ଡାବୁଗାଁରେ ବିଜେଡିର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ
ଡାବୁଗାଁ, ୨୬/୧୨ (ମ.ନି.ସ.)- ସାରା ରାଜ୍ୟରେ ବିଜେଡି ର ୨୮ ତମ ପ୍ରତିଷ୍ଠା ଦିବସ ସମସ୍ତ ନିର୍ବାଚନମଣ୍ଡଳୀ ରେ ପାଳନ ହେଉଥିବା ବେଳେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ନିର୍ବାଚନମଣ୍ଡଳୀ ର ଡାବୁଗାଁ ଶ୍ରୀ ଶ୍ରୀନିବାସ କଲ୍ଯାଣ ମଣ୍ଡପ ଠାରେ ବିଜେଡିର ୨୮ ତମ ପ୍ରତିଷ୍ଠା ଦିବସ ଗୁରୁବାର
ମହାସମାରୋହରେ ପାଳିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଡାବୁଗାଁ, ପାପଡାହାଣ୍ଡି ଓ କୋଷାଗୁମୁଡ଼ା ବ୍ଳକର ହଜାର ହଜାର ସଂଖ୍ୟାରେ ବିଜେଡି କର୍ମୀ ଉପସ୍ଥିତ ରହି ମା ଠାକୁରାଣୀ ମନ୍ଦିର ଠାରୁ ବିରାଟ ରାଲିରେ ଡାବୁଗାଁ ସହର ପରିକ୍ରମା କରି ବିଜେଡି ର ଜୟଗାନ କରି ଦଳୀୟ ପତାକା ହାତରେ ଧରି କଲ୍ୟାଣ ମଣ୍ଡପ ମଞ୍ଚ ପାଖକୁ
ଆସିଥିଲେ l ଏହି ଅବସରରେ ଡାବୁଗାଁ ବ୍ଳକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ସମ୍ମାନୀତ ଅତିଥି ଜିଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ବିଜେଡି ଜିଲା ଉପ ସଭାପତି ବଦ୍ରି ନାରାୟଣ ସିଂ, ଜିଲା ସମ୍ପାଦକ ସରୋଜ ଜାଲ, ରାଜ୍ୟ ସଭା ସାଂସଦ ଡାବୁଗାଁ ବ୍ଳକ ପ୍ରତିନିଧି ରାମା ରାଓ ଚୌଧୁରୀ, ବିଧାୟକ
ପ୍ରତିନିଧି ଏମ୍ ବୁଲୁରାଓ, ବରିଷ୍ଠ ନେତା ଏମ୍. ଆପ୍ପା ରାଓ, ସ୍ଵାଧୀନ ପଟ୍ଟନାୟକ, ଡାବୁଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷା ବୀଣା ମାଝୀ ଓ ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ପାପଡାହାଣ୍ଡି ପଞ୍ଚାୟତ ସମିତି ଉପାଧ୍ଯକ୍ଷ ସୁଶାନ୍ତ କୁମାର ବେହେରା, କୋଷାଗୁମୁଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ସର୍ବେଶ୍ଵରୀ ମାଝୀ, ମେଦନା ପୂର୍ବତନ ସରପଞ୍ଚ ହିରଣ୍ୟ ମାଝୀ, ଜଗତ ଜୀବନ ନାୟକ, ଦଶମୂ ମାଳି ପ୍ରମୂଖ ତିନି ବ୍ଳକ ର ସଭାପତି, ସମ୍ପାଦକ ଙ୍କ ସହ ବହୁ କର୍ମୀ ମଞ୍ଚ ଉପରେ ଉପସ୍ଥିତ ରହିଥିଲେ l ବିଜେପି ଡବଲ ଇଞ୍ଜିନ୍ ସରକାର ନିର୍ବାଚନ ସମୟରେ ମିଥ୍ୟା ପ୍ରତିଶ୍ରୁତି ଦେଇ ଏ ପର୍ଯ୍ୟନ୍ତ ପ୍ରତିଶ୍ରୁତି ପାଳନ କରି ନ ଥିବାରୁ ମଞ୍ଚରେ ଥିବା ଅତିଥି ଗଣ ବିଷୋଦଗାର କରିଥିଲେ l ଆଗାମୀ ତ୍ରିସ୍ତରୀୟ ନିର୍ବାଚନ ନିମନ୍ତେ ସମସ୍ତ କର୍ମୀ, ମଞ୍ଚ ସମ୍ମୁଖରେ ବସିଥିବା ହଜାର ହଜାର ସଂଖ୍ୟାରେ କର୍ମୀ ମାନେ ଏହାର ଉଚିତ୍ ଜବାବ ଦେଇ ବିଜେଡ଼ି କୁ ମଜଭୁତ କରିବେ ବୋଲି ମତ ସ୍ୱୀକାର କରିଥିଲେ l ବିଧାୟକ ଙ୍କ ଦ୍ଵାରା ଉପସ୍ଥିତ ସମସ୍ତଙ୍କ ପାଇଁ ଶୀତ ରୁ ରକ୍ଷା ନିମନ୍ତେ କମଳ ର ବ୍ୟବସ୍ଥା କରି ସମସ୍ତଙ୍କୁ ଖଣ୍ଡିଏ ଲେଖାଏଁ କମଳ ପ୍ରଦାନ କରାଯାଇଥିଲା l
ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡା ଙ୍କ ରିପୋର୍ଟ

