ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା 

ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା 

କଟକ : କଟକ ସଦର ବ୍ଲକ ଅନ୍ତର୍ଗତ ଗତିରାଉତପାଟଣା ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ ବସୁନ୍ଧରାର ୧୫ ତମ ବାର୍ଷିକ କ୍ରୀଡା ଉତ୍ସବ ଦୁଇଦିନ ଧରି ପାଳନ ହୋଇଯାଇଅଛି । ଏହି ଉତ୍ସବରେ ସମସ୍ତ ପିଲା ଅଂଶ ଗ୍ରହଣ କରିଥିଲେ । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରିନି ମହାନ୍ତି , ସମ୍ମାନିତ ଅତିଥି ପ୍ରଫେସର ଚିତ୍ରା ମହାନ୍ତି,ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ ଶର୍ମିଷ୍ଠା ମହାପାତ୍ର,ଡ.ସ୍ନିଗ୍ଧା ବିଶ୍ଵାଳ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସାଗରିକ ପଟ୍ଟନାୟକ ଯୋଗଦେଇଥିବା ବେଳେ ଓ ବିଧୁଭୂଷଣ ମହାନ୍ତି ସଭା ପରିଚାଳନା କରିଥିଲେ । ସେହିପରି ଅନୁଷ୍ଠିତ ପୁରସ୍କାର ବିତ୍ତରଣୀ ସଭାରେ ମୁଖ୍ୟ ଅତିଥି ଡ.ଶୁଭାଶିଷ ଶତପଥୀ ଯୋଗଦେଇ ପିଲାମାନକୁ ଜୀବନରେ ଖେଳର ମହତ୍ତ୍ଵ ବିଷୟରେ ବୁଝାଇ ଥିଲେ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ । ଶେଷରେ ଇଂ.ସୁରଜ୍ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଶ୍ରୀମତୀ ଅର୍ଚ୍ଚନା ମହାନ୍ତି,ଶ୍ରୀମତୀ ସଂଘମିତ୍ରା ଦାସ,ଓ ଶ୍ରୀମତୀ କବିତା ପରିଡ଼ା ପ୍ରମୁଖ ସହଯୋଗ କରିଥିଲେ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

୧- ଆଧୁନିକତାର ଚକା ତଳେ ଚାପି ହୋଇଗଲା ଲଙ୍ଗଳ , ୨-ଭୁବନ ଏନ୍ ଏ ସି ରେ ରାସ୍ତା ପାଲଟିଛି ଗାଡ଼ିଆ ପୂଜା ପୂର୍ବରୁ କାମ ନହେଲେ ହେବ ଅଡୁଆ

Sunil Chandra Nayak

ରାଇରଙ୍ଗପୁର ରେ ଇସଲାମ ଧର୍ମଗୁରୁ ହଜରତ ମହମ୍ମଦ ଙ୍କ ୧୫୦୧ ତମ ଜନ୍ମଜୟନ୍ତୀ ଧୁମଧାମରେ ପାଳିତ

Sunil Chandra Nayak

ଯୋଡ଼ା ସରକାରୀ ଖଣି ବିଭାଗ ନାମରେ ସମ୍ବାଦ ପ୍ରକାଶନ କର – “ଜେଏସଡବ୍ଲୁ କର୍ମଚାରୀ” 

masiha

Leave a Comment

error: Content is protected !!