ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଦିନ ଦି ପହରେ କଳା କନା ବୁଲେଇ ସଫା କରିଦେଲେ ଦୃର୍ବୁତ୍ତ

ଦିନ ଦି ପହରେ କଳା କନା ବୁଲେଇ ସଫା କରିଦେଲେ ଦୃର୍ବୁତ୍ତ

   ମୟୂରଭଞ୍ଜ -୧୯/୧୨ // ଦିନ ଦି ପହରେ ଘର ତାଲା ଭାଙ୍ଗି ସୁନା ଗହଣା ସହିତ ନଗଦ ଟଙ୍କା ନେଇ ଚମ୍ପଟ ମାରିଛନ୍ତି ଦୃର୍ବୁତ୍ତ।

      ସୂଚନା ମୁତାବକ ସୋମବାର ମୟୂରଭଞ୍ଜ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ବ୍ଲକ ର ମଣ୍ଡାଠାକୁରା ଗ୍ରାମ ଦେଇ ଯାଇଥିବା ରାଜପଥ କଡ଼ରେ ଥିବା ମାନସ ଦାସ ଓ ତାପସ ଦାସ ଙ୍କ ଘରୁ,ଘରେ କେହି ନ ଥିବା ସୁଯୋଗ ପାଇ ଦୃର୍ବୁତ୍ତ ମାନେ ପଛପଟୁ ପାଚେରୀ ଡେଇଁ ପଶିଥିଲେ। ପରେ ଘରର କବାଟରେ ଲାଗିଥିବା ତାଲା ଭାଙ୍ଗି ଘର ଭିତରକୁ ପଶି,ଘରେ ଥିବା ଆଲମିରା ଓ ବାକ୍ସ ର ତାଲା ଭାଙ୍ଗି ସୁନା ଗହଣା ( ଆନୁମାନିକ ମୂଲ୍ୟ ତିନି ଲକ୍ଷ ) ଓ ନଗଦ ୨ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଛନ୍ତି।ତା ସହିତ ଘରର ଜିନିଷପତ୍ର ଛିନଛତର କରି ଦେଇଥିବା ଦେଖିବାକୁ ମିଳିଥିଲା। ତେବେ ସନ୍ଧ୍ୟା ସମୟରେ ଦୋକାନ ବନ୍ଦ କରି ବଡ଼ ଭାଇ ମାନସ ଘରକୁ ଆସି ଘରର ଏଭଳି ଅବସ୍ଥା ଦେଖି ହତବାକ ହୋଇ ଯାଇଥିଲେ। ପରେ ସାନ ଭାଇ ତାପସଙ୍କୁ ଫୋନ୍ କରିଥିଲେ। ତାପସ ମଧ୍ୟ ଘରେ ପହଞ୍ଚି ଘରର ଅବସ୍ଥା ଦେଖି ଚୋରି ହୋଇଥିବା ଜାଣି ସୋମବାର ସନ୍ଧ୍ୟା ସମୟରେ ବଡମାତଳିଆ ଗ୍ରାମାଞ୍ଚଳ ଥାନା ରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ମୁତାବକ ବୁଧବାର ଗ୍ରାମାଞ୍ଚଳ ଥାନା ପୋଲିସ ଓ ସାଇନ୍ଟିଫିକ ଟିମ୍ ଆସି ଘଟଣାର ତନ୍ନତନ୍ କରି ତଦନ୍ତ କରି ଅଭିଯୁକ୍ତଙ୍କୁ ଠାବ କରିବେ ବୋଲି ପ୍ରକାଶ କରିଥିଲେ। ତେବେ ଏବେ ଦେଖିବାକୁ ବାକି ରହିଲା ଅଭିଯୁକ୍ତ ଗିରଫ କରିବାରେ ପୋଲିସ କେତେ ସଫଳ ହେଉଛନ୍ତି।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଶାଗୁଆନ ଜଙ୍ଗଲ ମଧ୍ୟରୁ ମହିଳାଙ୍କ ଗଳିତ ଶବ ଉଦ୍ଧାର

Sunil Chandra Nayak

ଦେଶୀ ମଦ ଜବତ, ଜଣେ ଗିରଫ 

masiha

ଇନ୍ଦ୍ରାବତୀ ପାଲଟିଛି ଠକ ଙ୍କ ଚରା ଭୂଇଁ : ବର୍ତ୍ତମାନ ଚର୍ଚ୍ଚା ରେ ୪୦ ଲକ୍ଷ ରୁ ଉର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗ ରେ ଅବସର ପ୍ରାପ୍ତ ପୋଲିସ ଅଧିକାରୀ ଙ୍କ ପୁଅ 

Sunil Chandra Nayak

Leave a Comment

error: Content is protected !!