ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା 

ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା 

କଟକ : କଟକ ସଦର ବ୍ଲକ ଅନ୍ତର୍ଗତ ଗତିରାଉତପାଟଣା ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ ବସୁନ୍ଧରାର ୧୫ ତମ ବାର୍ଷିକ କ୍ରୀଡା ଉତ୍ସବ ଦୁଇଦିନ ଧରି ପାଳନ ହୋଇଯାଇଅଛି । ଏହି ଉତ୍ସବରେ ସମସ୍ତ ପିଲା ଅଂଶ ଗ୍ରହଣ କରିଥିଲେ । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରିନି ମହାନ୍ତି , ସମ୍ମାନିତ ଅତିଥି ପ୍ରଫେସର ଚିତ୍ରା ମହାନ୍ତି,ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ ଶର୍ମିଷ୍ଠା ମହାପାତ୍ର,ଡ.ସ୍ନିଗ୍ଧା ବିଶ୍ଵାଳ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସାଗରିକ ପଟ୍ଟନାୟକ ଯୋଗଦେଇଥିବା ବେଳେ ଓ ବିଧୁଭୂଷଣ ମହାନ୍ତି ସଭା ପରିଚାଳନା କରିଥିଲେ । ସେହିପରି ଅନୁଷ୍ଠିତ ପୁରସ୍କାର ବିତ୍ତରଣୀ ସଭାରେ ମୁଖ୍ୟ ଅତିଥି ଡ.ଶୁଭାଶିଷ ଶତପଥୀ ଯୋଗଦେଇ ପିଲାମାନକୁ ଜୀବନରେ ଖେଳର ମହତ୍ତ୍ଵ ବିଷୟରେ ବୁଝାଇ ଥିଲେ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ । ଶେଷରେ ଇଂ.ସୁରଜ୍ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଶ୍ରୀମତୀ ଅର୍ଚ୍ଚନା ମହାନ୍ତି,ଶ୍ରୀମତୀ ସଂଘମିତ୍ରା ଦାସ,ଓ ଶ୍ରୀମତୀ କବିତା ପରିଡ଼ା ପ୍ରମୁଖ ସହଯୋଗ କରିଥିଲେ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ପ୍ରଗତି ଉତ୍କଳ ସଂଘରେ ନବୀନ କୁମାର ସାହୁଙ୍କ ଶ୍ରାଦ୍ଧ ଦିବସ ପାଳିତ.

masiha

ଖଡ଼ୁରା ସମାଜ ଭୁବନେଶ୍ୱର ଶାଖାର ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

masiha

ବୃଦ୍ଧା ଙ୍କ ଅଭିଶପ୍ତ ଜୀବନ ହାଡ ଭଙ୍ଗା ଶୀତରେ ଛିଣ୍ଡା ଜରି ଭରସା

masiha

Leave a Comment

error: Content is protected !!