ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଶ୍ରୀଅରବିନ୍ଦ ରାଉରକେଲା ସ୍କୁଲ, ସେକ୍ଟର-୫,ରାଉରକେଲା ର ୫୨ ତମ କ୍ରୀଡା ସମ୍ମିଳନୀ

ଶ୍ରୀଅରବିନ୍ଦ ରାଉରକେଲା ସ୍କୁଲ, ସେକ୍ଟର-୫,ରାଉରକେଲା ର ୫୨ ତମ କ୍ରୀଡା ସମ୍ମିଳନୀ

ରାଉରକେଲା: ସେକ୍ଟର-୫, ସ୍ଥିତ ଶ୍ରୀଅରବିନ୍ଦ ରାଉରକେଲା ସ୍କୁଲ ର ୫୨ ତମ କ୍ରୀଡା ସମ୍ମିଳନୀ ମହା ସମାରୋହରେ ଆୟୋଜିତ ହୋଇଯାଇଛି। ଅଧ୍ୟକ୍ଷା ଅଞ୍ଜଳି ଶତପଥୀ ଙ୍କ ଆବାହକତ୍ବରେ ଆୟୋଜିତ ଏହି କ୍ରୀଡା ଉତ୍ସବ ରେ ରାଉରକେଲା ଇସ୍ପାତ କାରଖାନା, ଟାଉନସିପ ବିଭାଗର ମହା ପ୍ରବନ୍ଧକ ଟି. ଜି କାନେକର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରାକ୍ତନ କ୍ରୀଡା ଶିକ୍ଷକ ଜନ୍ମେଜୟ ମହନ୍ତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସ୍କୁଲ ର ସମ୍ପାଦକ ଡା. ପ୍ରଶାନ୍ତ କୁମାର ପାତ୍ର ପିଲାମାନଙ୍କୁ କ୍ରୀଡା ପ୍ରତି ଉତ୍ସାହିତ କରିଥିଲେ। ସ୍କୁଲର ପରିଚାଳନା କମିଟିର ସଭ୍ୟ ଅରୂପ କୁମାର ସୁବୁଦ୍ଧି, ଚିତ୍ତରଞ୍ଜନ ନନ୍ଦୀ,ସୁନାକର ନାୟକ, ବିଶ୍ଵନାଥ ଆଇଚ , ନିବେଦିତା ପଟ୍ଟନାୟକ ଓ ଅନ୍ୟାନ୍ୟ ସଭ୍ୟ ସଭ୍ୟା ମାନେ ଯୋଗ ଦେଇଥିଲେ। ଶିକ୍ଷୟିତ୍ରୀ ଗୀତାରାଣୀ ବେହେରା, ବନ୍ଦନା ଦାସ ପ୍ରମୁଖ ନୃତ୍ୟ, ଗୀତ ପରିବେଷଣ ରେ ତଥା ନନ୍ଦିତା ଦାସ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ସ୍କୁଲର ବରିଷ୍ଠ ଶିକ୍ଷୟିତ୍ରୀ ଅଞ୍ଜଳି ମହାନ୍ତି, କଳ୍ପନା ଚୌଧୁରୀ, ସନ୍ଧ୍ୟାରାଣୀ ଲେଙ୍କା, ଜୟଶ୍ରୀ ମାନକୀ, ସୌମ୍ୟ ରଞ୍ଜନ ପାଣିଗ୍ରାହୀ ଓ ଅନ୍ୟାନ୍ୟ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମକୁ ସୁନ୍ଦର ଭାବରେ ପରିଚାଳନା କରିବାରେ ସାହାଯ୍ୟ କରିଥିଲେ। ସ୍କୁଲର ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ଉଚ୍ଚକୋଟୀର କ୍ରୀଡା ଓ କୌଶଳ ଦେଖାଇଥିଲେ। ପ୍ରାୟ ୬୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଓ ଅଭିଭାବକ ଅଭିଭାବିକା ମାନେ ଯୋଗଦେଇ ଥିଲେ। ବିଦ୍ୟାଳୟର ଅଧ୍ୟକ୍ଷା ଅଞ୍ଜଳି ଶତପଥୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଲୀମସେର ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର ଠାରେ ବାର୍ଷିକ କ୍ରୀଡ଼ା ଉତ୍ସବ ୨୦୨୩ ସମାପ୍ତ

Sunil Chandra Nayak

ଆନ୍ତଃ ରାଜ୍ୟ ଡିକେଏମସି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଦିତୀୟ ସେମିଫାଇନାଲ ଖେଳକୁ ସମ୍ବଲପୁର ଏବଂ ଉନ୍ନିତ

masiha

ଶହୀଦ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ

masiha

Leave a Comment

error: Content is protected !!