ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅମିତ ଶାହାଙ୍କ ଇସ୍ତଫା ଦାବି କଲା ମୂଳ ନିବାସୀ ବିକାଶ ପରିଷଦ 

ଅମିତ ଶାହାଙ୍କ ଇସ୍ତଫା ଦାବି କଲା ମୂଳ ନିବାସୀ ବିକାଶ ପରିଷଦ 

ନବରଙ୍ଗପୁର:( ୨୮|୧୨)(ରବି ନାରାୟଣ ମହାନ୍ତି)ପାର୍ଲିଆମେଣ୍ଟ ରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ଆମ୍ବେଦକରଙ୍କ ପ୍ରତି ଦେଇଥିବା ମନ୍ତବ୍ୟକୁ ନେଇ ତେଜିଛନ୍ତି ଜିଲ୍ଲାର ବିଭିନ୍ନ ସଂଗଠନ। ଏହି ପରିପ୍ରେକ୍ଷୀରେ ଅବିଭକ୍ତ କୋରାପୁଟ ଜିଲ୍ଲା ମୂଳ ନିବାସୀ ବିକାଶ ପରିଷଦ ପକ୍ଷରୁ ସ୍ଥାନୀୟ ଦଳିତ ପାଠାଗାର ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ପରିଷଦର ଅଧ୍ୟକ୍ଷ ଚନ୍ଦ୍ର ଧ୍ଵଜ ମାଝୀ ଗୃହ ମନ୍ତ୍ରୀ ଙ୍କ ଏଭଳି ମନ୍ତବ୍ୟକୁ କଡ଼ା ନିନ୍ଦା କରିଥିଲେ। ସମ୍ବିଧାନର ପ୍ରଣେତା ବାବା ସାହେବ ଆମ୍ବେକର ଙ୍କୁ ଗଣତନ୍ତ୍ରର ସାମ୍ବିଧାନିକ ପଦବୀରେ ରହି ଅପମାନ ଦେବା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଥିଲେ। ତେଣୁ ଅମିତ ଶାହା ନିଜ ପଦବୀରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି। ମାସେ ମଧ୍ୟରେ ତାଙ୍କ ପରିଷଦର ଦାବି ପୂରଣ ନହେଲେ ଅବିଭକ୍ତ କୋରାପୁଟ ଜିଲ୍ଲାର ହଜାର ହଜାର ସଂଖ୍ୟାରେ ମୂଳ ନିବାସୀ ଏକତ୍ରିତ ହୋଇ ଏକ ବିରାଟ ରାଲିରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିବେ ବୋଲି ସ୍ପଷ୍ଟ କରିଛନ୍ତି। ଏଥିରେ ସମାଜସେବୀ ଲଳିତ ମୋହନ ନାୟକ ଯୋଗ ଦେଇ ଅମିତ ଶାହାଙ୍କ ମନ୍ତବ୍ୟକୁ କଡ଼ା ନିନ୍ଦା କରିବା ସହ ଦୀର୍ଘ ଦିନ ପରେ ମଧ୍ୟ ଅମିତ ଶାହା ନିଜ ମନ୍ତବ୍ୟକୁ ନେଇ ଅନୂତପ୍ତ ନୁହଁନ୍ତି। ଯଦି ନିଜ ପଦବୀରୁ ଇସ୍ତଫା ନଦିଅନ୍ତି ତାହା ହେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଖ୍ରୀଷ୍ଟିଆନ ସମାଜର ବରିଷ୍ଠ ସଦସ୍ୟ ସୁଧୀର ପାତ୍ର, ମୁସୁଲିମ୍ ସମାଜର ସଭ୍ୟ ସାଜାଦ ଖାନ ଏବଂ ଗୁଣନିଧି ସୁନା ଉପସ୍ଥିତ ରହିଥିଲେ। ( ମ ନି ସ )

Related posts

ଆମେ ଓଡ଼ିଆ ତରଫରୁ ଗୋପବନ୍ଧୁଙ୍କ ଜୀବନୀ ଉପରେ ବକ୍ତୃତା ଓ ପ୍ରଶ୍ନୋତ୍ତର ପ୍ରତିଯୋଗିତା

Sunil Chandra Nayak

ବିଶିଷ୍ଟ କଳାକାର ଭବାନୀ ପଟ୍ଟନାୟକ ଙ୍କ ପରଲୋକ

Sunil Chandra Nayak

ମୁକୁଳା ଟ୍ରାନ୍ସଫମର ନେଇ ଗ୍ରାମବାସୀ ଚିନ୍ତିତ ଓ ଭୟଭୀତ   ସୁରକ୍ଷା ନାମ ନେଇରେ ସୁଖିଲାଟାରେ ଟିପିଏନଓଡିଏଲ ବାହା ବାହା ନେଉଛି 

masiha

Leave a Comment

error: Content is protected !!