ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲାରେ ଚାଲିଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନା ଓ ପ୍ରକଳ୍ପ ଗୁଡ଼ିକର ସ୍ଥିତି ସମୀକ୍ଷା କଲେ ଉପବାଚସ୍ପତି

ରାଉରକେଲାରେ ଚାଲିଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନା ଓ ପ୍ରକଳ୍ପ ଗୁଡ଼ିକର ସ୍ଥିତି ସମୀକ୍ଷା କଲେ ଉପବାଚସ୍ପତି

ରାଉରକେଲା, ୧୭ ଡିସେମ୍ବର ୨୦୨୪: ଓଡ଼ିଶା ବିଧାନସଭାର ଉପବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇଙ୍କ ଅଧ୍ୟକ୍ଷତାରେ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟରେ ଥିବା ସଭାଗୃହରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷତା କରି ମାନ୍ୟବର ଉପବାଚସ୍ପତି ରାଉରକେଲା ସହରାଞ୍ଚଳରେ ଚାଲିଥିବା ବିଭିନ୍ନ କାର୍ଯ୍ୟ ଗୁଡ଼ିକ ସମ୍ପର୍କରେ ସମୀକ୍ଷା କରିଥିଲେ। ଏହି ବୈଠକରେ ରାଉରକେଲା ମହାନଗର ନିଗମ ସମେତ ରାଉରକେଲା ସରକାରୀ ଡାକ୍ତରଖାନା, ପୁଲିସ ପ୍ରଶାସନ, ଟାଟା ପାୱାର, ଯୋଗାଣ ଆଦି ବିଭାଗ ଅଧୀନରେ ଚାଲିଥିବା ବିଭିନ୍ନ ସରକାରୀ ଯୋଜନା ତଥା ପ୍ରକଳ୍ପ ଗୁଡ଼ିକର ସ୍ଥିତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା।

ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣି ଆରଏମସି ତରଫରୁ ଚାଲିଥିବା ବିଭିନ୍ନ ପ୍ରକଳ୍ପ ଗୁଡ଼ିକ ସମ୍ବନ୍ଧରେ ମାନ୍ୟବର ବାଚସ୍ପତିଙ୍କୁ ସୂଚନା ଦେଇଥିଲେ। ଆରଏମସି ତରଫରୁ ହୋଇଥିବା ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକର ରୂପାନ୍ତରଣ ଠାରୁ ଆରମ୍ଭ କରି ଆଗାମୀ ଦିନରେ ହେବାକୁ ଥିବା ନୂତନ ପ୍ରକଳ୍ପ ଗୁଡ଼ିକ ବିଷୟରେ କମିଶନର ଶ୍ରୀ କୁଲକର୍ଣ୍ଣି ସବିଶେଷ ତଥ୍ୟ ଉପସ୍ଥାପନ କରିବା ସହ ଏହି ପ୍ରକଳ୍ପ ଗୁଡ଼ିକ ରାଉରକେଲା ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସୂଚନା ଦେଇଥିଲେ।

ଏଥିସହ ରାଉରକେଲା ସରକାରୀ ଚିକିତ୍ସାଳୟ ସମେତ ଯୋଗାଣ ବିଭାଗ, ଟାଟା ପାୱାର ଏବଂ ପୁଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ବିଭାଗୀୟ କାର୍ଯ୍ୟ ବାବଦରେ ମାନ୍ୟବର ଉପବାଚସ୍ପତିଙ୍କୁ ସୂଚନା ଦେଇଥିଲେ। ଏହି ସମୀକ୍ଷା ବୈଠକରେ ମାନ୍ୟବର ବିଧାୟକ ରଘୁନାଥପାଲି ଶ୍ରୀଯୁକ୍ତ ଦୁର୍ଗା ଚରଣ ତନ୍ତୀ, ପାନପୋଷ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ନାୟକ, ଆରଏମସିର ସମସ୍ତ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପୁଣି ମାରିଲେ ଶିକ୍ଷକ , ଚତୁର୍ଥ ଶ୍ରେଣୀ ଛାତ୍ରର କାନଗିରି ଫାଟିଗଲା ପୁଣି ମାରିଲେ ଶିକ୍ଷକ , ଚତୁର୍ଥ ଶ୍ରେଣୀ ଛାତ୍ରର କାନଗିରି ଫାଟିଗଲା

masiha

ଲେଡିଲାୟନ ର ବାର୍ଷିକୋତ୍ସବ ଓ ଆନ୍ତର୍ଜାତିକ ମହିଳା ଦିବସ ପାଳନ

Sunil Chandra Nayak

ଗିଗିନା ଧାନମଣ୍ଡିରୁ ଧାନ ଲୋଡ୍ ଧରି ମିଲକୁ ଯାଉଥିବା ଟ୍ରକ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍ ଓ ହେଲପର୍

Sunil Chandra Nayak

Leave a Comment

error: Content is protected !!