ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବି, ମାଳିଗୁଡା: ଜବରଦଖଲ ଭାଙ୍ଗିଲା ପ୍ରଶାସନ 

ବି, ମାଳିଗୁଡା: ଜବରଦଖଲ ଭାଙ୍ଗିଲା ପ୍ରଶାସନ 

ନବରଙ୍ଗପୁର:(୧୭|୧୨)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ବି,ମାଳିଗୁଡା ଗାଁ ର ଡ୍ରେନେଜ ଉପରେ ଥିବା ଜବରଦଖଲ ଭାଙ୍ଗିଲା ପ୍ରଶାସନ । ବି ମାଳିଗୁଡ଼ା ରାସ୍ତାର ଉଭୟ ପାର୍ଶ୍ଵରେ ଥିଲା ଜବରଦଖଲ । ବାରମ୍ବାର ଗ୍ରାମବାସୀ ଙ୍କ ଅଭିଯୋଗକୁ ଭିତ୍ତିକରି ପ୍ରଶାସନ ଜବରଦଖଲ କାରୀଙ୍କୁ ନୋଟିସ ଦେବାପରେ ମଧ୍ୟ କିଛି ସୁଫଳ ହୋଇ ନ ଥିଲା ।ପରେ ତହସିଲଦାର ଓ ପୋଲିସ ପ୍ରଶାସନ ଉପସ୍ଥିତ ରହି ଜବରଦଖଲ ହୋଇଥିବା ସ୍ଥାନକୁ ଉଚ୍ଛେଦ କରାଯାଇଛି । ନବରଙ୍ଗପୁର ଜିଲ୍ଲା ଡଙ୍ଗରଭେଜା ତହସିଲଦାର ପୁରୁଷତମ ବେନ୍ୟା, ଅମିନ ସୁପଭାଇଜର, ଆରଆଇ, ଏଆରଆଇ ଏବଂ ପୋଲିସ ପ୍ରଶାସନ ଉପସ୍ଥିତ ରହି ଜବରଦଖଲ ଉଚ୍ଛେଦ କରିଛନ୍ତି । ଏହି ଉଚ୍ଛେଦ ପରେ ଡ୍ରେନେଜର ସୁବିଧା ହେବା ସହ ମ୍ୟାଲେରିଆ ଓ ଝାଡ଼ାବାନ୍ତିରୁ ଲୋକେ ରକ୍ଷା ପାଇବେ ଏବଂ ପକ୍କା ରାସ୍ତା ସୁବିଧା ହେବବୋଲି ଗ୍ରାମବାସୀ ଆଶା ବ୍ୟକ୍ତ କରିଛନ୍ତି ଓ ପ୍ରଶାସନ କୁ ଗ୍ରାମବାସୀ ଧନ୍ୟବାଦ ଜଣାଇଛନ୍ତି । ( ମ ନି ସ )

Related posts

ବିଧାନସଭାରେ ନର୍ଲା ବିଧାୟକଙ୍କ ପ୍ରଶ୍ନରେ ବିଭାଗୀୟ ମନ୍ତ୍ରୀଙ୍କ ଉତ୍ତର

Sunil Chandra Nayak

ଇନ୍ଦ୍ରାବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ୩୫ ତମ ବାର୍ଷିକ ଉତ୍ସବ

masiha

ଓଡ଼ିଆ ପକ୍ଷ ପାଳନ ଅବସରରେ  ଧର୍ମଗଡ଼ ଡିଗ୍ରୀ ମହିଳା ମହାବିଦ୍ୟାଳୟ ଠାରେ ରକ୍ତଦାନ ଶିବିର

Sunil Chandra Nayak

Leave a Comment

error: Content is protected !!