ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାର୍ଯ୍ଯରତ ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକାଙ୍କ କାର୍ଯ୍ଯକାଳ ଓ ପାରିଶ୍ରମିକ ସଂପର୍କରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ଯମନ୍ତ୍ରୀ ଓ ଉପମୁଖ୍ଯମନ୍ତ୍ରୀଙ୍କୁ ୧୦ ଦଫା ସମ୍ମଳିତ ଦାବୀପତ୍ର ପ୍ରଦାନ

କାର୍ଯ୍ଯରତ ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକାଙ୍କ କାର୍ଯ୍ଯକାଳ ଓ ପାରିଶ୍ରମିକ ସଂପର୍କରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ଯମନ୍ତ୍ରୀ ଓ ଉପମୁଖ୍ଯମନ୍ତ୍ରୀଙ୍କୁ ୧୦ ଦଫା ସମ୍ମଳିତ ଦାବୀପତ୍ର ପ୍ରଦାନ

ଇରାଇରଙ୍ଗପୁର: ୧୩/୧୦ ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ଭାରତୀୟ ମଜଦୁର ସଂଘ ସଂଲଗ୍ନ ଓଲ ଓଡିଶା ଅଙ୍ଗନଓ୍ବାଡି ଲେଡିଜ ଓ୍ବାର୍କର୍ସ ଆସୋସିଏସନ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାପାଳ ଙ୍କ ଜରିଆରେ ରାଜ୍ଯ ମୁଖ୍ଯମନ୍ତ୍ରୀ ଓ ଉପ ମୁଖ୍ଯମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ୧୦ ଦଫା ସମ୍ମଳୀତ ଦାବୀ ପତ୍ର ପ୍ରଦାନ କରାଯାଇଥିଲା l 

           ଏହି କାର୍ଯ୍ଯକ୍ରମରେ ବିଏମଏସ୍ ର ରାଜ୍ଯପଦାଧିକାରୀ ଓ ମୟୂରଭଞ୍ଜ ଜିଲ୍ଲା ପ୍ରଭାରୀ ଶ୍ରୀ ନିଗମାନନ୍ଦ ପଟ୍ଟନାୟକ, ବିଏମଏସ ର ଜିଲ୍ଲା ସଭାପତି ବୋଧି ରଜତ ମହାନ୍ତ, ଅଙ୍ଗନଓ୍ବାଡି ଜିଲ୍ଲା ସଭାନେତ୍ରୀ ନିଳାନ୍ଦ୍ରୀ ପାତ୍ର, ସମ୍ପାଦକ ମନୋରମା ବେହେରା, ଅନ୍ଯମାନଙ୍କ ମଧ୍ଯରୁ ଲାଖିଆ ଟୁଡୁ, ଲକ୍ଷ୍ମୀପ୍ରିୟା ଲେଙ୍କା, ସାରଥୀ ମହାନ୍ତ, ସାରଥୀ ହେମ୍ବ୍ରମ, ଚମ୍ପାବତୀ ମାଝୀ, ଗୌରୀମଣୀ ସୋରେନ, ତମ୍ବାଳ ପାତ୍ର ଓ ସାବିତ୍ରୀ ପିଙ୍ଗୁଆ ପ୍ରମୁଖ ମତାମତ ଦେଇଥିଲେ l ବାରିପଦା ଛଉ ପଡିଆ ଠାରୁ ଏକ ବିରାଟ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ବାହାରି ସହର ପରିକ୍ରମା ପରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣ ପରେ ୧୦ ଦଫା ଦାବୀପତ୍ର ପ୍ରଦାନ କରିଥିଲେ l 

     ଦାବୀମାନଙ୍କ ମଧ୍ଯରୁ ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକାମାନଙ୍କୁ କର୍ମଚାରୀ ମାନ୍ଯତା ମିଳି ନ ଥିବାରୁ କର୍ମୀଙ୍କୁ ୩୦ ହଜାର ଓ ସହକର୍ମୀଙ୍କୁ ୧୫୦୦ ହଜାର ଦରମା ପ୍ରଦାନ କରାଯାଉ, ୨୦୨୪ ନିର୍ବାଚନ ଇସ୍ତାହାର ଘୋଷଣା କରାଯାଇଥିବା ପାରିଶ୍ରମିକ ବୁଦ୍ଧି ତୁରନ୍ତ ଦିଆଯାଉ , ୫୫ ବର୍ଷରୁ ଉର୍ଦ୍ଧ୍ବ ଅଙ୍ଗନଓ୍ବାଡି କର୍ମଚାରୀ ପ୍ରତିବର୍ଷ କାର୍ଯ୍ଯ ଦକ୍ଷତା ସମୀକ୍ଷା ବନ୍ଦ କରାଯାଉ , ପ୍ରକାଶ କରିଥିବା ୬୨ ବର୍ଷ ଚାକିରୀ ସମୟସୀମା କୁ ଉପଯୁକ୍ତ ପଦକ୍ଷେପ ଭାବେ ଗ୍ରହଣ କରାଯାଉ , କର୍ମୀ ଓ ସହାୟିକାମାନଙ୍କର ୩ ବର୍ଷ ଧରି ବକେୟା ଥିବା ୟୁନିଫର୍ମ ରାଶି ତୁରନ୍ତ ଦିଆଯାଉ , ପୋଷଣ ଇନସେଟିଭ ବାବଦ ରାଶି ୫ ମାସ ଓ ବକେୟା ଥିବା ମେଟାରନିଟି ଲିଭ ବେନିଫିଟ, ଅବସରକାଳୀନ ବେନିଫିଟ ଓ ମୁତ୍ଯୁ ବେନିଫିଟ ଉପରେ ବକ୍ତାମାନେ ମତବ୍ଯକ୍ତ କରିଥିଲେ l ଏହି କାର୍ଯ୍ଯକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ପ୍ରାୟ ୩ ଶହରୁ ଉର୍ଦ୍ଧ୍ବ କର୍ମକର୍ତ୍ତା ଯୋଗ ଦେଇ କାର୍ଯ୍ଯକ୍ରମକୁ ସଫଳ କରିଥିଲେ l ଜିଲ୍ଲାପାଳ ରାଇରଙ୍ଗପୁର ଗ୍ରସ୍ତରେ ଥିବାରୁ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଥିଲା l ତତ୍ ପରେ ବିଭାଗୀୟ ଡି ଏସ ଡ୍ବ୍ଲୁ ଓ ଙ୍କୁ ସାକ୍ଷାତ କରି ବ୍ଲକସ୍ତରୀୟ କେତେକ ସମସ୍ଯା ସଂପର୍କରେ ଆଲୋଚନା କରାଯାଇଥିଲା l

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

ନୂତନ ବର୍ଷର ଅଭିନନ୍ଦନ ୨୦୨୫

masiha

ଓଡ଼ିଆ ଚଳଚ୍ଚିତ୍ର ପ୍ରିୟେ ତୁ ମୋ ସିଏ ବିରୁଦ୍ଧରେ ଦଳିତ ସଂଗଠନ ପକ୍ଷରୁ ଥାନାରେ ଏତଲା

ବିଶ୍ଵ ଜଳ ଦିବସ ରେ ଜଳ ଓ ପରିମଳ ସମସ୍ୟା ସମ୍ବନ୍ଧରେ ଆଲୋଚନା ଚକ୍ର

Sunil Chandra Nayak

Leave a Comment

error: Content is protected !!