଗୁଡ଼ା ଗାଁ ନିକଟରେ ଥିବା ଅଧପନ୍ତରିଆ ବ୍ରିଜ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ବିଡିଓ ଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ 

masiha

ଦିବ୍ୟ ଗୃହସ୍ଥ ଜୀବନ ଆଲୋଚନାଚକ୍ର 

Sunil Chandra Nayak

ମୃତ୍ୟୁ ଏମିତି ବି ଆସେ, ଉଦଯାପନୀ ଉତ୍ସବ ବାତିଲ

Sunil Chandra Nayak

Leave a Comment

error: Content is protected !!