ତିର୍ତ୍ତୋଲ 24 /4 ଇସଲାମଧର୍ମ ର ରମଜାନ ଓଷା ପାଳନ ପରେ ଇଦ ଉଲ ଫିଦର ରେ ଖୁସି ମନେଇବା ଅବସରରେ ହିନ୍ଦୁ ମୁସଲିମ ମାନଙ୍କ ମଧ୍ୟରେ ଏକ ଅପୂର୍ବ ଭାଇଚାରା ଦେଖିବାକୁ ମିଳିଛି, ଜଗତସିଂହପୁର ଜିଲ୍ଲାର, ତିର୍ତ୍ତୋଲ ବ୍ଲକ ଅଧିନ ବିରିତୋଳ ପଞ୍ଚାୟତ ଅନ୍ତର୍ଗତ ରସୁଲପୁର ଗ୍ରାମରେ ! ଗତ ରବିବାର ଦିନ ବିରିତୋଳ ପଞ୍ଚାୟତ ର ସରପଞ୍ଚ ରମାମଣି ଦାସ ଙ୍କ ଆହ୍ୱାନ କ୍ରମେ ଓ ତିର୍ତ୍ତୋଲ ବ୍ଲକ ବିଜେଡିର ପୂର୍ବତନ ସଭାପତି ଅଶ୍ୱିନୀ ଦାସ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ହିନ୍ଦୁମୁସଲିମ ଙ୍କ ମଧ୍ୟରେ ଭାଇଚାରା କୁ ଅଧିକ ସୁଦୃଢ କରିବାପାଇଁ ଏକ ବନ୍ଧୁମିଳନ ଓ ଭାବବିନିମୟର ଆସର ଆୟୋଜନ କରାଯାଇଥିଲା !, ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ତିର୍ତ୍ତୋଲ ବ୍ଲକ ବିଜେଡି ସଭାପତି ତଥା ଜିଲ୍ଲାପରିଷଦ ଗଙ୍ଗାଧର ବିଶ୍ୱାଳ ଓ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସୁନୀଲ କୁମାର ବେହେରା , ଅକ୍ଷୟ କୁମାର ମହାନ୍ତି , ସମିତିସଭ୍ୟ ଜର ବକତ ଖାଁ , ଶେଖ ତହୁର ଅଲ୍ଲୀ , ଶେଖ ରିୟାଜ ଅହେମତ , ଶେଖ ସଵଦର ଅଲ୍ଲୀ , ନିୟାଜ ଅଲ୍ଲୀ , ନୁରୁଲ ଜମା ଖାଁ , ଇସ୍ତେକାର ଅହେମତ , ଶେଖ ମେହେବୁଦ ଅଲ୍ଲୀ , ଶେଖ ଆଜିକ ଉଦ୍ଦିନ , ସଦ୍ଦାମ ହୋସେନ , ଓ ୟାହିତ ଖାନ ପ୍ରମୁଖ ଯୋଗଦେଇ , ପରସ୍ପର ମଧ୍ୟରେ ପବିତ୍ର ଭାଇଚାରା କୁ ବଜାୟ ରଖିବା ପାଇଁ , ଆହ୍ୱାନ ଦେଇଥିଲେ , ପରେପରେ ବିରିତୋଳପଞ୍ଚାୟତ ର ବିକାଶ ପାଇଁ ଆମେ ସମସ୍ତେ ମିଳିମିଶି କାମକରିବା ବୋଲି ସଂକଳ୍ପ ନେଇଥିଲେ !
next post