ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାବେତ୍ରୀ ବାଇ ଫୁଲେ ଜୟନ୍ତୀ ପାଇଁ ଜୁନାଗଡ଼ ରେ ପ୍ରସ୍ତୁତି ବୈଠକ 

ସାବେତ୍ରୀ ବାଇ ଫୁଲେ ଜୟନ୍ତୀ ପାଇଁ ଜୁନାଗଡ଼ ରେ ପ୍ରସ୍ତୁତି ବୈଠକ 

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ କଲ୍ୟାଣ ମଣ୍ଡପ ଠାରେ ଶୁକ୍ରବାର ଶିକ୍ଷାର ଜନନୀ ମାତା ସାବେତ୍ରୀ ବାଇ ଫୁଲେ ଙ୍କ ଜନ୍ମ ଜୟନ୍ତୀ ଜିଲ୍ଲା ସ୍ତରୀୟ ଭାବରେ ଜୁନାଗଡ଼ ଠାରେ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ହୋଇଥିଲା। ସାବିତ୍ରୀ ବାଇ ଫୁଲେ ସଂଗଠନ କଳାହାଣ୍ଡି ର ଆହ୍ୱାନ କ୍ରମେ କାର୍ଯ୍ୟକ୍ରମ ରେ ଓବିଶି ନେତା ଦୁର୍ଗା ପ୍ରସାଦ ନାଏକ, ନାରୀ ନେତ୍ରୀ ରମଣୀ ଦୁରିଆ, ଏସ.ସୁଜାତା, ଯତୀନ୍ଦ୍ର କର, ଚିତ୍ତ ରଞ୍ଜନ ନିଆଲ ଢଗ ନାଏକ, ରାମ ସେନାପତି, ଆଦିତ୍ୟ ହଂସ,ପୁର୍ନେନ୍ଦୁ ମାଝୀ,ଉଦ୍ଧବ ଚନ୍ଦ୍ର ସାହୁ, ଈଶ୍ୱର ପୁଝାରୀ,ସୁଶାନ୍ତ ନାଏକ, ବିଶ୍ଵନାଥ କର, ଚକ୍ରଧର ବେନୁପାଣି,ସ୍ନହଲତା ଦୁର୍ଗା,ଲିଙ୍ଗରାଜ ଆଜାଦ,ଜଗଜୀବନ କୁମାର ସମେତ ଅନେକ କର୍ମକର୍ତ୍ତା ଉପସ୍ଥିତ ଥାଇ ଆଲୋଚନା କରିଥିଲେ। ଆସନ୍ତା ଜାନୁୟାରୀ ୩ ତାରିଖ ଶିକ୍ଷା ର ଜନନୀ ମାତା ସାବେତ୍ରୀ ବାଇ ଫୁଲେ ଙ୍କ ଜନ୍ମ ଜୟନ୍ତୀ ଜୁନାଗଡ଼ ଠାରେ ଜିଲ୍ଲା ସ୍ତରୀୟ ଭାବରେ ପାଳନ କରାଯିବା ନେଇ ନିଷ୍ପତ୍ତି ହୋଇଥିଲା।ଜୟନ୍ତୀ ପାଳନ ନିମନ୍ତେ ଏକ କମିଟି ମଧ୍ୟ ଗଠନ କରାଗଲା ଯେଉଁଠି ଦୁର୍ଗା ପ୍ରସାଦ ନାଏକ ସଭାପତି,ଉଦ୍ଧବ ସାହୁ ଉପ-ସଭାପତି,ଚିତ୍ତ ରଂଜନ ନିଆଲ୍ ସମ୍ପାଦକ,ରମଣୀ ଦୂରିଆ ସହ ସମ୍ପାଦକ ଏବଂ ଲୋକେଶ ନାଏକ ଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି ।ଈଶ୍ୱର ପୁଝାରୀ,ବିଶ୍ଵନାଥ କର,ଯତୀନ୍ଦ୍ର କର,ରାମ ସେନାପତି,ଦାମୋଦରବେହେରା , ସୁପ୍ରସନ୍ନ ଭୋଇ ଙ୍କୁ ଉପଦେଷ୍ଟା ଭାବରେ ରଖି ଉପସ୍ଥିତ ସମସ୍ତ ସକ୍ରିୟ ସଦସ୍ୟ ରୂପେ କାର୍ଯ୍ୟକ୍ରମରେ ସହଯୋଗ କରିବାକୁ ନିଷ୍ପତ୍ତି ନିଆଗଲା ।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ବୀର ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଏକ ଗୌରବ ଦିବସ – ବିଜେପି ଅନୁସୂିତ ଜନ ଜାତି ମୋର୍ଚ୍ଚା 

masiha

ପିଚୁ ପ୍ଳାଣ୍ଟ ଯୋଗୁ ଜନ ଅସନ୍ତୋଷ, ଆନ୍ଦୋଳନ ପାଇଁ ଦାନା ବାନ୍ଧୁଛି

ପୋଲିସ ଅଫିସରଙ୍କର ସ୍ଵର୍ଣଜୟନ୍ତୀ ପାଳନ ଓ ବନ୍ଧୁ ମିଳନ.

Sunil Chandra Nayak

Leave a Comment

error: Content is protected !!