ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଲେ ପ୍ରମୋଦ

ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଲେ ପ୍ରମୋଦ

ଆସିକା, ୨୪/୧୨/୨୪ // ସରୁନି ଦାଦନ ଦୁଃଖ ଭରା କାହାଣୀ । ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି ଲୋକଙ୍କୁ ରୋଜଗାର ଯୋଗାଇବାର ଡିନଡିମ ପିଟି ଚାଲିଥିବା ବେଳେ ବାସ୍ତବରେ ଲୋକେ ଏଥିପ୍ରତି ବିମୁଖ ହୋଇ ପଡ଼ୁଛନ୍ତି । ଯାହା ଫଳରେ ପ୍ରଶାସନ ଉପରୁ ଆସ୍ଥା ତୁଟାଇବା ପରେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଯାହାର ଉଦାହରଣ ଦେଖିବାକୁ ମିଳିଛି ଧରାକୋଟ ବ୍ଲକର ବଳରାମପୁର ଗାଁ ରେ । ନିଜ ପରିବାର ର ଆର୍ଥିକ ସ୍ଵଚ୍ଛଳତା ନଥିବାରୁ ଧରାକୋଟ ବ୍ଲକର ବଳରାମପୁର ପଞ୍ଚାୟତ ସଦର ମହକୁମା ବଳରାମପୁର ର ସୂର୍ଯ୍ୟ ବେହେରା ନିଜର ସାନପୁଅ 20 ବର୍ଷିଆ ପ୍ରମୋଦ କୁ ସାଙ୍ଗରେ ଧରି ଯାଇଥିଲେ ଚେନ୍ନାଇ ନିକଟସ୍ଥ କାନତୁର ର ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବରେ କାମ କରିବା ପାଇଁ। ହେଲେ କମ୍ପାନୀରେ ନିରାପତ୍ତା ବଳୟ ଢିଲା ଯୋଗୁଁ ଗତ 22 ତାରିଖ ରାତିରେ ଛାତ ଉପରକୁ ଯାଇଥିବା ବେଳେ ଅନଭିଜ୍ଞ ପ୍ରମୋଦ ଅଚାନକ ଛାତରୁ ତଳକୁ ଖସି ପଡ଼ିଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ନଆସିବା ଯୋଗୁଁ ସେଠାରେ ଥିବା ତାଙ୍କ ବାପା ସୂର୍ଯ୍ୟ ବେହେରା ଅନ୍ୟ ମାନଙ୍କ ସାହାଯ୍ୟରେ ତାଙ୍କୁ ଖୋଜିଥିଲେ ମଧ୍ୟ ପାଇନଥିଲେ । ଭୋରରୁ ପ୍ରମୋଦ ଙ୍କ ମୃତ ଦେହ କମ୍ପାନୀ ଗୃହ ପଛ ପଟେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହା ପରେ କମ୍ପାନୀ ତରଫରୁ ତାଙ୍କୁ ନିକଟସ୍ଥ ମେଡ଼ିକାଲ କୁ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ବାପା ସୂର୍ଯ୍ୟ ବେହେରା ଙ୍କୁ ତାହା ହସ୍ତାନ୍ତର କରାଯାଇଥିଲା । ଏକ ଘରୋଇ ଆମ୍ବୁଲାନ୍ସ ଯୋଗେ ତାଙ୍କ ମୃତ ଦେହ 24 ତାରିଖ ଅପରାହ୍ନ ଚାରିଟା ରେ ଜନ୍ମ ମାଟି ବଳରାମପୁର ରେ ପହଞ୍ଚିବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା । ଆତ୍ମୀୟ ସଜନ ଙ୍କ ଦ୍ଵାରା ପ୍ରମୋଦ ଙ୍କ ଶବକୁ ଗାଁ ଶ୍ମଶାନ ରେ ଦାହ କରାଯାଇଛି । ସୂର୍ଯ୍ୟ ବେହେରା ଙ୍କ ଦୁଇ ପୁଅ ,ଗୋଟିଏ ଝିଅ ଓ ସ୍ତ୍ରୀ ଙ୍କୁ ନେଇ ଚାଲିଥିବା ହସ ଖୁସିର ପରିବାର ମଧ୍ୟରେ ଏବେ ଶୋକର କଳା ବାଦଲ ଘୋଟି ଯାଇଛି ।

ଆସିକା ରୁ ଶିବ ଶଙ୍କର ମିଶ୍ର ମସିହା ନ୍ୟୁଜ୍

 

Related posts

ଵିଜାତଳା ନୋଡାଲ ସ୍କୁଲରେ ବିଦାୟକାଳୀନ ସଭା ଅନୁଷ୍ଠିତ 

Sunil Chandra Nayak

ସବିତା ରାୟ ମେମୋରିଆଲ ତରଫରୁ ଆଲୋଚନାଚକ୍ର

masiha

ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟ ର ନବମ ବାର୍ଷିକୀ ରଜ ଉତ୍ସବ ପାଳନ

Sunil Chandra Nayak

Leave a Comment

error: Content is protected !!