ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସର ପ୍ରାପ୍ତ ଭାରତୀୟ ଯବାନ ଙ୍କ ମୃତ୍ୟୁ 

ଅବସର ପ୍ରାପ୍ତ ଭାରତୀୟ ଯବାନ ଙ୍କ ମୃତ୍ୟୁ 

କାମାକ୍ଷାନଗର (ମନିସ )18/12/24 // ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କନ୍ଧରା ଗ୍ରାମର ଅବସର ପ୍ରାପ୍ତ ସୈନିକ ଯୁଧିଷ୍ଟିର ବେହେରାଙ୍କ ନିଜ ବାସ ଭାବରେ ମୃତୁ ବରଣ କରିଛନ୍ତି। ମୃତୁ ବେଳକୁ ତାଙ୍କର ବୟସ ୯୫ ବର୍ଷ ହୋଇ ଥିବା ବେଳେ ଭାରତୀୟ ସେନାର ସେ ଜଣେ ଯବାନ ଚାକିରି କରି ଥିଲେ। ଭାରତୀୟ ସେନାରେ ଯୁଧିଷ୍ଟିର ବେହେରା ଦେଶ ପାଇଁ ଲଢେଇରେ ୧୯୬୨ ମସିହା ୧୯୬୫ ମସିହା ୧୯୭୧ ମସିହାରେ ଚିନ୍ ଓ ପାକିସ୍ତାନ ବିରୋଧରେ ଲଢେଇରେ ଭାଗ ନେଇ ଥିଲେ। ୧୯୭୫ ମସିହାରେ ଭାରତୀୟ ସେନାରୁ ଚାକିରିରୁ ଅବସର ନେଇ ଥିଲେ। ନିଜ ଗ୍ରାମରେ ସଭାପତି ରହି ଗ୍ରାମକୁ କିଭଳି ଉନ୍ନତି କରା ଯିବ ତାହା ପାଇଁ ପ୍ରୟାସ କରି ଥିଲେ। ନିଜ ଅଞ୍ଚଳ ପାଇଁ ସେ ଜଣେ ସ୍ୱାଭିମାନ ସାହାଯ୍ୟ ପରାୟଣ ବ୍ୟକ୍ତି ଥିଲେ। ଅବସର ପ୍ରାପ୍ତ ସେନାଙ୍କ ମୃତୁ ଖବର ଶୁଣି କଙ୍କଡ଼ାହାଡ଼ ବ୍ଲକ ପୂର୍ବତନ ଅଧକ୍ଷ କାର୍ତ୍ତିକ ସାହୁ , ପୂର୍ବତନ ବ୍ଲକ୍ ଅଧକ୍ଷ ରାସ ବିହାରୀ ବେହେର, ସମାଜସେବୀ ଓ ଗ୍ରାମବାସୀ ପହଞ୍ଚି ଅବସରପ୍ରାପ୍ତ ସେନା ଯୁଧିଷ୍ଟିର ବେହେରାଙ୍କ ମୃତ ଶରୀରକୁ ଶେଷ ଦର୍ଶନ କରିବା ସହିତ ମୃତ ଶରୀରକୁ ନେଇ ନିଜ ଗ୍ରାମର ଶ୍ମଶାନରେ ଶେଷ କୃତ୍ଵ ସମ୍ପନ୍ନ କରା ଯାଇଥିଲା।   

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟ ,କଟକ ଠାରେ ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର ଶିକ୍ଷକ ଦକ୍ଷତା ବୃଦ୍ଧି କର୍ମଶାଳା 

masiha

ଡାବୁଗାଁ ବ୍ଲକ ର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷା ସପ୍ତାହର ଇକୋ କ୍ଲବ ଓ ପୋଷଣ ଦିବସ 

masiha

नबकिशोर को राष्ट्रीय स्तर पर “भारत पीपल रत्न” सम्मान

masiha

Leave a Comment

error: Content is protected !!