ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଙ୍କ ସହ ଓଡିଶା ରାଜସ୍ଵ ଅମଲା ସଂଘର ସୌଜନ୍ୟମୂଳକ ସାକ୍ଷାତ

ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଙ୍କ ସହ ଓଡିଶା ରାଜସ୍ଵ ଅମଲା ସଂଘର ସୌଜନ୍ୟମୂଳକ ସାକ୍ଷାତ 

 ନବରଙ୍ଗପୁର:(୧୭/୧୨)(ରବି ନାରାୟଣ ମହାନ୍ତି)ଆଜି ମାନ୍ୟବର ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀ ଙ୍କ ନବରଙ୍ଗପୁର ସରକାରୀ ଗସ୍ତ ସମୟରେ ସ୍ଥାନୀୟ ସର୍କିଟ ହାଉସ ଠାରେ ଓଡିଶା ରାଜସ୍ୱ ଅମଲା ସଂଘର ରାଜ୍ଯ ସଭାପତି ତ୍ରିପତି ବାଲାଜୀ ସାହୁଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ମାନ୍ୟବର ମନ୍ତ୍ରୀ ଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ l ସାକ୍ଷାତ ସମୟରେ ସଙ୍ଘ ର ବିଭିନ୍ନ ସମସ୍ୟା ଓ ଦାବୀ ବିଷୟରେ ଆଲୋଚନା ଓ ଅବଗତ କରାଇଥିଲେ l ବିଶେଷ କରି ଜିଲ୍ଲା ସ୍ତରୀୟ ରାଜସ୍ଵ ଅମଲା ଙ୍କ ପଦବୀ ପୁନର୍ଗଠନ ଏବଂ ଦରମା ବୃଦ୍ଧି କରିବାକୁ ମାନ୍ୟବର ମନ୍ତ୍ରୀ ଙ୍କୁ ଅନୁରୋଧ କରିଥିଲେ l ଏହି ସାକ୍ଷାତ ସମୟରେ ମାନ୍ୟବର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ,ମାନ୍ୟବର ସାଂସଦ ବଳଭଦ୍ର ମାଝୀ, ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ ଏବଂ ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ନବରଙ୍ଗପୁର ଜିଲ୍ଲା ସଭାପତି ଆଶୁତୋଷ ମହାନ୍ତି,ଉପ ସଭାପତି ଧନୁର୍ଯୟ ମାଝୀ, ଅଜୟ କୁମାର ସାହୁ, ବିଜୟ କୁମାର ସାହୁ, ସୁରେଶ ପଟ୍ଟନାୟକ, ସୀତାରାମ ବେହେରା, ସୁନୀଲ ଦାସ, ଉଲମ୍ଫl ଭତ୍ରା, ମୋବିନା ସୁଲତାନ, ହର୍ଷl ଜୈନ, ପ୍ରିୟଙ୍କା ପାତ୍ର, ତୃପ୍ତି ପଟ୍ଟନାୟକ, ବବିତା ପରିଛା, ଏନ୍ ପଦ୍ମାବତୀ, ଶୌରଭ ଦାସ, ପ୍ରଦୀପ କୁମାର ସାହୁ, ସୂରଜ ସାହୁ, କୈଳାଶ ଚନ୍ଦ୍ର ଦାସ,ତନ୍ମୟ। ଖଡଗରାୟ, ଅସ୍ମିତା ବୈରାଗୀ, ସ୍ମିତା ଚର୍ଚି, ସୁରୁଚି ପ୍ରିୟା ବେହେରା ପ୍ରମୁଖ ଉପସ୍ଥିତ ଥିଲେ l

( ମ ନି ସ ) 

Related posts

ଚାଷ କାର୍ଯ୍ୟରେ ମଜିଗଲେ କାଉନସିଲର ଷେଣ୍ଢ ବାବୁ

Sunil Chandra Nayak

ଭାରସାମ୍ୟ ହରାଇ ରାସ୍ତା ଉପରକୁ ଓଲଟିଲା ଟ୍ରକ :ଅଳ୍ପକେ ବର୍ତ୍ତିଲେ ଚାଳକ

masiha

ମାତାଞ୍ଜଳି ସୋସିଓ ସ୍ପିରିଚୁଆଲ୍ ଟ୍ରଷ୍ଟ ପକ୍ଷରୁ ରଜ ମହୋତ୍ସବ ପାଳିତ

masiha

Leave a Comment

error: Content is protected !!