ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟାଟା ପାୱାର ପଶ୍ଚିମ ଓଡ଼ିଶା ଲିମିଟେଡ୍‌ କର୍ମଚାରୀଙ୍କ ଦାଦାଗିରି: ଥାନାରେ ଏତଲା ଦେଲେ ସାମ୍ବାଦିକ 

ଟାଟା ପାୱାର ପଶ୍ଚିମ ଓଡ଼ିଶା ଲିମିଟେଡ୍‌ କର୍ମଚାରୀଙ୍କ ଦାଦାଗିରି: ଥାନାରେ ଏତଲା ଦେଲେ ସାମ୍ବାଦିକ 

ରାଉରକେଲା : ସାରାରାଜ୍ୟରେ ୨୦୨୧ ମସିହାରୁ ବିଦ୍ୟୁତ ବିତରଣ ଦାୟିତ୍ୱ ଟାଟା ପାୱାରକୁ ଦିଆଯାଇଛି। ଏହା ଫଳରେ ଗ୍ରାହକମାନେ ଉତ୍ତମ ସେବା ପାଇବେ ବୋଲି ରାଜ୍ୟ ସରକାର ଆଶାବ୍ୟକ୍ତ କରିଥିଲେ। କିନ୍ତୁ ଟାଟା ପାୱାର ବିରୋଧରେ ବିଭିନ୍ନ ସମୟରେ ଏକାଧିକ ଅଭିଯୋଗ ହୋଇଆସୁଛି। ଏହି କ୍ରମରେ ରାଉରକେଲା ସହରର ବାସନ୍ତୀ କଲୋନୀ ଅଞ୍ଚଳରେ ରହୁଥିବା ସାମ୍ବାଦିକ ମନୋରଞ୍ଜନ ମିଶ୍ର ଗୁରୁବାର ଦିନ ଟାଟା ପାୱାର ପଶ୍ଚିମ ଓଡ଼ିଶା ଲିମିଟେଡ୍‌ କର୍ମଚାରୀଙ୍କ ଦାଦାଗିରିକୁ ନେଇ ଉଦିତ ନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ ବିଦ୍ୟୁତ ବିତରଣ ବ୍ୟବସ୍ଥା ସମ୍ପର୍କୀତ ନିୟମର ଖୋଲା ଉଲ୍ଲଙ୍ଘନ କରି ଟାଟା ପାୱାରର କିଛି କର୍ମଚାରୀ ଶ୍ରୀ ମିଶ୍ରଙ୍କ ପରିବାର ଲୋକଙ୍କୁ ଡରା ଧମକା କରିବା ସହିତ ଘରେ ଲାଗିଥିବା ବିଦ୍ୟୁତ ମିଟର ବଦଳାଇବାକୁ ଜିଦ୍‌ କରିଥିଲେ। ଏହାକୁ ନେଇ ଶ୍ରୀ ମିଶ୍ର ଥାନାରେ ଅଭିଯୋଗ କରିଛନ୍ତି। ତାନ ଅଭିଯୋଗ ମୁତାବକ ବିଦ୍ୟୁତ ଆଇନର ଧାରା ୪୫ (କ) ଓ ୫୫(କ) କୁ ଟାଟା ପାୱାର ପକ୍ଷରୁ ଉଲ୍ଲଙ୍ଘନ କରାଯାଇ ଜୋର ଜବରଦସ୍ତ କାର୍ଯ୍ୟ କରାଯାଉଛି। ଏହା ଫଳରେ ବିଦ୍ୟୁତ ଗ୍ରାହକମାନେ ଚିନ୍ତାରେ ରହିଛନ୍ତି। ଶ୍ରୀ ମିଶ୍ରଙ୍କ ସହିତ ଏହି ଅଭିଯୋଗ ଦାଖଲ ସମୟରେ ସହରର ବିଭିନ୍ନ ବର୍ଗର ସାମ୍ବାଦିକମାନେ ମଧ୍ୟ ଥାନାରେ ଉପସ୍ଥିତ ରହି ଟାଟା ପାୱାର କର୍ମଚାରୀଙ୍କ ଦାଦାଗିରି ଓ ମନମାନୀ ବିରୋଧରେ ଅଭିଯୋଗ କରି ଅଭିଯୋଗର ତଦନ୍ତ କରିବା ପାଇଁ ଦାବି କରିଛନ୍ତି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଡିଲା କୈଶଳ ରଥ

masiha

୨୬ ରେ ସଚେତନ ନାଗରିକ ମଞ୍ଚର ବାର୍ଷିକ ଉତ୍ସବ ଓ ଆଲୋଚନାସଭା

Sunil Chandra Nayak

ଦୁଇ ମୋଟରସାଇକେଲ ମୁହାଁ ମୁହିଁ ଧକ୍କା ଜଣେ ମୃତ, ଜଣେ ଗୁରୁତର 

masiha

Leave a Comment

error: Content is protected !!