ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ ବଲାଙ୍ଗୀର କୁ ହରାଇ କେସିଙ୍ଗା ବିଜୟୀ 

ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ ବଲାଙ୍ଗୀର କୁ ହରାଇ କେସିଙ୍ଗା ବିଜୟୀ 

ଜୁନାଗଡ଼ ୧୮/୧୨(ମ ନି ସ)-ସ୍ଥାନୀୟ ବିଜୁ ପଟ୍ଟନାୟକ ଷ୍ଟାଡିଅମ ଠାରେ ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ କ୍ରିକେଟ ରେ କେସିଙ୍ଗା ଟସ ଜିତି ବେଟିଙ୍ଗ ନିଷ୍ପତି ନେଇ ଥିଲେ l କେସିଙ୍ଗା ବେଟିଙ୍ଗ କରି ୨୮ ଓଭର ୫ ବଲ ରେ ୧୪୪ ରନ ସଂଗ୍ରହ କରିଥିଲେ l ଜବାବ ରେ ବଲାଙ୍ଗୀର ୨୫ ଓଭର୧ବଲ ରେ ସମସ୍ତ ଉଇକେଟ ହରାଇ ମାତ୍ର ୧୧୭ ରନ କରି ପରାଜୟ ହୋଇ ଥିଲେ l ମେନ ଅଫ ଦି ମ୍ୟାଚ କେସିଙ୍ଗା ର ସୂର୍ଯ୍ୟକାନ୍ତ ଭୁତିଆ ପାଇ ଥିଲେ l ନିୟୁ ରେଡ ଷ୍ଟାର ସ୍ପୋର୍ଟ୍ସ କ୍ଲବ ଦ୍ୱାରା ଆୟୋଜିତ ଏହି ଟୁର୍ନାମେଣ୍ଟ ରେ ମୁଖ୍ୟ ଅତିଥି ଭାବେ ଅଶୋକ ପଟ୍ଟନାୟକ ମୁଖ୍ୟ କର୍ତବ୍ୟ ଅନୁଷ୍ଠାନ, ଖଗେଶ୍ୱର ଧଙ୍ଗଗଡ଼lମାଝି ସଭାପତି ସାମ୍ବାଦିକ ସଙ୍ଘ, ସାମ୍ବାଦିକ ବ୍ୟମୋକେଶ ପୁରୋହିତ ଉପସ୍ଥିତ ଥିଲେ l ସନ୍ଧ୍ୟା ରେ ସମାଜସେବୀ ଅମିତ ପାଣିଗ୍ରାହୀ ରମଣୀ ପଣ୍ଡା ଯୋଗ ଦେଇ ଥିଲେ l ବିପ୍ଳବ ସିଂ ଓ ତେଜନ ଦୁର୍ଗା ଖେଳ ପରିଚାଳନା କରିଥିବା ବେଳେ ଧାରlବିବରଣି ନୀତିଶ ମହାପାତ୍ର ,ବିଶ୍ୱ ସାହୁ ସୁଖବିନ୍ଦର ସିଂ ଓ ସନ୍ତୋଷ ପୃଷ୍ଟି କରିଥିଲେ, ମୁକେଶ ପୋଡ଼ ସ୍କୋରର ଦାୟିତ୍ୱ ନେଇଥିଲେ ହାସୀମ ଖାନ ଅନଲାଇନ ସ୍କୋର ଦାଇତ୍ୱ ନେଇଥିଲେ l ୟୂ ଟ୍ୟୁବ ଲାଇଭ ରୀତିକ ଓ ସୁଜଳ କରିଥିଲେ l ଆଜିର ଖେଳ ରେ କ୍ଲବସଭାପତି ହିମାଂଶୁ ଶେଖର ବରାଡ଼ ଉପ ସଭାପତି ସରୋଜ କୁମାର ପଣ୍ଡା,ପଙ୍ଗୁଲା ମହାନ୍ତି, ସୁଧାଂଶୁ ବରାଡ଼ ସମ୍ପାଦକ କାଳିନ୍ଦୀ ପାଣିଗ୍ରାହୀ ଅର୍ଗାନlଇଜ ସମ୍ପାଦକ ମାନସ ସାହୁ ସହ ସମ୍ପାଦକ କଂନେଇ ରାହୁଲ, ସୁଶୀଲ ଠାକୁର, କୋଷାଧକ୍ଷ ଦିଲୀପ ପଣ୍ଡା, ସୁଜିତ ପଣ୍ଡା, ସରପଞ୍ଚ ଦିବ୍ୟ ଦୀପ, ଦୀପକ ସାହୁ, ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ lପରବର୍ତ୍ତୀ ଖେଳ ଜୁନାଗଡ଼ ସହ କେସିଙ୍ଗାମଧ୍ୟରେ ଅନୁଷ୍ଠିତ ହେବ ବୋଲି କ୍ଲବ ତରଫରୁ ସୂଚନା ଦିଆ ଯାଇଛି l

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଦଶମ ଦିନରେ ଫୁଟବଲ ମହାକୁମ୍ଭ ,ଘାଟମାଲ,ଭୋଜପୁର ବିଜୟୀ 

masiha

ଯୁବଶକ୍ତି କ୍ଲବ ତରଫରୁ ଫୁଟବଲ ପ୍ରତିଯୋଗିତା 

masiha

ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ଆନୁକୁଲ୍ୟରେ ଇଣ୍ଟର କଲେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

masiha

Leave a Comment

error: Content is protected !!