ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡିସେମ୍ବର ୨୦, ୨୧ ଓ ୨୨ ତାରିଖରେ ଆରସିସିଆଇ ପକ୍ଷରୁ ବିଜନେସ୍ କନକ୍ଲେଭ ୨୦୨୪

ଡିସେମ୍ବର ୨୦, ୨୧ ଓ ୨୨ ତାରିଖରେ ଆରସିସିଆଇ ପକ୍ଷରୁ ବିଜନେସ୍ କନକ୍ଲେଭ ୨୦୨୪

୬୦ଟି ଷ୍ଟଲରେ ଶୋଭାମଣ୍ଡିତ ହେବ ବିମାନବନ୍ଦର ନିକଟସ୍ଥ ପ୍ରଦର୍ଶନୀ ପଡିଆ

ରାଉରକେଲା: ଚଳିତ ମାସ ୨୦, ୨୧ ଓ ୨୨ ତାରିଖ ତିନି ଦିନଧରି ରାଉରକେଲା ବିମାନ ବନ୍ଦର ନିକଟସ୍ଥ ପ୍ରଦର୍ଶନୀ ପଡ଼ିଆ ଠାରେ ରାଉରକେଲା ଚ୍ଯାମ୍ବର ଅଫ୍ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରି ପକ୍ଷରୁ ବିଜନେସ୍ କନକ୍ଲେଭ – ୨୦୨୪ ଆୟୋଜିତ ହେବ ବୋଲି ଆଜି ଚ୍ଯାମ୍ବର ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି।

        ଏହି ବିଜନେସ୍ କନକ୍ଲେଭର ୬୦ଟି ଷ୍ଟଲରେ ଜିଲ୍ଲାର ବିଭିନ୍ନ ବ୍ଯବସାୟୀକ ପ୍ରତିଷ୍ଠାନ ପକ୍ଷରୁ ରିଏଲ୍ ଇଷ୍ଟେଟ, ଇଲେକ୍ଟ୍ରିକାଲ୍, ହାର୍ଡୱେୟାର, ଫର୍ଣ୍ଣିଚର ଇତ୍ଯାଦି ସାମଗ୍ରୀ ପ୍ରଦର୍ଶିତ ହେବ ବୋଲି ସୂଚନା ପ୍ରଦାନ କରାଯାଇଛି। ତିନି ଦିନ ଧରି ଚାଲିବାକୁ ଥିବା ଏହି ବିଜନେସ୍ କନକ୍ଲେଭର ପ୍ରତ୍ଯେକ ଦିନର କାର୍ଯ୍ୟକ୍ରମକୁ ଦୁଇ ଭାଗରେ ବିଭକ୍ତ କରାଯାଇଥିବା ବେଳେ, ପ୍ରଥମାର୍ଦ୍ଧ କାର୍ଯ୍ୟକ୍ରମ ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇ ସନ୍ଧ୍ଯା ୫ଟା ପର୍ଯ୍ୟନ୍ତ ଚାଲିବ ଏବଂ ଦ୍ବିତୀୟାର୍ଦ୍ଧ କାର୍ଯ୍ୟକ୍ରମ ସନ୍ଧ୍ୟା ୫ଟା ୩୦ରୁ ଆରମ୍ଭ ହେବ। ଏହି ଦ୍ବିତୀୟାର୍ଦ୍ଧ କାର୍ଯ୍ୟକ୍ରମରେ ରହିଛି ସାଂସ୍କୃତିକ କାର୍ଯ୍ୟକ୍ରମ। ବିଭିନ୍ନ ସଂଗଠନ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଡିସେମ୍ବର ୨୦ ତାରିଖ ଏବଂ ୨୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବେଳେ, ଦ୍ବିତୀୟ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମରେ ସୁସ୍ମିତା ଦାସ ଓ ସାଥୀଙ୍କ ଦ୍ବାରା ମେଲୋଡି ପରିବେଷଣ କରାଯିବ ।

    ଏହି ବିଜନେସ୍ କନକ୍ଲେଭ ୨୦୨୪ରେ ପରିବର୍ତ୍ତିତ ପରିସ୍ଥିତିରେ ଏମ୍ଏସ୍ଏମ୍ଇ ଏବଂ ବୈଷୟିକ ଅଧିବେଶନରେ ରାଉରକେଲା ର ଲକ୍ଷ୍ୟ ସମ୍ପର୍କରେ କାର୍ଯ୍ୟକ୍ରମ ଆୟୋଜିତ ହେବ। ତୃତୀୟ ଦିନ ବିଜନେସ୍ କନକ୍ଲେଭରେ ମହିଳା ସଶକ୍ତିକରଣକୁ ପ୍ରାଧାନ୍ୟ ଦିଆଯାଇ ଏଥିରେ ବିକଶିତ ଭାରତ – ସ୍ବାବଲମ୍ବି ଓଡିଶା ସମ୍ପର୍କରେ ଗୁରୁତ୍ଵାରୋପ କରାଯାଇ ଆଲୋଚ୍ଯର ବିଷୟ ରଖାଯାଇଛି। ସେହିଭଳି ଷ୍ଟାର୍ଟ୍ଅପ ପାଇଁ ବୈଷୟିକ ଅଧିବେଶନରେ ଆଗକୁ ବଢ଼ିବାର ରାସ୍ତା ଓ ଏହାର ସମ୍ମୁଖୀନ ବିଷୟକୁ ପ୍ରାଧାନ୍ୟ ଦିଆଯାଇ ବୈଷୟିକ ଅଧିବେଶନ ରଖାଯାଇଛି।

          ରାଉରକେଲା ଚ୍ଯାମ୍ବର ଅଫ୍ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରିର ଏହି ସାମ୍ବାଦିକ ସମ୍ମିଳନୀରେ ଚ୍ଯାମ୍ବରର ଅଧ୍ଯକ୍ଷ ପ୍ରଭାତ କୁମାର ଟେବ୍ରିୱାଲ, ଉପସଭାପତି ସନ୍ତୋଷ କୁମାର ଅଗ୍ରୱାଲ, ସାଧାରଣ ସମ୍ପାଦକ ଶୁଭମ୍ କାପୁର, ଉପସଭାପତି ବିଶ୍ବନାଥ ଦେ, ଅର୍ଥ ସମ୍ପାଦକ ମନୀଷ ମୋଦୀ, ଲୋକ ସମ୍ପର୍କ ସମ୍ପାଦକ ମିଲନ ମୋଦି ଏବଂ ପୂର୍ବତନ ଅଧ୍ୟକ୍ଷ ସୁନୀଲ କାୟଲଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ସହରର ଶିଳ୍ପଦ୍ୟୋଗୀ,ଲଘୁ ଶିଳ୍ପ ସଂସ୍ଥା,ଯୁବଦ୍ୟୋଗୀ ପ୍ରମୁଖ ଏହାର ସୁଯୋଗ ନେବା ପାଇଁ ଅନୁରୋଧ କରାଯାଇଛି।

ରାଉଲକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଡାବୁଗାଁ ଶ୍ରୀ ଜଗନ୍ନାଥ ଙ୍କ ନେତ୍ର ଉତ୍ସବ ପାଳିତ

Sunil Chandra Nayak

ମହିଳା ଚାଲାଣ ପ୍ରତିରୋଧ ସମ୍ପର୍କିତ ଜିଲ୍ଲା ସ୍ତରୀୟ କର୍ମଶାଳା

Sunil Chandra Nayak

Waltair Division Launches Swachhata Hi Seva 2025 Campaign

Sunil Chandra Nayak

Leave a Comment

error: Content is protected !!