ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଷ୍ଟା ପକ୍ଷରୁ ୪୧ତମ ଶିଶୁ ମେଳା

ଓଷ୍ଟା ପକ୍ଷରୁ ୪୧ତମ ଶିଶୁ ମେଳା

ଢେଙ୍କାନାଳ, ୨୦/୧୨: ଓଡିଶା ମାଧ୍ଯମିକ ସ୍କୁଲ୍ ଶିକ୍ଷକ ସଂଘ ପକ୍ଷରୁ ୪୧ତମ ଶିଶୁ ମେଳା ଲକ୍ଷ୍ମୀଧର ମ୍ୟୁନିସିପାଲିଟି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ମହାସମାରୋହରେ ପାଳିତ ହୋଇଯାଇଅଛି । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥ୍ ରୂପେ ରାଜ ପରିବାରର ସଦସ୍ୟ ରାଜୀବ ଲୋଚନ ସିଂହଦେଓ ଯୋଗଦେଇ ପିଲାମାନେ ନିଜ ନିଜର ପ୍ରତିଭା ପ୍ରଦର୍ଶନ ନିମନ୍ତେ ଏହା ଏକ ବଳିଷ୍ଠ ପଦକ୍ଷେପ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ଅତିରିକ୍ତ ଜିଲ୍ଲା ମତ୍ସ୍ୟ ଅଧୁକାରୀ ବି.ବି.ଜେ. ସାହୁ ପିଲାମାନଙ୍କୁ ଧୈର୍ଯ୍ୟ ଓ ଶୃଙ୍ଖଳାର ସହିତ କାର୍ଯ୍ୟ କଲେ ଫଳପ୍ରସୁ ହେବ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ବଜାର ଶାଖାର ପରିଚାଳକ ବିଶ୍ଵ ରଞ୍ଜନ ମହାପାତ୍ର ଯୋଗଦେଇ ଓଷ୍ଟାର ଏହି ଯୁଗାନ୍ତକାରୀ ପଦକ୍ଷେପକୁ ଭୂୟସୀ ଫ୍ରଶସା କରିଥିଲେ । ଅନ୍ୟତମ ଅତିଥି ଭାବେ ଯୁଧୁଷ୍ଠିର ସାହୁ ସମସ୍ତ କାର୍ଯ୍ୟ ମନଦେଇ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ସଂପାଦକ ବିଭୁତି ସାମଲ, ଶିଶୁମେଳାର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ । ଜିଲ୍ଲାର ସ୍ଥାୟୀ ସଭାପତି ସନ୍ତୋଷ କୁମାର ପାଣିଗ୍ରାହୀ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବାବେଳେ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପିଲାମାନଙ୍କୁ ମଣିଷ ପରି ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ଭାବେ ସଦର ଗୋଷ୍ଠୀ ଶିକ୍ଷାକାରୀ ବ୍ରହ୍ମାନନ୍ଦ ରାଉତ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କର କଳାକୃତିକୁ ଭୂୟସୀ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ବ୍ଲକ୍ ଶିକ୍ଷାକାରୀ ଶତୃଘନ ଖଣ୍ଡାୟୀ, ରାଜ୍ୟ ଉପସଭାପତି ପ୍ରମୋଦ କୁମାର ସ୍ବାଇଁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀରାମ ରାଉତ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଲକ୍ଷ୍ମୀଧର ମହନ୍ତ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ସଂଘ ଉପଦେଷ୍ଟା ସରୋଜକାନ୍ତ ଦାସ, ପ୍ରଶାନ୍ତ କୁମାର ଧଳ ଓ ଶିକ୍ଷୟିତ୍ରୀ ସୁଶ୍ରୀ ବେଉରା ପରିଚାଳନା କରିଥିଲେ ଏବଂ ଭକ୍ତ କାର୍ଯ୍ୟକ୍ରମକୁ ଓଢାପଢା ବ୍ଳଜ୍ ସଂପାଦକ ଶଶିକାନ୍ତ ଦାସ ଓ ହିନ୍ଦୋଳ ବ୍ଲକ୍ ସଂପାଦକ ତପନ କୁମାର ସାମଲ ସଂଯୋଜନା କରିଥିଲେ । ଆଜି ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ତର୍କରେ ସର୍ମିଷ୍ଠା ନାୟକ, ସଙ୍ଗୀତରେ ସୁଭ୍ରଜିତ୍ ସାହୁ, ଚିତ୍ରାଙ୍କନରେ ସିମ୍‌ରନ୍ ବିଶ୍ଵାଳ, କବିତା ଆବୃତିରେ ସୌମ୍ୟା ଦାସ, ଗଳ୍ପ ଲିଖନରେ ପ୍ରୟଙ୍କା ସାହୁ, କବିତା ରଚନାରେ ସ୍ନେହାଶିଷ ଦାଶ, ଏକକ ଅଭିନୟରେ ପ୍ରାଚୀ ସାହୁ ଏବଂ ନୃତ୍ୟରେ ସୁଶ୍ରୀ ସ୍ନେହଂସୀ ମହାପାତ୍ର, ସାଧାରଣ ଜ୍ଞାନରେ ବିଶ୍ୱଦିତା ପ୍ରଧାନ, ବୁଦ୍ଧି ପରୀକ୍ଷାରେ ଲିଗ୍ନା ସାହୁ ପ୍ରମୁଖ ଏହି ଶିଶୁମେଳାରେ କୃତକାର୍ଯ୍ୟ ହୋଇଥିଲେ । ୧୦ଟି ବିଭାଗରେ ପ୍ରଥମ ହୋଇଥିବା କୃତୀ ପ୍ରତିଯୋଗୀମାନେ ଆସନ୍ତା ୨୭, ୨୮ ଓ ୨୯ରେ ରାଜ୍ୟ ସ୍ତରରେ ହେବାକୁ ଥ‌ିବା ଶିଶୁ ମେଳାରେ ଭାଗ ନେବେ ବୋଲି ସୂଚନା ଦିଆଯାଇଥୁଲା I ଶେଷରେ କନୁଆ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ସ୍ତରୀୟ ସାମୁହିକ ଫାଇଲେରିଆ ଔଷଧ ସେବନ ଏବଂ ଜାତୀୟ କୃମି ନାଶକ ଦିବସର ଶୁଭାରମ୍ଭ କାର୍ଯ୍ୟକ୍ରମ

masiha

Cyclone & Hailstorm Devastates Bolangir: ExMP Niranjan Bishi Demands ₹20 Lakh Relief for each affected Farmers of Bolangir.

Sunil Chandra Nayak

ରନ୍ଧନ ଗ୍ୟାସ ଦରବୃଦ୍ଧି ବିରୁଦ୍ଧରେ ସି ପି ଆଇ ଏମ୍ ର ବିକ୍ଷୋଭ, ପ୍ରତ୍ୟାହାର କରିବା ପାଇଁ ଦାବି

masiha

Leave a Comment

error: Content is protected !!