ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ତେଲନଦୀ ପଠାରେ ସରକାରୀ ମହାବିଦ୍ୟାଳୟ ଭବାନୀପାଟଣା କଲାହାଣ୍ଡି ୧୯୮୨ ଗ୍ରାଜୁଏଟ ଗ୍ରୁପ ର ବାର୍ଷିକ ସମାବେଶ 

ଧର୍ମଗଡ ତେଲନଦୀ ପଠାରେ ସରକାରୀ ମହାବିଦ୍ୟାଳୟ ଭବାନୀପାଟଣା କଲାହାଣ୍ଡି ୧୯୮୨ ଗ୍ରାଜୁଏଟ ଗ୍ରୁପ ର ବାର୍ଷିକ ସମାବେଶ 

ସରକାରୀ ମହାବିଦ୍ୟାଳୟ ଭବାନୀପାଟଣା କଳାହାଣ୍ଡି (ବର୍ତ୍ତମାନ ରେ ମାଣିକେଶ୍ଵରୀ ବିଶ୍ଵ ବିଦ୍ୟାଳୟ କଳାହାଣ୍ଡି) ର ୧୯୮୨ ଗ୍ରାଜୁଏଟ ଗ୍ରୁପ ଦ୍ଵାରା ବିଗତ ସନ୍ ୨୦୨୧ ରୁ ପ୍ରତିବର୍ଷ କଳାହାଣ୍ଡିଆ ୧୯୮୨ ଗ୍ରେଜୁଏଟ ଗ୍ରୁପ ର ବାର୍ଷିକ ସମାବେଶ ଆୟୋଜନ କରି ଆସୁଛନ୍ତି।

କୁହାଯାଏ, କଳାହାଣ୍ଡି ମହାବିଦ୍ୟାଳୟ ର ଇତିହାସ ରେ ଏଇଟା ଏକମାତ୍ର ଗ୍ରୁପ୍ , ଯିଏ କି ପ୍ରତିବର୍ଷ ସମାବେଶ ର ଆୟୋଜନ କରି ଆସୁଛି।ଆଜି ଦିନରେ ସମସ୍ତ ସଦସ୍ୟ ଅବସରପ୍ରାପ୍ତ ଏବଂ ବୟସ ଷାଠିଏ ଉପର ପାରି କରି ଥିଲେ ହେଁ ,ପ୍ରାୟ ଷାଠିଏ ସତୁରି ସଦସ୍ୟ ପ୍ରତି ବର୍ଷ ସୁଦୂର ସ୍ଥଳରୁ ଏକତ୍ରିତ ହେଇ ଏହି ସମାବେଶ ରେ ସମ୍ମିଳିତ ହୋଇ ଥାଆନ୍ତି। 

ଆଜି ରବିବାର ଦିନ ଗ୍ରୁପର ପଞ୍ଚମ ସମାବେଶ ଧର୍ମଗଡ଼ ନିକଟସ୍ଥ ତେଲନଦୀ ପଠାରେ ଆୟୋଜନ ହୋଇଥିଲା ।ସମାବେଶର ପ୍ରାରମ୍ଭ ରେ ସର୍ବଶକ୍ତିମାନ ଈଶରଙ୍କୁ ପ୍ରାର୍ଥନା ଉପରାନ୍ତ , ଦିବଂଗତ ସାଥୀ ମାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦିଆ ଯାଇଥିଲା।ଦିବଂଗତ ସାଥିଙ୍କ ପରିବାର ର ସଦସ୍ୟ ମାନଙ୍କୁ ମଧ୍ୟ ଏଇ ଅବସରରେ ଅଭିବାଦନ କରାଯାଇଥିଲା।

ପରେ ପରେ ପ୍ରତ୍ୟେକ ସଦସ୍ୟ କିଭଳି ସନ୍ତୁଳିତ ଜୀବନ ଶୈଳୀ ମାଧ୍ୟମରେ ଆନନ୍ଦିତ ଜୀବନ ଯାପନ କରି ହେବ ନିଜ ଅଭିଜ୍ଞତା ମାଧ୍ୟମରେ ସମସ୍ତଙ୍କୁ ଅବଗତ କରେଇଥିଲେ।

ଆଜିର ଷାଠିଏ ପାର ବୟସ କୁ ଅତୀତ କଲେଜ ଜୀବନ କୁ ମନେ ପକାଇ , ନାଚ,ଗୀତ,ହସ ଖୁସି, ମନ ମଉଜ କରି ପୁଣିଥରେ କଲେଜ ଜୀବନର ୟୁବବସ୍ଥା କୁ ମାନସପଟଳରେ ଅବତୀର୍ଣ୍ଣ କରିଥିଲେ।ପୁରା ଦିନ ଶୋର୍ ଗୁଲ ,ଡାନ୍ସ ଆଦି କରି ଜୀବନଟା କୁ ଉପଭୋଗ କରିଥିଲେ।

ନା ପରିବାରର ଚିନ୍ତା ନା ନାତିନାତୁଣୀ ଙ୍କ ଦୁଷ୍ଟପଣିଆ,କଲେଜ୍ ଜୀବନର ସେଇ ବାଲୁଙ୍ଗା ପଣିଆ ପୁଣି ଥରେ ଜୀଇଁ ଉଠି ଥିଲା ।ଯୋଗ, ସନ୍ତୁଳିତ ଆହାର ପ୍ରାତଃକାଳୀନ ଭ୍ରମଣ, ଓ ଅନ୍ୟାନ୍ୟ ଶାରିରୀକ ପରିଶ୍ରମ ଜରିଆରେ ଆନନ୍ଦମୟ ନିରୋଗ ଜୀବନ କିଭଳି ପ୍ରାପ୍ତି କରି ହୁଏ ତା ବିଷୟରେ ଚର୍ଚ୍ଚା କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ ଏଇ ଗ୍ରୁପର ସଦସ୍ୟ ଏଇ ଦିନ ଅନ୍ତରଙ୍ଗ ବନ୍ଧୁଙ୍କୁ ଆଲିଙ୍ଗନ କରିବା ପାଇଁ , ଦିନକ ପାଇଁ ଦୈନନ୍ଦିନ ଜୀବନ କୁ ଚିନ୍ତାମୁକ୍ତ ରଖିବାକୁ ଦୂରଦୂରାନ୍ତରୁ ଆସି ବନ୍ଧୁମିଳନ ପର୍ବ ପାଳିତ କରିଥାନ୍ତି ।ସମସ୍ତଙ୍କ ଚେହେରାରେ ଏକ ନୂତନ ଉତ୍ସାହ ଏଇ ସମାବେଶରେ ପରିଲକ୍ଷିତ ହେଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଆମ ପୁଲିସର ସାଇବର ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଜେ.ଡି.ସିଏ ସୁକାନ୍ତ ମିଶ୍ର ଡି.ଡି.ଏମଙ୍କ ସହ ସେତୁବନ୍ଧ ଭଳି ଘନିଷ୍ଠତା, ଡିପାର୍ଟମେଣ୍ଟ ପାଇଁ ଉଦାହରଣ

masiha

ରାଇରଙ୍ଗପୁର ପିସିଏମ ସ୍କୁଲ ପରିସରରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ଦିଵ୍ଯାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ; ୬୫ ଛାତ୍ରଛାତ୍ରୀଙ୍କୁ ୯୩ ଉପକରଣ ବଣ୍ଟନ 

Sunil Chandra Nayak

Leave a Comment

error: Content is protected !!