ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ହାତୀଦାନ୍ତ ମାଫିଆକୁ ଧରିବାକୁ ଯାଇ ଦୁର୍ଵୁତଙ୍କ ଛ ରାଉଣ୍ଡ ଗୁଳି ଆକ୍ରମଣରେ ବର୍ତ୍ତିଲେ ବନ କର୍ମଚାରୀ

ହାତୀଦାନ୍ତ ମାଫିଆକୁ ଧରିବାକୁ ଯାଇ ଦୁର୍ଵୁତଙ୍କ ଛ ରାଉଣ୍ଡ ଗୁଳି ଆକ୍ରମଣରେ ବର୍ତ୍ତିଲେ ବନ କର୍ମଚାରୀ

ରାୟଗଡା ମୁନିଗୁଡା- ରାୟଗଡା ଜିଲ୍ଲା ମୁନିଗୁଡା ବନାଞ୍ଚଳରେ ସ୍ଥାନୀୟ କର୍ମଚାରୀ ଦୀର୍ଘଦୀନ ରହିବା ଦ୍ବାରା ଭାବ ପିରତିରେ କେତେଵେଳେ ଵାଘ ଛାଲତ କେତେଵେଳେ ହାତିଦାନ୍ତ,ଆଉ କେତେଵେଳେ ଜନ୍ତୁ ଶିକାର ଦୈନଦିନ ଘଟଣାରେ ପରିଣତ ହୋଇ ସ୍ଥାନୀୟ କର୍ମଚାରୀ ସମ୍ପୃକ୍ତି ଥିବା ଅଭିଯୋଗ ହେଉଛି।ଯେତେଵେଳେ କୌଣସି କେସରେ ଧରାପଡୁଛନ୍ତି ତାହାପୁଣି ଧର୍ମକୁ ଆଖି ଠାର ,।ଏହା କେବଳ ଅପାରଗତା ଵନବିଭାଗର ଅଧୀକାରିଙ୍କ ପ୍ରିୟା ପ୍ରିତିରେ ।ଜଣେ ଜଣେ ସ୍ଥାନୀୟ ଅଧିବାସୀ ଵନକର୍ମଚାରୀ 10/20ବର୍ଷ ଚାକିରି ଆରମ୍ଭରୁ ଥାଇ ବଦଳୀ ହେଲେ ମଧ୍ୟ କିଛିଦିନ ପରେ ପୁନଶ୍ଚ ନିଜ ରେଞ୍ଜକୁ ଵଦଳୀ ହୋଇ ଆସୁଛନ୍ତି।ଯାହାକି ଆଜି ବନ ଵିଭାଗକୁ ଅଘଟଣର ସମ୍ମୁଖିନ ହେବାକୁ ପଡୁଛି।ଯଦି କୌଣସି ଫରେଷ୍ଟର ,ଫରେଷ୍ଟ ଗାର୍ଡ ଏଵଂ ଅନ୍ୟ କ୍ଷେତ୍ର କର୍ମଚାରିଙ୍କୁ ନିଜ ଅଞ୍ଚଳରୁ ଅନ୍ୟତ୍ର ବଦଳୀ କରାଗଲେ ଏପରି ଅଘଟଣ ଘଟିବା ହ୍ରାସ ପାଇବ ଵୋଲି ପରିବେଶଵିତ ମାନେ ମତ ଦେଇଛନ୍ତି।

  ସୂଚନା ଅନୁଯାୟୀ ରାୟଗଡ଼ା ବନଖଣ୍ଡ ଅଧିନସ୍ଥ ମୁନିଗୁଡା ରେଞ୍ଜ ମାଲିମୁଣ୍ଡା ଓ ଜାରପା ଗ୍ରାମର କିଛି ମାଫିଆ ହାତୀ ଦାନ୍ତ ବେପାର ପାଇଁ ଛତିଶଗଡ଼ ରାଜ୍ୟର ବେପାରୀ ସହିତ ଯୋଗା ଯୋଗ କରୁଥିବା ବେଳେ ,କଳାହାଣ୍ଡି ଓ ମୁନିଗୁଡା ରେଞ୍ଜ୍ ବନ ବିଭାଗ ସହ ଏସିଏଫ ଟିମ ମାଫିଆଙ୍କ ପିଛା କରି ରାୟଗଡ଼ା ଜିଲ୍ଲା ବନ ବିଭାଗକୁ ଖବର ଦେଇଥିଲେ। ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ମୁନିଗୁଡା ରେଞ୍ଜର ଅନିଲ କୁମାର ବାଲାଙ୍କ ନେତୃତ୍ବରେ ଆମ୍ୱାଦଳା ଓ ମୁନିଗୁଡା ବନ ବିଭାଗ କର୍ମଚାରୀ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଥିଲେ।ସେଠାରେ ହାତୀ ଦାନ୍ତ ବେପାର ମୁଲଚାଲ ହେଉଥିବା ବେଳେ ହାତୀ ଦାନ୍ତ ସହ ୫ ଜଣ ମାଫିଆ ମାନଙ୍କୁ କାବୁ କରିଥିବା ଏସିଏଫ ସନ୍ଦୀପ ପୃଷ୍ଟି କହିଛନ୍ତି। ତେବେ ଏନେଇ ମାଫିଆ ମାନଙ୍କ ସହିତ ଆଉ କିଏ କିଏ ସାମିଲ ଅଛନ୍ତି ସେମାନଙ୍କୁ ଖୋଜିବା ପାଇଁ ବନ ବିଭାଗ ଅଧିକାରୀ ଶିବପଦର ପଞ୍ଚାୟତ ଯାରପା ଗ୍ରାମରେ ପହଞ୍ଚି ତଦନ୍ତ କରିବା ସମୟରେ। କିଛି ଦୁବୃର୍ତ୍ତ ଆକ୍ରମଣ କରିବା ଉଦ୍ଧେଶ୍ୟରେ ଘର ଭିତରକୁ ଦୌଡ଼ି ଯାଇଥିଲେ । ଯାହାଫଳରେ ବନ ବିଭାଗ କର୍ମଚାରୀ ମାନେ ସନ୍ଦେହ କରି ଗାଡି ଭିତରେ ବସି ଯିବାକୁ ଚେଷ୍ଟା କରିବା ସମୟରେ ଗାଡି ଉପରକୁ ୪ ରାଉଣ୍ଡ ଗୁଳି ଚାଳନା ହୋଇଥିବା ଜାଣିବାକୁ ମିଳିଛି। ତେବେ ନିଜ ଜୀବନ ବଞ୍ଚାଇ ବନ ବିଭାଗ କର୍ମଚାରୀ ମାନେ ସେଠାରୁ ଫେରି ଆସିଥିବା ବିଶେଷ ସୂତ୍ରରୁ ଜଣାପଡିଥିବା ବେଳେ ଉକ୍ତ ବିଷୟରେ ଅଧିକାରୀ ମାନଙ୍କ ଠାରୁ କୌଣସି ସୂଚନା ମିଳି ପାରି ନାହିଁ। ଏହି ହାତୀଦାନ୍ତ ଚୋରାଚାଲାଣ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିବା ଏସିଏପ ଅଧିକାରୀ ସନ୍ଦିପ କୁମାର ପୃଷ୍ଟି ସୂଚନା ଦେଇଛନ୍ତି।ଅପରପକ୍ଷରେ ସ୍ଥାନୀୟ ଲୋକମାନେ କହିଛନ୍ତି ସମ୍ପୃକ୍ତ ଅଧୀକାରୀମାନେ ତାଙ୍କର ସ୍ବାର୍ଥ ପାଇଁ ମୋଟା ଅଙ୍କରେ କାରବାର କରି ସ୍ଥାନୀୟ ଲୋକଙ୍କୁ ନିଜ ଅଞ୍ଚଳରେ ନିଯୁକ୍ତି ଦେବା ଦ୍ବାରା ଚୋରା କାଠ ଵେପାରୀ ଓ ଶିକାରୀ,ହାତୀ ଦାନ୍ତ ଵେପାରୀଙ୍କ ସହିତ ଭିତିରି ସମ୍ପର୍କ ଥିବା ଅଭିଯୋଗ ହେଉଛି।ତେଣୁ ନିଜ ଅଞ୍ଚଳର କର୍ମଚାରୀଙ୍କୁ ଅନ୍ୟତ୍ର ଵଦଳୀ କଲେ ଜଙ୍ଗଲରେ ଜନ୍ତୁ ଓ କାଠ ,ଖଣିଜ ଦ୍ରବ୍ୟ ସୁରକ୍ଷିତ ରହିବ ବୋଲି ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବରାହ ହତ୍ୟା ଘଟଣାରେ ଦୁଇ ଗିରଫ

masiha

ରାଉରକେଲା ପୋଲିସ୍ ପକ୍ଷରୁ ଗୋଲଘର ରାମେଶ୍ୱରପାଲିର ତୋଫାନ ବିନ୍ଧାଣୀ ହତ୍ୟା ଘଟଣାରେ ଆଉ ଜଣଙ୍କୁ ଗିରଫ୍

Sunil Chandra Nayak

ନାବାଳିକାକୁ ଧର୍ଷଣ ଅଭିଯୋଗରେ ଯୁବକ ଗିରଫ

Sunil Chandra Nayak

Leave a Comment

error: Content is protected !!