ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧୯୮୮ ବ୍ୟାଚ୍ ର ପୁରୁଣାସ୍ମୃତି କୁ ରୋମନ୍ଥନ 

୧୯୮୮ ବ୍ୟାଚ୍ ର ପୁରୁଣାସ୍ମୃତି କୁ ରୋମନ୍ଥନ 

ରାଉରକେଲା: ଆରଇସି କ୍ୟାମ୍ପସ ହାଇସ୍କୁଲ ର ୧୯୮୮ମସିହା ବ୍ୟାଚ ର ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଉତ୍ସବରେ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ପୁରୁଣା ସ୍ମୃତି କୁ ମନେପକାଇବା ସହ ଭାବ ବିନିମୟ କରିଥିଲେ। କଟକ, କେଉଁଝର, ଭୁବନେଶ୍ୱର, ସୁନ୍ଦରଗଡ, ରାଉରକେଲା,ପୁନେ, ବାଙ୍ଗାଲୋର ରୁ ଆସିଥିବା ଏହି ଛାତ୍ର ଛାତ୍ରୀ ମାନେ ଏକାଠି ହେବା ସମୟରେ ସମସ୍ତେ ଭାବ ବିହ୍ବଳ ହେବା,ପାଠ ପଢିବା ସମୟର ସ୍ମୃତି, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମନେପକାଇବା ସହ ବିଦ୍ୟାଳୟର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ ବ୍ୟାପକ ଭାବେ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ସରୋଜ ନାୟକ, ପ୍ରଦୀପ ପ୍ରଧାନ, ସୁବ୍ରତ ବିଶ୍ବାଳ,ରାଜେଶ ମାହାତୋ ପ୍ରମୁଖ ପରିଚାଳନା କରିଥିଲା ବେଳେ ରାମ,ଲିଟୁ,ବିଶ୍ବ, ସାଗର, ରୀତେଶ, ଜ୍ଞାନ, ଚିନ୍ମୟ, ସୋମନାଥ, ମହେଶ୍ବର, ବିଶ୍ବଜିତ,ମୀନା, ଦୀପ୍ତି, ସିନ୍ଧୁ, ଫରିଦା,ରାଜି, ଶେଫାଳୀ,ବୁଟି,ନନ୍ଦୀ, ଶିଖା ପ୍ରମୁଖ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କ୍ୟାନ୍ସର ରୋଗରେ ମହିଳାଙ୍କ ମୃତ୍ୟୁ

Sunil Chandra Nayak

ବ୍ୟାଙ୍କ ଅଧିକାରୀ ଙ୍କୁ ବିଦାୟ ସମ୍ବର୍ଦ୍ଧନା

masiha

ଆଦି କର୍ମଯୋଗୀ ଅଭିଯାନ 

Sunil Chandra Nayak

Leave a Comment

error: Content is protected !!