ରାଇରଙ୍ଗପୁର ରେ ଆରଷି ମଡର୍ଣ ମାର୍ସିଆଲ ଆର୍ଟ , କମ୍ବଟ ଗୁରୁକୁଳ, ରାଜ୍ୟ ସଂଘ କାର୍ଯ୍ୟାଳୟ ଉଦଘାଟିତ
ରାଇରଙ୍ଗପୁର – ୧୩/୧୦ ରାଇରଙ୍ଗପୁର ଇଣ୍ଡୋର ଷ୍ଟାଡିୟମ ପରିସରରେ ସୋମବାର ଦିନ ରାଜ୍ୟ ଆରଷି ମଡର୍ଣ ମାର୍ସିଆଲ ଆର୍ଟ , କମ୍ବଟ ଗୁରୁକୁଳ, ରାଇରଙ୍ଗପୁର ରାଜ୍ୟ ସଂଘ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି ।ଅନୁଷ୍ଠାନର ସଂପାଦକ ତଥା ଅନ୍ତର୍ଦେଶୀୟ ରେଫେରୀ ତଥା ଅନୁଷ୍ଠାନର ସଂପାଦକ ଜୀତେନ୍ଦ୍ର ଜୟିସ୍ବାଲଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାମାଜିକ କର୍ମୀ ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନବିନ ରାମ ଫିତା କାଟି ଶୁଭ ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥି ଯୁବ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ କେବଳ ପାଠରେ ଯେ ଜୀବିକା ଅଛି ତାହା ନୁହଁ,ଖେଳ,କୁଦ,ମାର୍ସିଆଲ ଆର୍ଟ ଖେଳରେ ମଧ୍ୟ ଖେଳି ଭଲ କୋଚ ଓ ସରକାରୀ ବେସରକାରୀ କାର୍ଯ୍ୟାଳୟରେ ଚାକିରୀ କରି ଜୀବିକା ଅର୍ଜନ କରି ହେବ । ଏହି କାର୍ଯ୍ଯକ୍ରମରେ ମଡର୍ଣ ମାର୍ସିଆଲ ଆର୍ଟର ଛାତ୍ରଛାତ୍ରୀମାନେ ଟାଇକେଣ୍ଡୋ, ହାପକିଡୋ ଭଳି ମାର୍ସିଆଲ କଳା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ । ପଞ୍ଜାବର ଲୁଧିଆନାରେ ୨୦୧୯/୨୦ ରେ ଦିତୀୟ ଜାତୀୟ ଆରଷି ମଡର୍ଣ ମାର୍ସିଆଲ ଆର୍ଟ ଚମ୍ପିୟାନରେ କୃତୀ ପ୍ରତିଯୋଗୀ ଜୁନିଅର ମହିଳା ବର୍ଗରେ ଲକ୍ଷ୍ମୀପ୍ରିୟା ସିଂ ୨ ଟି ରୌପ୍ୟ ପଦକ, ସିନିୟର ମହିଳା ବର୍ଗରେ ସ୍ମୃତି ରଞ୍ଜନ ଟୁଡୁ ୩ ଟି ରୌପ୍ୟ ପଦକ, ସିନିୟର୍ ପୁରୁଷ ବର୍ଗରେ ପୁପୁନ ନାଏକ ଵ୍ରୋଞ୍ଜ ମେଡାଲ,ଏବଂ ଦିବାର ହେମ୍ବ୍ରମ ବ୍ରୋଞ୍ଜ ମେଡାଲ ବିଜେତାଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ ।ଚଳିତବର୍ଷ ଅକ୍ଟୋବର ୨୩/୨୪/୨୫ ତିନିଦିନ ଧରି ଲୁଧିଆନାରେ ତୃତୀୟ ଜାତୀୟ ସ୍ତରର ଚମ୍ପିୟାନ ଖେଳ ଅନୁଷ୍ଠିତ ହେବ । ୨୦ ରୁ ଉର୍ଦ୍ଧ୍ଵ ଦେଶର ଖେଳାଳି ଏବଂ ଓଡ଼ିଶାର ୩ ଖେଳାଳି ସମେତ ଭାରତର ୫୦୦ ରୁ ଉର୍ଦ୍ଧ୍ବ ଖେଳାଳି ଏଥିରେ ଅଂଶ ଗ୍ରହଣ କରି କ୍ରୀଡା ନୈପୁଣ୍ୟ ପ୍ରଦର୍ଶନୀ କରିବେ ।ଜୀତେନ୍ଦ୍ର ଜୟିସ୍ବାଲ ଆନ୍ତର୍ଜାତୀୟ ରେଫେରୀ ଭାବେ ଦାୟିତ୍ଵ ତୁଲାଇବେ ।
ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ

