ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେଡି ଛାଡ଼ି କଂଗ୍ରେସ ରେ ମିଶିଲେ ୪ ସମିତି ସଭ୍ୟ/ସଭ୍ୟା

ବିଜେଡି ଛାଡ଼ି କଂଗ୍ରେସ ରେ ମିଶିଲେ ୪ ସମିତି ସଭ୍ୟ/ସଭ୍ୟା

ରାୟଗଡା :- ମୁନିଗୁଡା ବ୍ଲକ ର ଚାରି ଗୋଟି ସମିତି ସଭ୍ୟ/ସଭ୍ୟା ବିଜୁ ଜନତା ଦଳ ପରିତ୍ୟାଗ କରି କୋରାପୁଟ ସାଂସଦ ଏବଂ ବିଷମକଟକ ବିଧାୟକ ଙ୍କ କାର୍ଯ୍ୟସଳି ଓ ଜାତୀୟ କଂଗ୍ରେସ ଦଳର ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ବିଧିବଦ୍ଧ ଭାବେ ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ଗେମ୍ବେଲି (ମୁନିଖୋଲ GP), କୁନି କୁମାରୀ କାଡ୍ରାକା (ଘୋମଟାଗୁଡା GP), ଉଦ୍ଧବ ଶିକକା (କୁମୁଡାବାଲି GP), ମମତା ପ୍ରାସ୍କାକା (ମୁନିଗୁଡା GP) ଏବଂ ଶରତ ପୀଡିକାକା ଆଦିବାସୀ ନେତା ତଥା ପୂର୍ବତନ ବିଧାୟକ ଙ୍କ ପୁତ୍ର ବିଜୁ ଜନତା ଦଳ ଛାଡି କଂଗ୍ରେସ ଦଳରେ ସାଂସଦ ଙ୍କ ବାସଭାବନ ରେ ସାମିଲ ହୋଇଛନ୍ତି l ଏହି ମିଶ୍ରଣ ପର୍ବରେ ମୁନିଗୁଡା ବ୍ଲକ କଂଗ୍ରେସ ସଭାପତି ଶ୍ରୀ ନୀଳାମ୍ବର ବିଭୋର,ସାଂସଦ ପ୍ରତିନିଧି ରଜନୀକାନ୍ତ ପାଡ଼ାଲ,ବିଧାୟକ ପ୍ରତିନିଧି ମାନସ ରଞ୍ଜନ ବେହେରା,ସରସ୍ବତୀ ଶବର ମୁନିଗୁଡା ସରପଞ୍ଚ,ରାଜ୍ୟ କଂଗ୍ରେସ ସାଧାରଣ ସୋମ୍ପାଦକ ଦୁର୍ଗା ପଣ୍ଡା, ଆସଲାମ ଖାନ, ରାଧା ମୋହନ ଟାକିରି,ଭୀମରାଜ ଶିକକା, ତିଳେକ ନାଗ ସମସ୍ତ ଉପସ୍ଥିତ ରହିଥିଲେ l 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜଲେନ ବାର୍ଦାଙ୍କୁ ହୋ ଛାତ୍ର ସଂଘର ସମର୍ଥନ ଘୋଷଣା 

masiha

ମୁଖ୍ୟମନ୍ତ୍ରୀ ଙ୍କ କଳାହାଣ୍ଡି ଗସ୍ତକୁ ନେଇ ବିଜେଡି ପକ୍ଷରୁ ପ୍ରସ୍ତୁତି ବୈଠକ

Sunil Chandra Nayak

କୋକସରା ବ୍ଲକରେ ଭାରତ ଯୋଡୋ ପଦଯାତ୍ରାରେ ଶରତ ପଟ୍ଟନାୟକଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!